ଭଦ୍ରକରେ ବେଆଇନ୍ ବନ୍ଧୁକ କାରବାର ଧରିଲା STF; ୫ ବନ୍ଧୁକ ଓ ୭ ରାଉଣ୍ଡ୍ ଗୁଳି ଜବତ; ୨ ଗିରଫ

ଗିରଫ ହୋଇଥିବା ରବୀନ୍ଦ୍ର ପ୍ରସାଦ ଦୀର୍ଘ ଦିନ ଧରି ଏହି କାରବାର କରୁଥିଲା । ସେ ବିହାରରୁ ବନ୍ଧୁକ ଆଣି ଓଡ଼ିଶାରେ ସପ୍ଲାଏ କରୁଥିଲା । ୩୦,୦୦୦ରୁ ୪୦,୦୦୦ ଟଙ୍କାର ବନ୍ଧୁକକୁ ୨ ଲକ୍ଷରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା ।

ଭଦ୍ରକରେ ବେଆଇନ୍ ବନ୍ଧୁକ କାରବାର ଧରିଲା STF; ୫ ବନ୍ଧୁକ ଓ ୭ ରାଉଣ୍ଡ୍ ଗୁଳି ଜବତ; ୨ ଗିରଫ
ଜବତ ହୋଇଥିବା ବନ୍ଧୁକ ଓ ଗୁଳି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ରାଣୀତାଲ ଅଞ୍ଚଳରେ ବେଆଇନ୍‌ ବନ୍ଧୁକ ଡିଲ୍‌ ହେବାକୁ ଯାଉଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମ୍‌ ବ୍ରାଞ୍ଚର ଏସ୍‌.ଟି.ଏଫ୍‌. । ମଙ୍ଗଳବାର ରାତିରେ ନାଇଟ କର୍ଫ୍ୟୁର ଫାଇଦା ନେଇ ଏହି ଡିଲ୍‌ କରିବା ପାଇଁ ସବୁ ଯୋଜନା ସରିଥିଲା । ହେଲେ ଠିକ୍‌ ସମୟରେ ଏସ୍‌.ଟି.ଏଫ୍‌.ର ଏକ ଟିମ୍‌ ଚଢ଼ାଉ କରିଥିଲା ଓ ଏକ ମାଫିଆ ନେଟୱର୍କର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ

ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରସାଦ ଓ ବାଲେଶ୍ଵର ଜିଲ୍ଲାର ବିଶ୍ୱନାଥ ବିଶୋୟୀ । ଉଭୟଙ୍କ ଠାରୁ ଜବତ ହୋଇଛି ପାଞ୍ଚଟି ୭-ଏମ୍‌.ଏମ୍‌. ଅଟୋମେଟିକ୍‌ ବନ୍ଧୁକ, ସାତ ରାଉଣ୍ଡ୍‌ ଜୀବନ୍ତ ଗୁଳି ଓ ସାତଟି ମ୍ୟାଗାଜିନ୍‌ । ଜବତ ବନ୍ଧୁକ ରବୀନ୍ଦ୍ର ମୁଙ୍ଗେରରୁ ଆଣିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଏସ୍‌.ଟି.ଏଫ୍‌. ।

ଏହା ବି ପଢ଼ନ୍ତୁ | ଅଭିନେତା ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

‘‘ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଏହି ବନ୍ଧୁକ ଡିଲ ହେବାକୁ ଯାଉଥିଲା । ଆମ ପାଖରେ ଖବର ପହଞ୍ଚିବା ପରେ ଆମ ଟିମ୍‌ ସେହି ସ୍ଥାନରେ ଛକି ବସିଥିଲା । ଦୁଇ ଜଣ ଯୁବକ ଏକ ବ୍ୟାଗରେ ବନ୍ଧୁକ ଧରି କାହାକୁ ଅପେକ୍ଷା କରିଥିଲେ । ଏହି ସମୟରେ ଆମ ଟିମ୍‌ ଚଢ଼ାଉ କରିଥିଲା । ପୋଲିସକୁ ଦେଖି ସେମାନେ ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ଆମେ ଉଭୟଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲୁ,’’ କହିଛନ୍ତି ଏସ୍‌.ଟି.ଏଫ୍‌. ଏସ୍‌.ପି. ପ୍ରଶାନ୍ତ କୁମାର ଭୋଇ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPL 2021: KKR ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନୀତିଶ ରାଣାଙ୍କ ସ୍ତ୍ରୀ ଇଣ୍ଟେରିୟର ଡିଜାଇନର୍; କୋହଲିଙ୍କ ଫ୍ୟାନ୍

ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତି


ଏହା ବି ପଢ଼ନ୍ତୁ | କେତେ ସ୍ୱପ୍ନ ନେଇ ବାହା ହୋଇଥିଲା; କ୍ରେଟା କାର୍ ଲକ୍ଷ ଟଙ୍କା ଆଣିବାରୁ ଜୀବନ ଗଲା

ଗିରଫ ହୋଇଥିବା ରବୀନ୍ଦ୍ର ଦୀର୍ଘ ଦିନ ଧରି ଏହି କାରବାର କରୁଥିଲା ବୋଲି କହିଛନ୍ତି ଭୋଇ । ‘‘ସେ ମୁଙ୍ଗେରରୁ ବନ୍ଧୁକ ଆଣେ ଓ ବିଶ୍ୱନାଥ ତାକୁ ଓଡ଼ିଶାରେ ସପ୍ଲାଏ କରେ । ମୁଙ୍ଗେରରେ ବନ୍ଧୁକ ପିଛା ୩୦ରୁ ୪୦ହଜାର ଟଙ୍କାରେ ଆଣି ତାକୁ ଓଡ଼ିଶାରେ ୨ରୁ ୩ ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିଲା । ଏବେ ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରାଯାଉଛି । ରିମାଣ୍ଡରେ ଆଣିବା ପରେ ସେମାନଙ୍କ ଠାରୁ ଅଧିକ ତଥ୍ୟ ମିଳିବ,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

ରାଜ୍ୟରେ ଚୋରା ବନ୍ଧୁକ କାରବାର ନୂଆ ନୁହେଁ । ଗତ ବର୍ଷକ ମଧ୍ୟରେ ଏସ୍‌.ଟି.ଏଫ୍‌. ୨୭ଟି ବେଆଇନ୍‌ ବନ୍ଧୁକ ଓ ୭୧ଟି ଗୁଳି ଜବତ କରିଛି । ଅଧିକାଂଶ ବନ୍ଧୁକ ମୁଙ୍ଗେରରୁ ଆସୁଥିବା ଜଣା ପଡ଼ିଛି ।



‘‘ପୂର୍ବରୁ ମଧ୍ୟ ଓଡିଶାକୁ ମୁଙ୍ଗେରରୁ ଚୋରା ବନ୍ଧୁକ ଆସୁଥିଲା । ଅପରାଧୀ ଶ୍ରେଣୀର ଲୋକେ ବିଶେଷ କରି ଚୋରା ବନ୍ଧୁକର ଡିମାଣ୍ଡ୍‌ କରିଥାନ୍ତି । ସେଥି ପାଇଁ ଏହି ଚୋରା କାରବାର ବୃଦ୍ଧି ପାଉଛି । ତେଣୁ ଅଧିକରୁ ଅଧିକ ଯାଞ୍ଚ ଓ ଗହନ ତଦନ୍ତ କଲେ ଏହି ରାକେଟର ଚେର ପାଖରେ ପହଞ୍ଚିବା ପୋଲିସ ପାଇଁ ସହଜ ହେବ,’’ କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ୍‌ ।
Published by: Anand ST Das
First published: May 5, 2021, 11:56 PM IST