Mission Shakti ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର; ବିଜେପି

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର। କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଛନ୍ତି।

Mission Shakti ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର; ବିଜେପି

Mission Shakti ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର; ବିଜେପି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମିଶନ ଶକ୍ତି ମହିଳାଙ୍କୁ ସୁଧ ରିହାତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଶନ ଶକ୍ତି ଗ୍ରୁପର ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ୍ସ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି ।  ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି ।

୨୦୨୨ ଏପ୍ରେଲ ମାସରୁ ସେପ୍ଟେମ୍ବର ମଧ୍ୟରେ ମହିଳାମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ୬ ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯାଇଥିବା ବେଳେ ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମାଆମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି ।  ମାଆମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର ।ମିଶନ ଶକ୍ତି ଏକ ସ୍ଲୋଗାନ ନୁହେଁ ଏହା ମାଆମାନଙ୍କ ଜୀବନ ଧାରା । SHG ଓଡ଼ିଶା ବିକାଶର ନୂଆ ଇତିହାସ ଲେଖୁଛି। ମିଶନ ଶକ୍ତିକୁ ଶକ୍ତିଶାଳୀ କରିବା ଲକ୍ଷରେ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । SHG କୁ SME କରିବାକୁ ୫ ବର୍ଷରେ ୫୦ ହଜାର କୋଟି ଋଣ ପ୍ରଦାନ ବ୍ୟବସ୍ଥା କରାଯାଉଛି ।

ମାଆମାନଙ୍କୁ ଉଦ୍ୟୋଗୀ କରିବାକୁ ସରକାର ଚାହୁଁଛନ୍ତି । ଜିଲ୍ଲା ମହାସଂଘକୁ ୧ କୋଟି ଓ ବ୍ଲକ ମହାସଂଘକୁ ୫୦ ଲକ୍ଷ ଋଣ ପ୍ରଦାନ କରାଯାଉଛି ।  ମାଆମାନେ ଘରୁ ବାହାରି ବ୍ୟବସାୟଠାରୁ ଆରମ୍ଭ କରି ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଷ୍ପତି ନେଉଛନ୍ତି। ମାଆ ହାତରେ ନିଷ୍ପତି ନେବାର କ୍ଷମତା ଏକ ବଡ ରୂପାନ୍ତର । ମୋର ବିଶ୍ୱାସ ଆଗକୁ ମାଆମାନେ ବଡ ବଡ ନିଷ୍ପତି ନେବେ । ମାଆମାନେ ଓଡ଼ିଶା ରୂପାନ୍ତରରେ ଗୁରୁତ୍ତ୍ୱପୂର୍ଣ ଅବଦାନ ରଖିବେ । ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି "ଆଜି ଅଢେଇ ଲକ୍ଷ ଗ୍ରୁପକୁ ୧୨୫ କୋଟି ଟଙ୍କା ସୁଧ ରିହାତି ବଣ୍ଟାଯାଇଛି । ୨ଟା କିସ୍ତି ଅର୍ଥ ପ୍ରଦାନ କରାଯାଇଛି। ପୂର୍ବରୁ ବିନା  ସୁଧରେ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଥିବାବେଳେ ଏବେ ୫ ଲକ୍ଷ ପ୍ରଦାନ କରାଯାଉଛି। ଆଗରୁ ମାଆମାନଙ୍କୁ ବ୍ୟାଙ୍କରେ ଲାଇନ୍ ଲଗାଇବାକୁ ପଡୁଥିଲା। ଏବେ ସିଧା ବ୍ୟାଙ୍କ ଖାତାକୁ ଟ୍ରାନସଫର କରାଯାଉଛି। ଋଣ ସହ ସୁଧ ଅର୍ଥ ମିଳୁଛି । ଗତବର୍ଷ ୧୦ ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ଆଗାମୀ ୪ରୁ ୫ ବର୍ଷରେ ୫୦ହଜାର କୋଟି ଋଣ ପ୍ରଦାନ କରାଯିବ। ୧୨ଶହ  କୋଟି ସୁଧ ରିହାତି ପ୍ରଦାନ କରାଯିବ। SHG କୁ SME କରାଯିବାକୁ ଲକ୍ଷ ରଖାଯାଇଛି। ଜିଲ୍ଲା ମହାସଂଘମାନଙ୍କୁ ୧ କୋଟି ଋଣ ପ୍ରଦାନ କରାଯାଉଛି। ପ୍ରତି ଜିଲ୍ଲାରେ industrial ପାର୍କ ପ୍ରତିଷ୍ଠା ହେବ। ୨ ଟି ଜିଲ୍ଲାରେ ଜମି ଚିହ୍ନଟ ହୋଇ DPR ପ୍ରସ୍ତୁତ ସାରିଲାଣି ବୋଲି ସେ କହିଛନ୍ତି।

ଏସବୁ ଭିତରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କ ସହ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର। କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଛନ୍ତି। ରାଜ୍ୟ ସରକାର ଯେତିକି ସହାୟତା ଦେବା କଥା ଦେଉ ନାହାନ୍ତି। ଅନ୍ୟ ରାଜ୍ୟ ତୁଳନାରେ କମ ମିଳୁଛି। ସେମାନେ କିପରି ଅର୍ଥନୈତିକ କ୍ଷେତ୍ରରେ ଶସକ୍ତ ହେବେ ବ୍ୟବସ୍ଥା ନ କରି କେବଳ ଭୋଟ ବ୍ୟାଙ୍କ ପାଇଁ ବ୍ୟବହାର କରୁଛନ୍ତି। ବିଜେଡି ବିଧାୟକ ଅମର ଶତପଥି କହିଛନ୍ତି ଯେ, ମହିଳାଙ୍କୁ ଆଗକୁ ଆଣିବାକୁ ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। ମିଶନ ଶକ୍ତି ମହିଳାଙ୍କୁ ରୋଜଗାରକ୍ଷମ କରିବା ସହ ସ୍ୱାବଲମ୍ବୀ କରିବାକୁ ପ୍ରୟାସ କରାଯାଉଛି। ପ୍ରଶାସନିକ ଓ ରାଜନୀତିକ କ୍ଷେତ୍ରରେ ମହିଳା ଆଗକୁ ଆସିଥିବା ବେଳେ ସବୁକ୍ଷେତ୍ରରେ ମହିଳାଙ୍କୁ ସାମ୍ନାକୁ ଆଣିବାକୁ ପ୍ରୟାସ କରୁଛନ୍ତି ମନ୍ତ୍ରୀ। ସବୁ କଥାରେ ବିରୋଧ କରିବା ବିରୋଧୀଙ୍କ ଅଭ୍ୟାସ ହୋଇଗଲାଣି।
Published by:Soubhagya Mishra
First published: