ପେଶାଦାର ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପାକ୍ରିୟା ଆରମ୍ଭ କରିଛି STF

ଡ୍ରଗ୍ସ ମାଫିଆ ଟକଲୁ ରାଜାର ଏବେ ସୁଦ୍ଧା ୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି କ୍ରାଇମ୍ ବ୍ରାଞ୍ଚ ଏସ.ଟି.ଏଫ. । ଯେଉଁଥିରେ ରହିଛି ୧୧ ଟି ପ୍ଲଟ ସାଙ୍ଗକୁ ବ୍ୟାଙ୍କ ବାଲାନ୍ସ ଓ କୋଠା ଘର।

ପେଶାଦାର ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପାକ୍ରିୟା ଆରମ୍ଭ କରିଛି STF

ପେଶାଦାର ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପାକ୍ରିୟା ଆରମ୍ଭ କରିଛି STF

  • Share this:
News18 Odia Digital

ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ପେଷାଦାର ନିଶା ବେପାରୀ ଶେଖ ସମରୁଉଦ୍ଦୀନ ଓରଫ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପକ୍ରିୟା ଆରମ୍ଭ କରିଛି କ୍ରାଇମ୍ ବ୍ରାଞ୍ଚ ଏସ.ଟି.ଏଫ. । ସମ୍ପତି ବାଜ୍ୟାପ୍ତି ପାଇଁ କୋଲକାତାରେ ଥିବା କମ୍ପିଟେଣ୍ଟ ଅଥରୀଟିଙ୍କୁ ଚିଠି ଲେଖିଛି ତଦନ୍ତକାରୀ ଟିମ।

ଡ୍ରଗ୍ସ ମାଫିଆ ଟକଲୁ ରାଜାର ଏବେ ସୁଦ୍ଧା ୨ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି କ୍ରାଇମ୍ ବ୍ରାଞ୍ଚ ଏସ.ଟି.ଏଫ. । ଯେଉଁଥିରେ ରହିଛି ୧୧ ଟି ପ୍ଲଟ ସାଙ୍ଗକୁ ବ୍ୟାଙ୍କ ବାଲାନ୍ସ ଓ କୋଠା ଘର। ଏ ସବୁ ସମ୍ପତ୍ତି ଠାବ ହେବା ପରେ ବାଜ୍ୟାପ୍ତି କରିବାକୁ ପକ୍ରିୟା ଆରମ୍ଭ କରାଯିବ ବୋଲି ଏସ.ଟି.ଏଫ. ପକ୍ଷରୁ କୁହାଯାଇଥିଲା।

ଏସ.ଟି.ଏଫ ଏସ.ପି ତେଜରାଜ ପଟେଲ କହିଥିଲେ, "ଆମେ ତଦନ୍ତ ବେଳେ ଜାଣିବାକୁ ପାଇଲୁ, ଟକଲୁ ରାଜା ଡ୍ରଗ୍ସ ବେପାର କରି ଏ ସବୁ ସମ୍ପତ୍ତି ଠୁଳ କରିଛି । ବିଶେଷ କରି ନେପାଳରୁ କୋଲକାତା ଦେଇ ବାଲେଶ୍ଵରକୁ ବ୍ରାଉନ ସୁଗାର କାରାବର କରେ ଟକଲୁ। ତେଣୁ ଡ୍ରଗ୍ସ ଟଙ୍କାରେ ସମ୍ପତ୍ତି ରଖିଥିବାରୁ ତା'ର ଦୁଇ କୋଟି ଟଙ୍କାର ସମ୍ପତ୍ତି ସିଜ୍ କରାଯାଇଛି । ଆଉ ସିଜ୍ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ଚିଠି ଲେଖାଯାଇଛି ।"

ପେଶାଦାର ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପାକ୍ରିୟା ଆରମ୍ଭ କରିଛି STF


ଏସ.ଟି.ଏଫ. ଏସପି ପଟେଲ କହିଛନ୍ତି, "ଗତ ବର୍ଷ ଫେବୃଆରୀ ୨୩ ତାରିଖରେ ଏସ.ଟି.ଏଫ. ପକ୍ଷରୁ ଟକଲୁ ଘର ଜଳେଶ୍ବର ଝାଡେଶ୍ୱର ଗାଁରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ତା' ଘରୁ ୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିଲା । ହେଲେ ଚଢ଼ାଉ ପୂର୍ବରୁ ଖବର ପାଇ ସେ ଚମ୍ପଟ ମାରିଥିଲା । ତଦନ୍ତ ବେଳେ ଜଣା ପଡ଼ିଲା ବ୍ରାଉନ ସୁଗାର ବେପାର କରି ଟକଲୁ କୋଠା ସାଙ୍ଗକୁ ପ୍ଲଟ, ଗାଡ଼ି କିଣିବା ସହ ବ୍ୟାଙ୍କ ବାଲାନ୍ସ ବଢ଼ାଇଥିଲା । ଏପରିକି ପରିବାର ଲୋକଙ୍କ ନାମରେ ମଧ୍ୟ ସମ୍ପତ୍ତି ରଖିଥିଲା ଟକଲୁ।’’

ସୂଚନାଯୋଗ୍ୟ ଟକଲୁ ରାଜା ଦୀର୍ଘ ବର୍ଷ ଧରି ଡ୍ରଗ୍ସ କାରବାରରେ ଲିପ୍ତ ରହିଆସୁଛି । ଜଳେଶ୍ବରରୁ ନେପାଳ ପର୍ଯ୍ୟନ୍ତ କ୍ରାଇମ ନେଟୱର୍କର ଚେର ଲମ୍ବିଛି । ଟକଲୁ ଏସ.ଟି.ଏଫ.ର ମୋଷ୍ଟ ୱାଣ୍ଟେଡ଼ ଲିଷ୍ଟରେ ରହିଥିଲା । ହେଲେ ଗତ ମାର୍ଚ୍ଚ ୩୦ ତାରିଖରେ ବାଲେଶ୍ଵର ଏସଡ଼ିଜେଏମ କୋର୍ଟରେ ହଠାତ୍ ସେ ଆତ୍ମସମର୍ପଣ କରିଥିଲା । ସେପଟେ ରାଜ୍ୟରୁ ଡ୍ରଗ୍ସ କାରାବରରେ ଥିବା ଆହୁରି ୫ ରୁ୬ ଜଣ ଡ୍ରଗ୍ସ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଯୋଜନା କରିଛି ତଦନ୍ତକାରୀ ଟିମ।
Published by:Lipina Das
First published:
)}