'ପୁଷ୍ପାରାଜ' ଷ୍ଟାଇଲରେ ଚାଲାଣ କରୁଥିଲା ଗଞ୍ଜେଇ; ଅନୀଲ ପାଣ୍ଡିକୁ ୱାଣ୍ଟେଡ଼ ଘୋଷଣା କଲା STF

ଆନ୍ତଜାର୍ତୀୟ ଗଞ୍ଜେଇ ମାଫିଆ ଅନୀଲ ପାଣ୍ଡି ବିରୋଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଅନୀଲର ୨କୋଟି ସମ୍ପତ୍ତି ଜବତ କରିଛି କ୍ରାଇମବ୍ରା଼ଞ୍ଚ ।

ଗଞ୍ଜେଇ ମାଫିଆ ଅନିଲ ପାଣ୍ଡି ବିରୋଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

ଗଞ୍ଜେଇ ମାଫିଆ ଅନିଲ ପାଣ୍ଡି ବିରୋଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆନ୍ତଜାର୍ତୀୟ ଗଞ୍ଜେଇ ମାଫିଆ ଅନୀଲ ପାଣ୍ଡି (୩୫)ବିରୋଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ  ଏସ.ଟି.ଏଫ ।  ଅନୀଲ କୁମାର ପାଣ୍ଡିର ୨କୋଟି ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୨ କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ଏନ.ଡ଼ି.ପି.ଏସ କୋଲକାତା କମ୍ପିଟେଣ୍ଟ ଅଧିକାରୀଙ୍କୁ ବାଜ୍ୟାପ୍ତ କରିବା ପାଇଁ ଚିଠି ଲେଖିଛି ଏସଟିଏଫ । ଏହି  ସମ୍ପତ୍ତି ଭିତରେ ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର, ୩୩ଟି ପ୍ଲଟ ଓ ବ୍ୟାଙ୍କ ଡ଼ିପୋଜିଟ ରହିଛି।

ଅନୀଲ ପାଣ୍ଡି ଦୀର୍ଘ ଦିନ ହେବ ନିଶା ବ୍ୟବସାୟରେ ଲିପ୍ତ ଥିଲା । କେବଳ ରାଜ୍ୟ  ନୁହଁ ରାଜ୍ୟ ବାହାରେ ଗୁଜୁରାଟ ଓ ମହାରାଷ୍ଟ୍ରରେ ମଧ୍ୟ ସେ ବେଆଇନ କାର୍ଯ୍ୟରେ ଲିପ୍ତ ରହିଛି । ପୂର୍ବରୁ ଅନୀଲର ଭାଇ ସୁନୀଲ ପାଣ୍ଡିଙ୍କୁ ମଧ୍ୟ ଗୁଜୁରାଟ ପୋଲିସ ଗିରଫ କରିଛି । ଏହି ଦୁଇ ଭାଇଙ୍କ ସହ ଅନ୍ୟ କିଛି ଜଣ ମିଶି ଗଞ୍ଜେଇ କାରବାର କରୁଥିବାର ଅନୁମାନ କରିଛି ଏସ.ଟି.ଏଫ । ଗଜପତିରୁ ଏହି ବ୍ୟବସାୟ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ନେଟ ୱାର୍କ ଚଳାଉଥିଲା ଅନୀଲ । ଏପରିକି ମାଓବାଦୀ ସହ ମିଶି ଗଞ୍ଜେଇ ଚାଷ କରୁଥିବା ଏସଟିଏଫ ସନ୍ଧେହ କରୁଛି  ।

"ଆମେ ଦତନ୍ତ ବେଳେ ଜାଣିବାକୁ ପାଇଲୁ, ଅନୀଲ ନିଶା କାରବାର ଟଙ୍କାରେ ତାର ସମ୍ପତି ବୃଦ୍ଧି କରିଛି । ଉଚ୍ଚ ଅଟାଳିକା ଘର ସମେତ ବେଆଇନ ଟଙ୍କାରେ ଅୟସ କରୁଛି । ତା ନାମରେ ଏସଟିଏଫ ନିକଟରେ ଏକଧିକ ମାମଲା ରହିଛି । ତାକୁ ଧରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲୁ । ହେଲେ ସେ ଆଗୁଆ ଖବର ପାଇ ଚମ୍ପଟ ମାରିଥିଲା । ତେଣୁ ତା ନାମରେ ଆମେ ୱାରେଣ୍ଟ ଜାରି କରିଛୁ । ଯିଏ ଅନୀଲର ସୂଚନା ଏସଟିଏଫକୁ ଦବ, ତାଙ୍କ ନାମ ଗୋପନ ରଖି ପୁରସ୍କାର କରାଯିବ," କହିଛନ୍ତି ଏସଟିଏଫ ଏସ.ପି. ତେଜରାଜ ପଟେଲ ।

ଅନୀଲର ଘର ଗଞ୍ଜାମ ଜିଲା ଆସ୍କା ଦିଗପହଣ୍ଡି ଛଚିନା ଗାଁରେ । ସେଠାରେ ସେ ନିଜର ସମ୍ପତ୍ତି ବଢ଼ାଇଥିଲା । ଏବେ ସୁଦ୍ଧା ଦୁଇ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର , ୩୩ଟି ପ୍ଲଟ ଓ ବ୍ୟାଙ୍କ ଡ଼ିପୋଜିଟ୍ । ଘର ଭିତରେ ସୁଇମିଙ୍କ ପୋଲ ରହିଛି  । ବିଭିନ୍ନ ଜିଲ୍ଲାରେ ତା ନାମରେ ଅଭିଯୋଗ ରହିଛି । ତେଣୁ ତାର ସୂଚନା ଦେବାକୁ ଏକ ହେଲ୍ପ ଲାଇନ ନମ୍ବର(୭୮୯୪୪୨୩୬୧୦)ଜାରି କରିଛି ତଦନ୍ତକାରୀ ସଂସ୍ଥା ।

ଏସ.ଟି.ଏଫ ଏସ.ପି  ଶ୍ରୀ ପଟେଲ କହିଛନ୍ତି, "୨୦୨୧ ମସିହା ଅଗଷ୍ଟ ୧୩ ତାରିଖରେ ୧୦ କୁଇଣ୍ଟା ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା । ଯେଉଁଥିରେ କି ଟ୍ରକ ଭିତରେ ଏକ ସିକ୍ରେଟ ଚାମ୍ବର ତିଆରି କରିଥିଲା ଅନୀଲ । ପୋଲିସ ଆଖିରେ ଧୂଳି ଦେବାପାଇଁ ଟ୍ରକ ଉପରେ ବିପୁଳ ପରିମାଣର ନଡ଼ିଆ ଥିବାବେଳେ ଭିତରେ ଗଞ୍ଜେଇ ଥିଲା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇବା ପରେ ଆମେ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲୁ । ତଦନ୍ତ ବେଳେ ଜଣା ପଡିଲା ଅନୀଲ ହିଁ ଟ୍ରକ ଭିତରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲା" ।
Published by:Soumya Das
First published: