OAS ସ୍ତରରେ ୧୨୫ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର; OPSC ଜରିଆରେ ହେବ ନିଯୁକ୍ତି

OAS ଗ୍ରୁପ-Aର ଏଣ୍ଟ୍ରି ଲେଭଲରେ ୧୨୫ OAS ପଦବୀ ସୃଷ୍ଟି ହୋଇଛି। ଭେଟେନାରୀ ଆସିଷ୍ଟାଣ୍ଡ ସର୍ଜନ ପାଇଁ ମୌଖିକ ପରୀକ୍ଷା ଦେବାକୁ ପଡିବନି।

ମୁଖ୍ୟ ଶାସନ ସଚିବ (ପ୍ରତୀକାତ୍ମକ ଛବି)

ମୁଖ୍ୟ ଶାସନ ସଚିବ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୬ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ନେଇ ମୁଖ୍ଯ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟରେ ଆଇ ୧୨୫ଟି ଓଏଏସ୍‌ ପଦବୀ ସୃଷ୍ଟି ନେଇ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି।

OAS ଗ୍ରୁପ-Aର ଏଣ୍ଟ୍ରି ଲେଭଲରେ ୧୨୫ OAS ପଦବୀ ସୃଷ୍ଟି ହୋଇଛି। ପୂର୍ବରୁ ୧୧୮୮ ପଦବୀ ରହିଥିଲା। ୧୨୫ଟି ପଦବୀ ମିଶି ମୋଟ ୧୩୧୩ ପଦବୀ ହୋଇଛି। ଏହି ସମସ୍ତ ନିଯୁକ୍ତି ଜିଲ୍ଲାପାଳଙ୍କ ଅଧୀନରେ ମିଳିବ। ପ୍ରତି ଜିଲ୍ଲାରେ ୨ ଜଣ ଲେଖାଏଁ ଡେପୁଟି କଲେକ୍ଟର ରହିବେ । ସଦରମହକୁମା ସ୍ତରରେ ୨ଜଣ ଲେଖାଏଁ ନିଯୁକ୍ତି ହେବେ। ADM ସ୍ତରରେ ଜଣେ ଲେଖାଏଁ ନିଯୁକ୍ତ ହେବେ।

ସେହିଭଳି ନୂଆ ନିୟମରେ ହେବ ଭେଟେନାରୀ ଆସିଷ୍ଟାଣ୍ଡ ସର୍ଜନ ନିଯୁକ୍ତି ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ପଦବୀ ପୂରଣ ପାଇଁ କେବଳ ଲିଖିତ ପରୀକ୍ଷା। ପରୀକ୍ଷାର୍ଥୀଙ୍କୁ ମୌଖିକ ପରୀକ୍ଷା ଦେବାକୁ ପଡିବନି। OPSC ଜରିଆରେ ଏହି ନିଯୁକ୍ତି ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶାସନ ସଚିବ।

କ୍ୟାବିନେଟରେ ଓଡ଼ିଶା ପାଣିପଞ୍ଚାୟତ ଆଇନରେ ସଂଶୋଧନ ମଧ୍ୟ ହୋଇଛି। ବୃହତ ଜଳ ପ୍ରକଳ୍ପ ମଧ୍ୟ ଏଥିରେ ସାମିଲ ହୋଇଛି। ପାଣିପଞ୍ଚାୟତରେ କାର୍ଯ୍ୟରତ ଅଧିକାରୀଙ୍କ ପତ୍ନୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ସୂଚନା ରହିଛି।
Published by:Soumya Das
First published: