ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମମିତା ମେହେର ହତ୍ୟା: 'ବି' ଟିମ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ

ମମିତା ମେହେର ହତ୍ୟା: 'ବି' ଟିମ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ

ମମିତା ମେହେରା ହତ୍ୟା ଘଟଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଶୁକ୍ରବାର କଂଗ୍ରେସ ରାଜ୍ୟ ବନ୍ଦ ଡ଼ାକରା ଦେଇଥିବା ବେଳେ ଏହି ‘ବି’ ଟିମ୍ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ମମିତା ମେହେର ହତ୍ୟା: 'ବି' ଟିମ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ
'ବି' ଟିମ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ
  • News18 Odia
  • Last Updated: November 12, 2021, 4:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କିଏ କାହାର ‘ବି’ ଟିମ୍ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଏବେ ବେଶ୍ ଚର୍ଚ୍ଚା । ମୁଖ୍ୟତଃ ମମିତା ମେହେର ହତ୍ୟା ଘଟଣାକୁ ନେଇ କଂଗ୍ରେସର ବନ୍ଦ ଡ଼ାକରା, ବିଜେପିର ସମର୍ଥନ ତଥା ଶାସକ ଦଳର ସମାଲୋଚନା ପରିପ୍ରେକ୍ଷୀରେ ଏଭଳି ଚର୍ଚ୍ଚା ସାମ୍ନାକୁ ଆସିଛି । ଶାସକ ବିଜେଡ଼ି ଦଳର ସାଂସଦ ତଥା ବରିଷ୍ଠ ନେତା ଏହି ବି ଟିମ୍ ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରିଥିବା ବେଳେ ଏହାର ପାଲଟା ଜବାବ ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ମମିତା ମେହେରା ହତ୍ୟା ଘଟଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଶୁକ୍ରବାର କଂଗ୍ରେସ ରାଜ୍ୟ ବନ୍ଦ ଡ଼ାକରା ଦେଇଥିବା ବେଳେ ଏହି ‘ବି’ ଟିମ୍ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଭୁବନେଶ୍ୱର ସ୍ଥିତ ବିଜୁ ଯୁବ ଜନତା ଦଳର କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଥିଲେ ବିଜେଡ଼ି । ଦଳର ସାଂସଦ ସସ୍ମିତ ପାତ୍ରଙ୍କ ଅଭିଯୋଗ, କୋଭିଡ ପ୍ରଭାବିତ ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା ଉପରେ କୁଠାର ଘାତ ସଦୃଶ ହୋଇଥିଲା ବେଳେ ଏଭଲି ବନ୍ଦ ଡାକରା ଅତ୍ୟନ୍ତ ନିନ୍ଦନୀୟ। ମମିତା ମୃତ୍ୟୁ ଘଟଣାରେ ପୀଡ଼ିତାଙ୍କ ବାପା ଓ ତାଙ୍କ ପରିବାର ମଧ୍ୟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହାକୁ ରାଜନୀତି କରଣ କରାନଯାଉ। ତାଙ୍କର ପୋଲିସ ତଦନ୍ତ ଉପରେ ଭରଷା ଅଛି । ହେଲେ ଏହାକୁ ନେଇ କଂଗ୍ରେସ ବିଜେପି ସହିତ ହାତ ମିଲେଇ ଶସ୍ତା ରାଜନୀତି କରୁଛି । ଓଡ଼ିଶା କଂଗ୍ରେସ ଭାରତୀୟ ଜନତା ପାର୍ଟିର ‘ବି’ ଟିମରେ ପରିଣତ ହେଇଛି।

ସେ କହିଛନ୍ତି ଯେ ଦରଦାମ୍ ବୃଦ୍ଧି, ଚାଷୀଙ୍କ ସମସ୍ୟା ଯାହା ରହିଛି ତାକୁ ନେଇ ସେ ବିଷୟରେ କେହି ମୁହଁ ଖୋଲୁନାହାଁନ୍ତି । ଆମେ କଂଗ୍ରେସକୁ ଅନୁରୋଧ କରୁଛୁ ତାଙ୍କର ଯଦି ସତ୍ ସାହସ ଅଛି ତାହେଲେ ପ୍ରମାଣ ନେଇ କୋର୍ଟକୁ ଯାଆନ୍ତୁ । କିନ୍ତୁ ସେମାନେ କୋର୍ଟକୁ ଯିବେ ନାହିଁ । ଏଇ ଶସ୍ତା ରାଜନୀତି କରିବେ। ତେଣୁ ବିଜେପିର ପ୍ରୋତ୍ସାହନରେ ଏଭଳି ବନ୍ଦ ଡାକରାରୁ ନିବୃତ୍ତ ରହୁ କଂଗ୍ରେସ।

ମମିତା ମେହେର ହତ୍ୟା ମାମଲାରେ ବିଜେଡିକୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ


ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଶାଣିତ ସମାଲୋଚନାର ଉତ୍ତର ରଖିଲା କଂଗ୍ରେସ l ବରିଷ୍ଠ କଂଗ୍ରେସ ନେତା ସତ୍ୟ ପ୍ରକାଶଙ୍କ ଅନୁଯାୟୀ, ଏହି ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ରାଜନୀତି କରୁଥିବା କଥା ଯାହା ବିଜେଡି ଅଭିଯୋଗ ଆଣିଛି ତାହା ଅମୂଳକ l କୌଣସି ପ୍ରସଙ୍ଗକୁ ଉଠାଇବାରେ ଯଦି କୌଣସି ରାଜନୈତିକ ଦଳ ଉଦ୍ୟମକରେ ଓ ତାକୁ ରାଜନୀତିକରଣ କୁହାଯାଏ, ତେବେ କଂଗ୍ରେସ ରାଜନୀତି କରିବାରେ କିଛି ଦ୍ୱିଧା ନାହିଁ l ବିଜେଡି ଆଣିଥିବା ଅଭିଯୋଗ କୌଣସି ରାଜନୀତି ଦଳ ତଥ୍ୟ ପ୍ରମାଣ ମାଗିବାରେ ଯଥାର୍ଥତା ନାହିଁ l କରଣ କୌଣସି ରାଜନୈତିକ ଦଳ ତଦନ୍ତକାରୀ ସଂସ୍ଥା ନୁହେଁl

ସସ୍ମିତ ପାତ୍ରଙ୍କ ସମାଲୋଚନାର ଜବାବ ରଖିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ଗୋଲଖ ମହାପାତ୍ର କହିଛନ୍ତି ଯେ ଏହା ହେଉଛି ବିଜେଡିର ନିୟମିତ ଅଭ୍ୟାସ, ପୂର୍ବରୁ ବିଜେଡିର ଏହି ‘ବି’ ଟିମ ଅଭ୍ୟାସ ଅନୁପାଳନ କରି ଆସୁଛି ଯେଉଁଥି ପାଇଁ ଏବେ ସମାନ କଥାକୁ ଦୋହରାଉଛି | ମମିତା ମେହେର ମୃତ୍ୟୁ ଘଟଣାକୁ ବାଟବଣା କରିବା ପାଇଁ ବିଜେଡି ପ୍ରୟାସ କରୁଛି।

ବୁଦ୍ଧିଜୀବୀଙ୍କ ମତରେ ସବୁ ରାଜନୈତିକ ଦଳର ଏହା ନିୟମିତ ଅଭିଯୋଗ। ତେବେ ଭୋଟର ଜାଣନ୍ତି କିଏ କାହାର ‘ବି’ ଟିମ।
Published by: Lipina Das
First published: November 12, 2021, 4:51 PM IST