ରାଜ୍ୟ ସବୁଠାରୁ ବଡ଼ ମୋବାଇଲ ସିମ୍ କାର୍ଡ ଜାଲିଆତିର ପର୍ଦ୍ଦା ଫାସ କଲା କ୍ରାଇମ୍ ବ୍ରାଞ୍ଚ

ଏହି କାରବାରରେ କ୍ରାଇମ୍ ବ୍ରାଞ୍ଚ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି। ଫଳରେ ଏହି ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି କ୍ରାଇମ୍ ବ୍ରାଞ୍ଚ।

ରାଜ୍ୟ ସବୁଠାରୁ ବଡ଼ ମୋବାଇଲ ସିମ୍ କାର୍ଡ ଜାଲିଆତିର ପର୍ଦ୍ଦା ଫାସ କଲା କ୍ରାଇମ୍ ବ୍ରାଞ୍ଚ

ରାଜ୍ୟ ସବୁଠାରୁ ବଡ଼ ମୋବାଇଲ ସିମ୍ କାର୍ଡ ଜାଲିଆତିର ପର୍ଦ୍ଦା ଫାସ କଲା କ୍ରାଇମ୍ ବ୍ରାଞ୍ଚ

  • Share this:
News18 Odia Digital

କଟକ: ମୋବାଇଲ ସିମ୍ ଆାଧାରିତ ସାଇବର ଠକେଇର ଏକ ବହୁତ ବଡ଼ ରାକେଟର ପର୍ଦ୍ଦା ଫାସ କରିଛି କ୍ରାଇମ୍ ବ୍ରାଞ୍ଚ। ଢେଙ୍କାନାଳ ଜିଲ୍ଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି କ୍ରାଇମ ବ୍ରାଞ୍ଚ ଏହି ଗ୍ୟାଙ୍ଗର ମୁଖ୍ୟ ଦୁଷ୍ମନ୍ତ ସାହୁ ସହିତ ତା'ର ଦୁଇ ସହଯୋଗୀ ସାଇପ୍ରକାଶ ଦାସ ଓ ଅବିନାଶ ନାୟକଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ଜବତ ହୋଇଛି ୧୯,୬୪୧ ପ୍ରି ଆକ୍ଟିଭେଟ୍ ସିମ ସହ ୧୪ ଲକ୍ଷ ୩୨ ହଜାର ଟଙ୍କା, ୨୪୭ଟି ମେବାଇଲ ଭାଉଚର, ୪୮ଟି ମୋବାଇଲ ହ୍ୟାଣ୍ଡସେଟ, ଫିଙ୍ଗର ପ୍ରିଣ୍ଟ ସ୍କାନର, ୪୪୦ ଜଣ ଲୋକଙ୍କ ପାସପୋର୍ଟ ସାଇଜ ଫଟୋ, ୩୯୪ଟି ଭୋଟର ଆଇ କାର୍ଡ ଓ ୫ଟି ଆଧାର କାର୍ଡ ସହ ଗୋଟିଏ ଲ୍ୟାପଟପ ଭଳି ବହୁ ସାମଗ୍ରୀ।

"ଏହି ଗ୍ୟାଙ୍ଗର ମୁଖ୍ୟ ଦୁଷ୍ମନ୍ତ ସାହୁ ମୋବାଇଲ ସେବା ପ୍ରଦାନକାରୀ ବିଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କୁ ହାତ କରି ସିମ କାର୍ଡ ସଂଗ୍ରହ କରୁଥିଲା ଓ ସେଗୁଡିକୁ ନିଜ ଦୁଇ ସହଯୋଗୀ ସାଇ ପ୍ରକାଶ ଦାସ ଓ ଅବିନାଶ ନାୟକ ଜରିଆରେ ଆକ୍ଟଭେଟ୍ କରି ବେଆଇନ ଭାବେ ସୋସିଆଲ ମିଡ଼ିଆରେ "ବାୟର-ସେଲର ଅଫ ଓଟିପି" ନାଁରେ ଥିବା ଏକ ଗ୍ରୁପ ଜରିଆରେ ସାରା ଦେଶକୁ ସିମ୍ ବିକୁଥିଲା,’’ କହିଛନ୍ତି କ୍ରାଇମ୍ ବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା।

କ୍ରାଇମ୍ ବ୍ରାଞ୍ଚ ଠାରୁ ମିଳିଥିବା ସୂଚନା ମୁତାବକ ଢେଙ୍କାନାଳର ନଦୀଆଳି ବାସିନ୍ଦା ଦୁଷ୍ମନ୍ତ ଥିଲା ପୁରା ଘଟଣାର ମାଣ୍ଟର ମାଇଣ୍ଡ। ଦୁଷ୍ମନ୍ତ ସ୍ଥାନୀୟ ଟାଉନ ପ୍ଲାନିଂ ଛକ ଠାରେ ଏକ ମୋବାଇଲ ରିଚାର୍ଜ ଦେକାନ କରିଥିବା ସାଇ ପ୍ରକାଶ ନାୟକ ଓ ସାଇ ପ୍ରକାଶର ସହଯୋଗୀ ଅଭିନାଶ ନାୟକକୁ ହାତ କରି ବିଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କ ପାଖରୁ ପ୍ରି-ଆକ୍ଟି ଭେଟଡ ସିମ କାର୍ଡକୁ ସଂଗ୍ରହ କରୁଥିଲା । ଏହି ସବୁ ସିମ କାର୍ଡ ମିଳିବା ପରେ ଦୁଷ୍ମନ୍ତ ଏହି ସିମ୍ ଦ୍ବାରା ଜେନେରେଟ ହେଉଥିବା ଏଟିପିର ବ୍ୟବସାୟ କରୁଥିଲା।

ବିଶେଷ କରି ଯେଉଁ ସାଇବର ଠକମାନେ ଫେକ୍ ଆକାଉଣ୍ଟ ଓ ୱାଲେଟ୍ ଜରିଆରେ ଖୋଲି ସ୍ବିଗି, ଆମାଜନ, ଫ୍ଲିଫକାର୍ଟ, ପେଟିଏମ, ଫୋନ-ପେ ଭଳି ବଡ଼ ବଡ଼ କମ୍ପାନୀରୁ ଅନଲାଇନ ସପିଂ କରୁଥିଲେ। ବେନାମୀ ହ୍ବାଟ୍ସଆପ ନମ୍ବରର ବ୍ୟବହାର କରୁଥିବା ପେସାଦାର ଠକମାନଙ୍କୁ ମଧ୍ୟ ଏହି ସିମ କାର୍ଡର ଓଟିପି ବିକ୍ରି କରୁଥିଲା। ଏଥିପାଇଁ ପ୍ରତି ଓଟିପି ଲାଗି ୪୦୦ ଟଙ୍କା ନେଉଥିଲା ଦୁଷ୍ମନ୍ତ । ତେବେ ଦୁଷ୍ମନ୍ତ ଦ୍ବାରା ପଠାଯାଉଥିବା ଓଟିପିକୁ ବ୍ୟବହାର କରି ବହୁ ସାଇବର ଠକେଇ ଏପରିକି ଦେଶ ବିରୋଧୀ କାର୍ଯ୍ୟରେ ଲଗାଯାଇଥିବା ନେଇ ଆଶଙ୍କା କରୁଛି କ୍ରାଇମ୍ ବ୍ରାଞ୍ଚ।

ସେପଟେ ଦୁଷ୍ମନ୍ତକୁ ସିମ କାର୍ଡ ଯୋଗାଉଥିବା ସାଇ ପ୍ରକାଶ ନାୟକ ଓ ଅଭିନାଶ ନାୟକ ମଧ୍ୟ ସିମ କାର୍ଡ ହାସଲ କରିବା ପାଇଁ ସାଙ୍ଘାତିକ ଓ ବଡ଼ ଧରଣ ଷଡ଼ଯନ୍ତ୍ର କରିଥିଲେ। ସାଇ ପ୍ରକାଶ ନିଜ ଦେକାନକୁ ନୂଆ ସିମ କାର୍ଡ ପାଇଁ ଆସୁଥିବା ଗ୍ରାହକଙ୍କ ଠାରୁ ସେମାନଙ୍କର ପରିଚୟ ପତ୍ର ସହ ଫଟୋର ନକଲକୁ ଚତୁରତାର ସହ ନିଜ ପାଖ ରଖି ନେଉଥିଲା। ସେଗୁଡିକର ଅପବ୍ୟବହାର କରି ସେ ଏହି ସବୁ ସିମ କାର୍ଡକୁ ବିଭିନ୍ନ ସର୍ଭିସ ପ୍ରେଭାଇଡରଙ୍କ ଠାରୁ କିଣି ନେଉଥିଲା। ଏପରି କିଛି ଫଟୋକୁ ସେ ସ୍ଥାନୀୟ ଫଟୋ ଷ୍ଟୁଡିଓରୁ ସଂଗ୍ରହ କରିଥିବା କଥା ମଧ୍ୟ ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା।

ଏହି କାରବାରରେ କ୍ରାଇମ୍ ବ୍ରାଞ୍ଚ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି। ଫଳରେ ଏହି ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି କ୍ରାଇମ୍ ବ୍ରାଞ୍ଚ। ରିମାଣ୍ଡ ସମୟରେ ହେବାକୁ ଥିବା ଜେରାରୁ ଏହି ଅପରାଧ ବାବଦରେ ଅଧିକ ତଥ୍ୟ ମିଳିବା ସହ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ସ୍ପଷ୍ଟ ହୋଇଛି।
Published by:Lipina Das
First published: