ଜନ ଶୁଣାଣିର ସଫଳତା ପରେ JSWର ପ୍ରସ୍ତାବିତ ₹୫୩,୭୦୦ କୋଟିର ଇସ୍ପାତ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ଆଶାବାଦୀ

ତେବେ ଜେଏଡବ୍ଲ୍ୟୁକୁ ଆବଶ୍ୟକଥିବା ୨,୯୮୦ ଏକର ଜମି ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ଏଥିପାଇଁ ଜମି, ହସ୍ତାନ୍ତର, ସୀମା ଓ ନିର୍ମାଣ ଲାଗି ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିଛି ।

ଜନ ଶୁଣାଣିର ସଫଳତା ପରେ JSWର ପ୍ରସ୍ତାବିତ ₹୫୩,୭୦୦ କୋଟିର ଇସ୍ପାତ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ଆଶାବାଦୀ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 21, 2020, 1:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସଜ୍ଜନ ଜିନ୍ଦଲଙ୍କ ଦ୍ବାରା ପରିଚାଳିତ ଜେଏସଡବ୍ଲ୍ୟୁ ଗୃପର ପାରାଦୀପଠାରେ ପ୍ରସ୍ତାବିତ ୫୩,୭୦୦ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ ସେଠାରେ ଅନୁଷ୍ଠିତ ଜନ ଶୁଣାଣି ସଫଳ ହେବା ପରେ ଶୀଘ୍ର ପ୍ରାରମ୍ଭ ହେବା ନେଇ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି  ।

ଏହି ବାର୍ଷିକ ୧୨ ମିଲିୟନ ଟନ୍ ଉତ୍ପାଦନକ୍ଷମ ଷ୍ଟିଲ ପ୍ରକଳ୍ପ ଲାଗି ସ୍ଥାନୀୟ ଲୋକଙ୍କ ସହମତି ବହୁତ ଗୁରୁତ୍ବପୂର୍ଣ୍ଣ କାରଣ ସେହି ସ୍ଥାନରେ ହିଁ ପୂର୍ବରୁ ଦକ୍ଷିଣ କୋରିଆର ସବୁଠୁ ବଡ଼ ଷ୍ଟିଲ କମ୍ପାନୀ ପୋସ୍କୋକୁ ସ୍ଥାନୀୟ ଲୋକଙ୍କ କଡ଼ା ବିରୋଧ ପରେ ନିଜର ପ୍ରସ୍ତାବିତ ୫୨,୦୦୦ କୋଟି ଟଙ୍କାର ଷ୍ଟିଲ ପ୍ରକଳ୍ପରୁ ଓହରି ଯିବାକୁ ପଡ଼ିଥିଲା ।

‘‘ଜେଏସଡବ୍ଲ୍ୟୁର ଶୁଣାଣି ଶାନ୍ତିପୂର୍ଣ୍ଣ ଏବଂ ସଫଳତାର ସହ ଶେଷ ହୋଇଥିଲା । ଏହା ବହୁତ ବଡ଼ ସଫଳତା । ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ରକଳ୍ପକୁ ବିନା ଦ୍ବିଧାରେ ଯାହା ପୋସ୍କ ଚାହୁଁଥିଲା ତାହାକୁ ସ୍ଥାନୀୟ ଲୋକେ ପାସ୍ କରିଥିବାରୁ ଜେଏସଡବ୍ଲ୍ୟୁର ଉତ୍କଳ ଷ୍ଟିଲ ପ୍ରଜେକ୍ଟ ପ୍ରାରମ୍ଭ ନେଇ କୌଣସି ଅସୁବିଧା ରହିବନି,’’  ଇପିକଲ୍‌ର ଏମ୍‌ଡି ନୀତିନ ଭାନୁଦାସ ଜୱାଲେ ପିଟିଆଇକୁ କହିଛନ୍ତି 

ଇଣ୍ଡଷ୍ଟ୍ରିଆଲ ପ୍ରମୋସନ ଏବଂ ଇନଭେଷ୍ଟମେଣ୍ଟ କର୍ପୋରେଶନ ଅଫ ଓଡ଼ିଶା (ଇପିକଲ୍) ଗୋଟିଏ ମାତ୍ର ମାଧ୍ୟମ ଯାହାଦ୍ବାରା ରାଜ୍ୟରେ ବିନିଯୋଗ କରାଯାଇପାରିବ ।

ଏହି ଜନ ଶୁଣାଣିର ସଫଳତା ପରେ ୨,୯୮୦ ଏକରରେ ହେବାକୁ ଥିବା ୧୨ ଏମଟିପିଏ କ୍ଷମତା ସମ୍ପନ୍ନ ୧୦ ଏମଟିପିଏ ସିମେଣ୍ଟ ସଂୟନ୍ତ୍ର ଏବଂ ସଜ୍ଜନ ଜିନ୍ଦଲଙ୍କ ନେତୃତ୍ବାଧୀନ ୯୦୦ ମେଗାଓ୍ବାଟର ପାଓ୍ବାର ପ୍ଲାଣ୍ଟର ସ୍ଥାପନ ଲାଗି ମାର୍ଗ ପ୍ରଶସ୍ତ ହୋଇଛି । ୫୨ ଏମଟିପିଏ କ୍ଷମତା ବିଶିଷ୍ଟ ସମସ୍ତ ପାଗରେ ଚାଲି ପାରୁଥିବା ଭଳି ଗ୍ରୀନଫିଲ୍ଡ ମଲ୍ଟି କାର୍ଗୋ କେପାସିଟି ପ୍ରଜେକ୍ଟ ମଧ୍ୟ ଏହାର ଅନ୍ତର୍ଗତ ବୋଲି ଜଓ୍ବାଲେ କହିଛନ୍ତି ।

ତେବେ ପିଟିଆଇର ସୂତ୍ର ଅନୁସାରେ ଜେଏସଡବ୍ଲ୍ୟୁକୁ ଏହି ପ୍ରକଳ୍ପ ଲାଗି ଆବଶ୍ୟକ ୨,୯୮୦ ଜମି ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବାବେଳେ ଭୂମି ଅଧିଗ୍ରହଣ ଓ ସୀମାନ ନିର୍ଦ୍ଧାରଣ ଲାଗି ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିଛି । ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେବା ସହ କମ୍ପାନୀର ବିତ୍ତୀୟ ପରିଣାମ ୨୪ ଜାନୁଆରୀରେ ନିର୍ଦ୍ଧାରଣ ହେବ ବୋଲି କହିଥିଲେ ।

ପୋସ୍କ ୨୦୦୫ରେ ରାଜ୍ୟରେ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ ଷ୍ଟିଲ ପ୍ରକଳ୍ପ ସ୍ଥାପନ କରିବା ଲାଗି ବୁଝାମଣା କରିଥିଲା । ମାତ୍ର ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସ୍ଥାନୀୟ ଲୋକଙ୍କ କଡ଼ା ବିରୋଧର ସାମ୍ନା କରିବା ଯୋଗୁଁ ଏହି ଯୋଜନାକୁ ବନ୍ଦ କରିବାକୁ ପଡ଼ଥିଲା । ଏହାସହ ଇପିକଲ୍ ଏମଡି ଦାବି କରିଥିଲେ କି ଏହି ବିତ୍ତୀୟ ବର୍ଷର ନୂଆ ନିବେଶକଙ୍କୁ ଆକର୍ଷିତ କରିବାରେ ମହାରାଷ୍ଟ୍ରକୁ ପଛରେ ପକାଇଦେଇଛି ।

 
First published: January 21, 2020, 12:40 PM IST
corona virus btn
corona virus btn
Loading