ପୁରୀରେ ଚାଲିଥିବା ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଯାପିତ

ଜିଲ୍ଲା ହାଇସ୍କୁଲ ପରିସରରେ ଚାଲିଥିବା ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । "ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିୟାନ ହୋଇ ୧୦ ହଜାର ଲେଖାଏଁ ଟଙ୍କା ଓ ଟ୍ରଫି ହାସଲ କରିଥିଲେ ।

ପୁରୀରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଯାପିତ

ପୁରୀରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ ଖୋ ଚମ୍ପିୟାନସିପ ଉଦଯାପିତ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ ; ଜିଲ୍ଲା ହାଇସ୍କୁଲ ପରିସରରେ ଚାଲିଥିବା ୩ ଦିନିଆ ୫୫ତମ ରାଜ୍ୟ ସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । "ପୁରୁଷ ବର୍ଗରେ ବାଲେଶ୍ବର ଓ ମହିଳା ବର୍ଗରେ କିଟ ୟୁନିଭରସିଟି ଚମ୍ପିୟାନ ହୋଇ ୧୦ ହଜାର ଲେଖାଏଁ ଟଙ୍କା ଓ ଟ୍ରଫି ହାସଲ କରିଥିଲେ । ପୁରୁଷ ବର୍ଗର ରନରସ୍ ଅପ କିଟ୍ ୟୁନିଭରସିଟି ଓ ମହିଳା ରନରସ୍ ଅପ ବାଲେଶ୍ବର ଦଳକୁ ୭ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି । ପୁରୁଷ ବର୍ଗରେ ଜଗତସିଂହପୁର ଓ ମହିଳା ବର୍ଗରେ ପୁରୀ ୩ୟ ଏବଂ କଟକର ପୁରୁଷ ଦଳ ଓ ଜଗତସିଂହପୁର ମହିଳା ଦଳ ୪ର୍ଥ ସ୍ଥାନ ହାସଲ କରିଥିବାରୁ ଟ୍ରଫି ସହ ୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯାଇଥିଲା । ପୁରୁଷ ବର୍ଗରେ ୫ମ ସୁନ୍ଦରଗଡ, ୬ଷ୍ଠ ଗଜପତି, ୭ମ ପୁରୀ , ୮ମ ଢେ଼ଙ୍କାନାଳ ଓ ମହିଳା ବର୍ଗରେ ୫ ମ କେନ୍ଦୁଝର, ୬ଷ୍ଠ କଟକ, ୭ମ ଗଞ୍ଜାମ, ୮ମ ସୁନ୍ଦରଗଡ ହୋଇ ଥିବାରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା"।

"ପୁରୁଷ ବର୍ଗର ଶ୍ରେଷ୍ଠ ଖେଳାଳି ଖେଳାଳି ଭାବେ ବାଲେଶ୍ବରର ଲିପୁନ ମୁଖୀ, ବେଷ୍ଟ ରନରସ୍ କିଟର ସଞିତ ଚଟମ୍ବା, ବେଷ୍ଟ ଚେଜର ଭାବେ କିଟର ପବନି ଶବର, ମହିଳା ଦଳର ଶ୍ରେଷ୍ଠ ଖେଳାଳି କିଟର ଅର୍ଚ୍ଚନା ମାଝୀ, ବେଷ୍ଟ ରନରସ କିଟର କାଦମ୍ବିନୀ ମାଝୀ, ବେଷ୍ଟ ଚେଜର ଭାବେ କିଟର ଶୁଭଶ୍ରୀ ସିଂ ଙ୍କୁ ୨ ହଜାର ଟଙ୍କା ଲେଖାଏଁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା"।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରଞନ ବେହେରା, ସହକାରୀ ଜିଲ୍ଲାପାଳ ରାଜ ବଲ୍ଲଭ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ, ଖୋ ଖୋ ରାଜ୍ୟ ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଜାତୀୟ ଖୋ ଖୋ କୋଚ ସଞ୍ଜୀବ ଶର୍ମା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଜୟ ଶଙ୍କର ମିଶ୍ରପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ ।
Published by:Soubhagya Mishra
First published: