ତପସ୍ବିନୀ ଓ ସୁମିତ ମାମଲା: ଗଞ୍ଜାମ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ

ଗଞ୍ଜାମ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଚିଠି । ତପସ୍ବିନୀ ଓ ସୁମିତ ମାମଲାରେ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରିବାକୁ ଚିଠିରେ ଦର୍ଶାଯାଇଛି ।

ତପସ୍ବିନୀ ଓ ସୁମିତ ମାମଲା: ଗଞ୍ଜାମ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ

ତପସ୍ବିନୀ ଓ ସୁମିତ ମାମଲା: ଗଞ୍ଜାମ ଜିଲ୍ଲାପାଳଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ

  • Share this:
News18 Odia Digital

ବ୍ରହ୍ମପୁର: ତପସ୍ବିନୀ ଓ ସୁମିତ ପାରିବାରିକ ମାମଲାକୁ ନେଇ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଚିଠି । ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ଏହି ଚିଠିରେ ଉଭୟଙ୍କ ମଧ୍ୟରେ ରହିଥିବା ପାରିବାରିକ ବିବାଦ ମାମଲାରେ ଜିଲ୍ଲାପାଳ କ'ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ରିପୋର୍ଟ ମଗାଯାଇଛି । ଯାହାକି ଆକ୍ସନ ଟେକେନ୍ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ।

ଏହି ଆକ୍ସନ ଟେକେନ ରିପୋର୍ଟ ଜିଲ୍ଲାପାଳଙ୍କ ସହ ତପସ୍ବିନୀଙ୍କୁ ମଧ୍ୟ ପ୍ରଦାନ କରିବା ନିମନ୍ତେ ଚିଠିରେ ଉଲ୍ଲେଖ ରହିଛି । ଏଭଳି ଚିଠି ପାଇବା ପରେ ନିଶ୍ଚିତ ଭାବେ ଜିଲ୍ଲା ପ୍ରଶାସନ ମାମଲାର ସମାଧାନ କରିବା ନିମନ୍ତେ ପ୍ରଚେଷ୍ଟା କରିବ ବୋଲି ଆଶା ରଖିଛନ୍ତି ତପସ୍ବିନୀ ଓ ପ୍ରମିଳା ।

ସେପଟେ ଆସନ୍ତା ୨୭ ତାରିଖରେ ଉଭୟଙ୍କ ମାମଲାକୁ ନେଇ ଜିଳ୍ଲା କୋର୍ଟରେ ରହିଛି ପରବର୍ତ୍ତୀ ଶୁଣାଣି । ଅନ୍ୟପଟେ ସୁମିତଙ୍କ ଛୁଟି ବୁଧବାର ସରି ଯାଇଥିବା ବେଳେ ଗୁରୁବାର ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇନଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିବା କହିଛନ୍ତି ସୁମିତଙ୍କ ଓକିଲ।

ଗଞ୍ଜାମ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଚିଠି


ତପସ୍ବିନୀ ଓ ସୁମିତ ମାମଲାର ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିପାରେ । କାରଣ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କୁ ଏହି ମାମଲାର ଆକ୍ସନ ଟେକେନ୍‌ ରିପୋର୍ଟ ମଗାଯାଇଛି। ଯାହାଫଳରେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସକ୍ରିୟ ହୋଇ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି । ବୁଧବାର ତପସ୍ବିନୀ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଚିଠି ପାଇବା ପରେ ସାମାନ୍ୟ ଖୁସୀ ପ୍ରକାଶ କରିଥିଲେ । ଯେହେତୁ ତପସ୍ବିନୀ ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ବସିବା ପୂର୍ବରୁ ରାଜ୍ୟପାଳଙ୍କୁ ଏନେଇ ଜଣାଇଥିବା ବେଳେ ବୁଧବାର ତାହାର ପ୍ରତିଉତ୍ତର ଆସିଛି । ତେବେ ରାଜ୍ୟପାଳଙ୍କୁ ସୁମିତ ଓ ତାଙ୍କ ମଧ୍ୟରେ ହୋଇଥିବା ସମସ୍ତ ବିବାଦ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି।

ତପସ୍ବିନୀ ଅଭିଯୋଗରେ କହିଥିଲେ ତାଙ୍କ ଶାଶୁ ଘର ଲୋକେ ମାରିପିଟ୍ କରୁଥିବା, ସୁମିତ ତାଙ୍କ ଛୁଆକୁ ନଷ୍ଟ କରିଥିବା, ମହିଳା ଥାନାରେ କାଉନସିଲିଂ କରିବା ପରିବର୍ତ୍ତେ ତାହାକୁ ୪୯୮ ମାମଲା ରୁଜୁ କରିଥିବା ଏଭଳି ଅନେକ ବିଷୟ ନେଇ ଜଣାଇଥିଲେ। ଏହି ସମସ୍ତ ବିଷୟ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ବୋଲି ଅଭିଯୋଗରେ ସେ କହିଛନ୍ତି ।

ସେପଟେ ରାଜ୍ୟପାଳଙ୍କୁ ଯେଭଳି ଚିଠି ଲେଖିଥିଲେ ତପସ୍ବିନୀ ସେଭଳି ପ୍ରମିଳା ତ୍ରିପାଠୀଙ୍କ ସମେତ ମୋଟ ୩୦ ଜଣଙ୍କୁ ଚିଠି ପଠାଇଥିଲେ । ଚିଠି ପାଇବା ପରେ ତପସ୍ବିନୀଙ୍କ ଦୁଃଖରେ ଭାଗିଦାର ହୋଇ ସେ ଦିନଠାରୁ ତା' ସହ ଧାରଣାରେ ବସିଛନ୍ତି ପ୍ରମିଳା ।

ବର୍ତ୍ତମାନ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳ ଚିଠି ପାଇବା ପରେ କିଛି ଆଖି ଦୃଶିଆ ପଦକ୍ଷେପ ନିଶ୍ଚିତ ନେବେ । ଜିଲ୍ଲାପାଳଙ୍କୁ ପୂର୍ବରୁ ଯେଉଁ ସବୁ ଅଭିଯୋଗ କରାଯାଇଥିଲା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତାଙ୍କୁ ପଚରାଉଚୁରା କରାଯାଇପାରନ୍ତା ତେବେ ଏହି ମାମଲାର ନିଶ୍ଚିତ ଭାବେ ଖୁବ୍ ଶୀଘ୍ର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ।
Published by:Lipina Das
First published:
)}