• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ମୋଷ୍ଟ ୱାଣ୍ଟେଡ୍ ମାଫିଆଙ୍କ ହେବ ସମ୍ପତ୍ତି ବାଜ୍ୟାପ୍ତି; ଡ୍ରଗ୍ସ ପରେ ବନ୍ୟପ୍ରାଣୀ ଚୋରା ଚାଲାଣ ଉପରେ STFର କଡ଼ା ନଜର

ମୋଷ୍ଟ ୱାଣ୍ଟେଡ୍ ମାଫିଆଙ୍କ ହେବ ସମ୍ପତ୍ତି ବାଜ୍ୟାପ୍ତି; ଡ୍ରଗ୍ସ ପରେ ବନ୍ୟପ୍ରାଣୀ ଚୋରା ଚାଲାଣ ଉପରେ STFର କଡ଼ା ନଜର

ଏସ.ଟି.ଏଫ୍. ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ୨୧ଟି କଲରାପତରିଆ ବାଘ ଛାଲ, ୧୨ଟି ହାତି ଦାନ୍ତ ଜବତ କରିବା ସହ ୮ଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି ।

ମୋଷ୍ଟ ୱାଣ୍ଟେଡ୍ ମାଫିଆଙ୍କ ହେବ ସମ୍ପତ୍ତି ବାଜ୍ୟାପ୍ତି (ଫାଇଲ୍ ଫଟୋ)

ମୋଷ୍ଟ ୱାଣ୍ଟେଡ୍ ମାଫିଆଙ୍କ ହେବ ସମ୍ପତ୍ତି ବାଜ୍ୟାପ୍ତି (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ୱର: ଦିର୍ଘ ଦିନ ଧରି ରାଜ୍ୟରେ ଡ୍ରଗ୍ସ ଓ ବନ୍ୟ ପ୍ରାଣୀ ଚୋରା ଚାଲାଣ କରିଆସୁଥିବା ପେଶାଦାର ଅପରାଧିଙ୍କ ତାଲିକା ପ୍ତସ୍ତୁତ କରିଛି କ୍ରାଇମ୍ ବ୍ରାଞ୍ଚ ଏସ.ଟି.ଏଫ୍ । ଦିର୍ଘ ଦିନ ଧରି ରାଜ୍ୟକୁ ଏସବୁ ଚୋରା ଚାଲାଣ କରୁଥିବା ହାଡକୋର ମାଫିଆଙ୍କ ସମ୍ପତି ବାଯ୍ୟାପ୍ତି କରିବା ପାଇଁ ଏବେ ଅଣ୍ଟା ଭିଡିଛି ତଦନ୍ତକାରୀ ଟିମ୍ । ପ୍ରଥମେ ନିଶା ମାଫିଆ ଆଉ ଏବେ ବନ୍ୟପ୍ରାଣୀ ମାଫିଆଙ୍କ ତାଲିକା କରାଯାଇଥିବା କ୍ରାଇମବ୍ରାଞ୍ଚ ଏସ.ଟି.ଏଫ୍. ପକ୍ଷରୁ ସୂଚନା ମିଳିଛି।

ଏସ.ଟି.ଏଫ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ୨୧ଟି କଲରାପତରିଆ ବାଘ ଛାଲ, ୧୨ଟି ହାତି ଦାନ୍ତ ଜବତ କରିବା ସହ ୮ଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ଅଧିକାଂଶ ଘଟଣାରେ ଶିକାରୀ କିମ୍ବା ମାଷ୍ଟରମାଇଣ୍ଡ ପାଖରେ ପହଁଞ୍ଚି ପାରିନି ତଦନ୍ତକାରୀ ଟିମ୍ । କେବଳ ମଧ୍ୟସ୍ଥିମାନଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍।

ଏସ.ଟି.ଏଫ୍ ଏ.ପି ତେଜରାଜ ପଟେଲ କହିଛନ୍ତି, “ଡ୍ରଗ୍ସ ଓ ବନ୍ୟପ୍ରାଣୀ ଡିଲ କରୁଥିବା ଗିରଫ ମାଫିଆଙ୍କର ଏବେ ସମ୍ପତ୍ତି ଖୋଜା ଚାଲିଛି । ଯେଉଁମାନେ ଫେରାର ଅଛନ୍ତି ସେମାନଙ୍କୁ ୱାଣ୍ଟେଡ଼ ଘୋଷଣା କରିବାକୁ ତାଲିକା କରାଯାଇଛି । ସେମାନଙ୍କ ନାଁରେ ଓ ପରିବାର ନାମରେ ଥିବା ସମ୍ପତି ଗୁଡିକକୁ ଏବେ ଠାବ କରାଯାଉଛି । ଆଉ କିଛି ମାଫିଆଙ୍କ ଠାରୁ ଠାବ ହୋଇଥିବା ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ପକ୍ରିୟା ଆରମ୍ଭ କରାଯାଇଛି ।’’

ମଙ୍ଗଳବାର ବଲାଙ୍ଗୀର ଜିଲ୍ଲା ଓଡଙ୍ଗା ଅଞ୍ଚଳରୁ ଏକ ହାତୀ ଦାନ୍ତ ଜବତ କରିଥିଲା ଏସ.ଟି.ଏଫ୍। ଜବତ ହାତୀ ଦାନ୍ତ ୯ କିଲୋ ହୋଇଥିବା ବେଳେ ମାଫିଆ ୧୫ ଲକ୍ଷ ଟଙ୍କାରେ ଡିଲ କରିବାକୁ ଯୋଜନା କରୁଥିଲେ । ହେଲେ କାହାକୁ ଡିଲ କରିଥାନ୍ତେ ତାହା ସ୍ପଷ୍ଟ କରିନି କ୍ରାଇମ୍ ବ୍ରାଞ୍ଚ୍ ।

“କେବଳ ବନ୍ୟପ୍ରାଣୀ ନୁହେଁ, ଡ୍ରଗ୍ସ ମାଫିଆଙ୍କ ସ୍ମଗଲିଂ ଘଟଣା ଏବେ ସାମ୍ନାକୁ ଆସିଛି । ପୂର୍ବରୁ ଗିରଫ ହୋଇ ଝାରପଡା ଜେଲରେ ଥିବା ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନୋଟିସ ସର୍ଫ କରାଯାଇଛି । ଝାରପଡା ଜେଲରେ ଥିବା ଟକଲୁ ପାଖକୁ ଯାଇ ନୋଟିସ ଜାରି କରାଯାଇଛି । ଏବେ ସୁଦ୍ଧା ଟକଲୁର ୨ କୋଟି ସମ୍ପତ୍ତି ଠାବ କରାଯାଇଛି । ଏହି ସମ୍ପତ୍ତିକୁ ବାଯ୍ୟାପ୍ତି କରିବାକୁ କୋର୍ଟ ମଧ୍ୟ ଅନୁମତି ଦେଇଛନ୍ତି,” କହିଛନ୍ତି ଏସ.ଟି.ଏଫ୍ ଏସପି ପଟେଲ।

କିଛି ଦିନ ତଳେ ରାଜସ୍ଥାନ ଯୋଧପୁରରୁ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ରାଜ୍ୟ ବାହାର ସମ୍ପତ୍ତି ଠାବ କରିଛି ଏସ.ଟି.ଏଫ୍. । ଖୁବ୍ ଶିଘ୍ର ସେହି ସମ୍ପତ୍ତିକୁ ଜବତ କରାଯିବ ବୋଲି ଏସ.ଟି.ଏଫ୍. ପକ୍ଷରୁ ସୂଚନା ମିଳିଛି । ତଦନ୍ତ ବେଳେ ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି, ଶେଖ ରାଜା, ଟକଲୁ ରାଜା ଓ ଶେଖ ଆଜବାହାର ମଧ୍ୟରେ ରହିଛି ଡ୍ରଗ୍ସ କାରବାର ଲିଙ୍କ । ଶେଖ ରାଜା ରାଜ୍ୟ ଭିତର କାରବାର ବୁଝୁ ଥିବା ବେଳେ ଟକଲୁ ରାଜା ଦାୟିତ୍ୱରେ ଥିଲା କୋଲିକତା ଲିଙ୍କ । ଅନ୍ୟତମ ଅଭିଯୁକ୍ତ ଶେଖ ଆଜବାହାର ନେପାଳ ଲିଙ୍କରେ ରହିଥିଲେ।

ସୂଚନାଯୋଗ୍ୟ, ୨୦୨୦ରୁ ଏବେ ପର୍ଯ୍ୟନ୍ତ ରାଜ୍ୟରୁ ୪୩ କିଲୋ ବ୍ରାଉନ ସୁଗର ଜବତ ହୋଇଥିବା ବେଳେ ୨୧ଟି କଲରାପତରିଆ ବାଘ ଛାଲ, ୧୨ଟି ହାତିଦାନ୍ତ ଜବତ ହୋଇସାରିଛି । ଏହା ସହ ୮ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି।
Published by:Lipina Das
First published: