ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ରୋଲ୍ ମଡେଲ; ମୁଖ୍ୟ ଶାସନ ସଚିବ

ଆଜି ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ଏହି ଦିବସ ପାଳିତ ହୋଇଥାଏ ।

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ରୋଲ୍ ମଡେଲ; ମୁଖ୍ୟ ଶାସନ ସଚିବ

ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ରୋଲ୍ ମଡେଲ; ମୁଖ୍ୟ ଶାସନ ସଚିବ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଆଜି ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି  ଓଡ଼ିଶା  ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ। ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ୧୯୯୯ ଅକ୍ଟୋବର ୨୯ ତାରିଖରେ ଆସିଥିବା ମହାବାତ୍ୟାରେ ଛାରଖାର ହୋଇଯାଇଥିଲା ଓଡ଼ିଶା। ଏହି ଧ୍ୱଂସ ଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ କୈାଣସି ପ୍ରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଏହି ଦିବସକୁ ସରକାରୀ ସ୍ତରରେ ପାଳନ କରାଯାଇଥାଏ ।

ଦୀର୍ଘ ୨୩ ବର୍ଷ ଭିତରେ  ରାଜ୍ୟରେ ବିପର୍ଯ୍ୟୟ  ମୁକାବିଲା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି।  ଆଜି ରାଜ୍ୟରେ ବିପର୍ଯ୍ୟୟ ଆସିଲେ ବହୁତ କମ ସମୟ ଭିତରେ ଲୋକଙ୍କୁ ସ୍ଥାନାନ୍ତରଣ , ଉଦ୍ଧାର କରାଯାଇପାରୁଛି । ଯେଉଁଥିପାଇଁ ସମସ୍ତ ଜୀବନ ରକ୍ଷା ହୋଇପାରିଛି । ବର୍ତ୍ତମାନ ରାଜ୍ୟ ସରକାର ସମସ୍ତ ପ୍ରକାର ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ବାତ୍ୟା, ବନ୍ୟା, ଅଗ୍ନି, କେମିକାଲ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପ୍ରସ୍ତୁତ । ଏହା ସହିତ ସାପ କାମୁଡ଼ାରେ ଅଧିକ ଲୋକ ମୃତ୍ୟୁବରଣ କରୁଥିବାରୁ କିପରି ଲୋକଙ୍କୁ ରକ୍ଷା କରାଯାଇପାରିବ ସେଥିପାଇଁ ଅଭିଯାନ ଆରମ୍ଭ କରିବେ ସରକାର । ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ମେସେଜ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମଣିଷ ଜୀବନ ଠାରୁ ଆଉ କିଛି ମୂଲ୍ୟବାନ ନାହିଁ । ପିଆରଆଇ ମେମ୍ବର, ଆଶା, ଅଙ୍ଗନବାଡି, ଏସଏଚଜି ମହିଳାଙ୍କ ସହଯୋଗରେ ଆଜି ବିପର୍ଯ୍ୟୟ ମୁକବିଳାରେ ରାଜ୍ୟ ନମ୍ବର ୧ ହୋଇପାରିଛି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ପ୍ରତିଥର ଜିରୋ କାଜୁଆଲିଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଜଳ,ବାୟୁ ପରିବର୍ତ୍ତନ ଯୋଗୁ ବାତ୍ୟା ବନ୍ୟା ଆକଳନ କଷ୍ଟକର ହୋଇପଡୁଛି । ତେଣୁ ଏଥିରେ କ୍ଷୟକ୍ଷତି କମାଇବା ପାଇଁ  ଜନ ସଚେତନତାର ଆବଶ୍ୟକତା ରହିଛି ।ଏହାସହ ସମ୍ବଳ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଏବଂ ବିଦେଶ ଏନଜିଓ ମିଶି କାମ କରିବାର ଆବଶ୍ୟକତା ରହିଛି । ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ପାଣି ବୁଡି, ସାପ କାମୁଡାରେ ଓ ନିଆଁରେ ପୋଡି ମୃତ୍ୟୁ ସଂଖ୍ୟା ବଢ଼ୁଛି । ଯାହାକୁ ଆମକୁ କମାଇବାକୁ ପଡିବ । ଏହାସହ ବିଜୁଳିରେ ମୃତ୍ୟୁ ସଂଖ୍ୟା ବର୍ଷକୁ ୫୦୦ ଥିବାବେଳେ ଏବେ ଏହା ୨୫୦କୁ ଖସିଛି । ଯାହାକୁ  ୩ ବର୍ଷ ଭିତରେ  ୮୦ ପ୍ରତିଶତ କମାଇବାକୁ ଚେଷ୍ଟା ଚାଲିଛି । ସହରରେ ବନ୍ୟା ପରିସ୍ଥିତି ଭବିଷ୍ୟତରେ ବଡ଼ ବିପଦ । ୪ ବର୍ଷ ତଳେ ବଲାଙ୍ଗିରରେ ହୋଇଥିବା ବନ୍ୟା ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥିଲା । ଏଥିସହ କାର୍ଯ୍ୟକ୍ରମ ଅବସରରେ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ୟବହୃତ ଉପକରଣକୁ ପ୍ରଦର୍ଶିତ କରାଯାଇଥିଲା ।
Published by:Soubhagya Mishra
First published: