ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ଦେଶର ପ୍ରମୁଖ ଅନୁଷ୍ଠାନ ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ।

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଦେଶର ପ୍ରମୁଖ ଅନୁଷ୍ଠାନ ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା । ହୋଟେଲ ଏକ୍ସିଲେନ୍ସିଠାରେ ରାଜ୍ୟ ନିର୍ଦ୍ଦେଶିକା ସସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗୀତା ସଫଳତାର ସହ ଶେଷ ହୋଇଛି । ସସ୍ମିତା ନିଜେ ଜଣେ ମଡେଲ ଓ ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କର କ୍ୟାରିୟର ମଧ୍ୟ ଏହି ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ରୁ ହିଁ ଆରମ୍ଭ ହୋଇଛି । ସସ୍ମିତାଙ୍କ ସହ ଆନ୍ତର୍ଜାତୀୟ ସ୍ତରର ମଡେଲ ବବିତା ଶବର ମଧ୍ୟ କାର୍ଯ୍ୟନିର୍ବାହୀ ଆୟୋଜକ ଭାବେ ସହଯୋଗର ହାତ ବଢ଼ାଇଥିଲେ ।



ଓଡ଼ିଶାର କୋଣ ଅନୁକୋଣରୁ ମଡେଲମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଆସି ସାମିଲ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଟପ୍ ୫ ଜଣ ମିଷ୍ଟର, ୫ଜଣ ମିସ୍ ଓ ୫ଜଣ ମିଷ୍ଟ୍ରେସ୍ ମାନଙ୍କୁ ଚୟନ କରାଯାଇଛି । ଯେଉଁମାନେ ଗୋଆରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ଆୟୋଜିକା ସସ୍ମିତା ପଣ୍ଡା ସୂଚନା ଦେଇଛନ୍ତି । ମିଷ୍ଟର କ୍ୟାଟେଗୋରୀରେ ବ୍ରହ୍ମପୁରର ଅଜିତ କୁମାର ପାତ୍ର ସୁପର ବିଜେତା ହୋଇଥିବା ବେଳେ ଝାରସୁଗୁଡାର କୁନାଲ ଜଲାନ ପ୍ରଥମ ବିଜେତା ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାର ଅମ୍ଳାନ ମହାନ୍ତି ପ୍ରଥମ ରନର୍ସ ଅପ୍‌, ଢ଼େଙ୍କାନାଳର ମହାବୀର ପ୍ରସାଦ ଶତପଥୀ ଦ୍ୱିତୀୟ ରନର୍ସ ଅପ୍ ହୋଇଥିବା ବେଳେ ଟପ୍ ୫ ଭିତରେ ଭଦ୍ରକର ପ୍ରଭାତ କୁମାର ବିଶ୍ୱାଳ ଓ ବ୍ରହ୍ମପୁରର ନାରାୟଣ ସାହୁ ସାମିଲ ହୋଇଛନ୍ତି । ଅନ୍ୟପଟେ ମିସ୍ କ୍ୟାଟେଗୋରୀରେ ରାଉରକେଲାର ଶ୍ରଦ୍ଧାଞ୍ଜଳୀ ତନ୍ତୀ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ପ୍ରିତୀ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । କଟକ ଅନନ୍ୟା ବିଶ୍ୱାଳ ଦ୍ୱିତୀୟ ରନର୍ସ ଅପ୍ ହେବା ସହ ବ୍ରହ୍ମପୁରର ଶ୍ରାବଣୀ ରାଓ ଓ ସୋନାଲିସା ମହାପାତ୍ର ଟପ୍ ୫ରେ ସାମିଲ ହୋଇଛନ୍ତି । ସେହିଭଳି ମିଷ୍ଟ୍ରେସ୍ କ୍ୟାଟେଗୋରୀରେ ବ୍ରହ୍ମପୁରର ପ୍ରଗତୀ ପ୍ରିୟଦର୍ଶିନୀ ସାହୁ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ମିନୁ ପାଢ଼ୀ ରନର୍ସ ଅପ୍ ହୋଇଛନ୍ତି ।



ପୂର୍ବତନ ସାଂସଦ ତଥା କବି ପ୍ରଶନ୍ନ ପାଟ୍ଟଶାଣୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଓଡିଶାରେ ମଡେଲିଂ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ନୂଆ ପିଢ଼ୀକୁ ଉତ୍ସାହିତ କରିବା ସହ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ଅତିଥୀମାନେ ମତ ଦେଇଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ପ୍ରତିଯୋଗୀ, ମେକଅପ ଆର୍ଟିଷ୍ଟ, ଡିଜାଇନର ଓ ଜୁରୀମେମ୍ବରମାନଙ୍କୁ ଆୟୋଜିକା ଅଭିନେତ୍ରୀ ସସ୍ମିତା ପଣ୍ଡା କୃତଜ୍ଞତା ଜଣାଇଛନ୍ତି ।
Published by:Soubhagya Mishra
First published: