News18 Odia Digital
ଭୁବନେଶ୍ବର: ଚୀନ ସମେତ ୫ଟି ଦେଶରେ କୋଭିଡ ଆତଙ୍କ ପୁଣି ସୃଷ୍ଟି ହୋଇଛି। ଓମିକ୍ରନ ସବ ଭାରିଆଣ୍ଟ BF.7 ଆତଙ୍କ ସୃଷ୍ଟି କରିଛି। ଓଡ଼ିଶାରେ ମଧ୍ୟ ଗୋଟିଏ ମାମଲା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଅଞ୍ଚଳର ଜଣେ ମହିଳା ପଜିଟିଭ ହୋଇଥିଲେ ବି ସେ ସୁସ୍ଥ ହୋଇ ଆମେରିକାରେ ଅଛନ୍ତି। ଏହାରି ଭିତରେ ରାଜ୍ୟ ସରକାର ବି ସଚେତନ ହୋଇଛନ୍ତି।
ଦୁଇ ଦିନ ତଳେ ଜିଲ୍ଲାପାଳଙ୍କ ସହ ମେଡିକାଲ କତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖିଛି। ଏଭଳି ସ୍ଥଳେ ଟୀକାକରଣ କୋଭିଡ ମୁକାବିଲାର ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି। ତେବେ ରାଜ୍ୟରେ ଟୀକାକରଣ ସ୍ଥିତି କଣ ରହିଛି ସେ ନେଇ ସୂଚନା ନେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ।
ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ। ନଭେମ୍ବର ୨୮ରୁ ରାଜ୍ୟରେ ସରକାରୀ ଟୀକାକାରଣ ବନ୍ଦ ରହିଛି। କେନ୍ଦ୍ରକୁ ଟୀକା ଯୋଗାଣ ପାଇଁ ଅନୁରୋଧ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବା।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଟିକା ଦିଆସରିଛି। ପ୍ରଥମ ଡୋଜ ୯୭ ପ୍ରତିଶତ, ଦ୍ଵିତୀୟ ଡୋଜ ୯୪ ପ୍ରତିଶତ ଓ ବୁଷ୍ଟର ଡୋଜ ୪୧% ଲୋକେ ନେଇଛନ୍ତି। ୨୫ ଲକ୍ଷ ନେଇନାହାଁନ୍ତି ଦ୍ୱତୀୟ ଡୋଜ ଆଉ ୫୯ ନେଇନାହାଁନ୍ତି ବୁଷ୍ଟର ଡୋଜ। ବର୍ତ୍ତମାନ ଟିକା ଯୋଗାଣ ନାହିଁ ଯେତିକି ଥିଲା ସରିଯାଇଛି। ରାଜ୍ୟରେ ସମସ୍ତ ପ୍ରକାର ଟିକା ଆମର ସରିଯାଇଛି ଆମେ ସଜାଗ ଅଛୁ। ସଂକ୍ରମଣକୁ ପ୍ରତିହତ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି।
ଶୁକ୍ରବାର ବୈଠକ ପରେ ଟିକା ନେଇ ଚିଠି ଲେଖାଯିବ। ରାଜ୍ୟରେ ୧୨ଟି ପ୍ରାଇଭେଟ ହସ୍ପିଟାଲରେ ଟୀକାକରଣ ଚାଲିଛି। ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା, ପ୍ରିକସନ୍ ଡୋଜ ନେଇଥିବା ଲୋକେ ସୁରକ୍ଷିତ। ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟିକା ଦିଆଯାଇଛି। ନୂଆ ଭାରିଆଣ୍ଟକୁ ରୋକିପରିବ ବୁଷ୍ଟର ଡୋଜ ଟିକା। ଅନ୍ୟ ଦେଶରେ ସଂକ୍ରମଣ ବଢୁଥିବାରୁ ଟେଷ୍ଟିଂ , ଟ୍ରେସିଂ, ଟ୍ରିଟିଂ ଉପରେ ଗୁରୁତ୍ବ ଦିଆଯାଇଛି। କୋଭିଡ ନୀୟମ ପାଳନ ପାଇଁ କୁହାଯାଇଛି।
ସରକାରୀ ଟିକାକାରଣ ବନ୍ଦ ରହିଛି। ହେଲେ ୧୨ଟି ହସ୍ପିଟାଲରେ ପ୍ରାଇଭେଟ୍ ଟିକା ଦିଆଯାଉଛି। ଯେଉଁ ମାନେ ଚାହିଁବେ ପ୍ରାଇଭେଟରେ ଟିକା ନେଇ ପାରିବେ। ସରକାରୀ ଟିକା ମାଗଣାରେ ଯୋଗାଇ ଦେବା ପାଇଁ ଚିଠି ଲେଖାଯିବ। ବୁଷ୍ଟର ଡୋଜ ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇଛି। ସର୍ବଭାରତୟ ସ୍ତରରେ ୩୦ ପ୍ରତିଶତ ପ୍ରିକସନ୍ ଡୋଜ୍ ଟୀକାକରଣ ହୋଇଥିବା ବେଳେ ରାଜ୍ୟରେ ୪୧ ପ୍ରତିଶତ ରହିଛି। ରାଜ୍ୟରେ ହାର୍ଡ ଇମ୍ୟୁନିଟି ଯୋଗୁଁ ଭଲ ସ୍ଥିତିରେ ଅଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।