ଆସନ୍ତା ୧୬ ତାରିଖରେ ୬ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଆସନ୍ତା ୧୬ ତାରିଖରେ ନବ ନିଯୁକ୍ତ ପ୍ରାୟ ସାତ ହଜାର ଶିକ୍ଷକଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମ ହେବ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଓରିଏଣ୍ଟସନ କାର୍ଯ୍ୟକ୍ରମ। ଆଉ ଏହା ପୂର୍ବରୁ ବିଭିନ୍ନ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଯାଇଛି କାଉନସେଲିଂ ।

ଆସନ୍ତା ୧୬ ତାରିଖରେ ୬ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

ଆସନ୍ତା ୧୬ ତାରିଖରେ ୬ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେବେ ରାଜ୍ୟ ସରକାର

  • Share this:
News18 Odia Digital

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ରାଜ୍ୟ ସରକାର ଏକାଠି ୬,୦୦୦ରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦେଵେ। ତେବେ ନିଯୁକ୍ତି କ୍ଷେତ୍ରରେ ଏହାକୁ ସର୍ବକାଳୀନ ରେକର୍ଡ କୁହାଯାଉ ଥିବାବେଳେ ବିରୋଧୀ ଏଥିରୁ ପଞ୍ଚାୟତ ନିର୍ବାଚନ ର ଗନ୍ଧ ବାରିଛନ୍ତି। ବିଭିନ୍ନ ଜିଲ୍ଲା ସ୍ତରରେ ଏଥି ପାଇଁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଭୁବନେଶ୍ୱର ଆଣିବା ପାଇଁ ସରକାରଙ୍କ ତରଫରୁ କରାଯାଇଛି ସ୍ବତନ୍ତ୍ର ସୁବିଧା।

ଆସନ୍ତା ୧୬ ତାରିଖରେ ନବ ନିଯୁକ୍ତ ପ୍ରାୟ ସାତ ହଜାର ଶିକ୍ଷକଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମ ହେବ। କଳିଙ୍ଗ ଷ୍ଟାଡିଅମରେ ମୁଖ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଓରିଏଣ୍ଟସନ କାର୍ଯ୍ୟକ୍ରମ। ଆଉ ଏହା ପୂର୍ବରୁ ବିଭିନ୍ନ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଯାଇଛି କାଉନସେଲିଂ । ଏହି କାଉନସେଲିଂ କାର୍ଯ୍ୟକ୍ରମରେ ପ୍ରାର୍ଥୀ ନିଯୁକ୍ତି ପାଇବାକୁ ଚାହୁଁଥିବା ସ୍ଥାନ ଚୟନ କରିବେ।

ଏହି କାଉନସେଲିଂ କେନ୍ଦ୍ରର ଚିତ୍ର ଖୋର୍ଦ୍ଧା ଡିଇଓଙ୍କ ଉପସ୍ଥିତରେ ଭୁବନେଶ୍ୱରରେ ଚାଲିଛି କାଉନସେଲିଂ। ଏମାନେ ସମସ୍ତେ ୧୬ ତାରିଖ ଓରିଏଣ୍ଟସେନ କାର୍ଯ୍ୟ କ୍ରମରେ ଯୋଗ ଦେବେ। ସବୁ ଜିଲ୍ଲାରୁ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ଆଣିବା ପାଇଁ ସ୍ବତନ୍ତ୍ର ବସର ସୁବିଧା ମଧ୍ୟ କରାଯାଇଛି। ଏଥି ପାଇଁ ଗଣ ଶିକ୍ଷା ବିଭାଗ ସଚିବ ପରିବହନ ସଚିବଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ପରିବହନ ନିଗମର ୧୨୬ ଟି ବସରେ ୬,୧୩୧ ଶିକ୍ଷକ ଆସିବେ।

ବିରୋଧୀ ଏଥିରୁ ପଞ୍ଚାୟତ ନିର୍ବାଚନ ରାଜ ନୀତିର ବାସ୍ନା ବାରିଛନ୍ତି। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି,"ତ୍ରୀସ୍ତରିୟ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଖୁବ୍ ଶୀଘ୍ର ଲାଗୁ ହେବ। ତେଣୁ ସରକାର ତରବରିଆ ଭାବେ ଏ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ସରକାର ଚେଷ୍ଟା କରୁଛନ୍ତି। ବିଜୁ ସ୍ବାସ୍ଥ୍ୟ କାର୍ଡ଼, ନିଯୁକ୍ତି ପତ୍ର ସବୁ ବାଣ୍ଟୁଛନ୍ତି। ୮୦,୦୦୦ରୁ ଅଧିକ ଶିକ୍ଷକ ଖାଲି ଥିବା ବେଳେ ସାତ ହଜାର ଶିକ୍ଷକକୁ ନିଯୁକ୍ତି ଦେଉଛନ୍ତି। ଗୋଟିଏ ଗୋଟିଏ ସ୍କୁଲରେ ୨୫୮ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷକ ଅଛନ୍ତି। ଅଧିକାଂଶ ସ୍କୁଲରେ ଶିକ୍ଷକ ନାହାଁନ୍ତି, ଏହି ନିଯୁକ୍ତି ସମୁଦ୍ରକୁ ସଂଖେ ଭଳି। ପଞ୍ଚାୟତ ନିର୍ବାଚନରେ ବାଃ ବାଃ ନେବା ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା।’’

ଏହା ୧୦ ବର୍ଷ ପୂର୍ବରୁ ଦେବା କଥା। ଲୋକ ବାସ୍ତବିକତା ଜାଣିସାରିଲେଣି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ସାତ ହଜାର କାହିଁକି, ୨୦,୦୦୦ ନିଯୁକ୍ତି ଆମର ଦାବି । ଆମେ ସ୍ୱାଗତ କରୁଛୁ । ଛୁଆ ପାଠ ପଢ଼ିବେ । କିନ୍ତୁ ୪୨,୦୦୦ ଶିକ୍ଷକ ଖାଲି ଅଛି । ତେଣୁ ସବୁ ଶିକ୍ଷକ ପଦବୀ ଖାଲି କର । ୭,୦୦୦ ନିଯୁକ୍ତି ଦେଇ କଣ ଦୟା ଦେଉଛନ୍ତି କି ସରକାର। ନିର୍ବାଚନ ଛାଡ଼, ଆମ ପିଲା ପାଠ ପଢ଼ିବେ।’’

ଡିସେମ୍ବର ମାସରେ ୧୬,୦୦୦ ନିଯୁକ୍ତି ପାଇଁ ଲକ୍ଷ ରହିଛି। ଏବେ ୧୧, ୪୦୦ ନିଯୁକ୍ତି ପାଇଁ ବିଜ୍ଞପ୍ତି ବି ବାହାରିଥିଲା। ୭୦୦୦ ଶିକ୍ଷକ ଏଲିଜିବୁଲ ହୋଇଛନ୍ତି। ଅବଶିଷ୍ଟ ୪,୪୦୦ ସ୍ଥାନ ପାଇଁ ଯୋଗ୍ୟ ପାର୍ଥି ମିଳି ନାହାଁନ୍ତି। ବିଶେଷ କରି ସଂରକ୍ଷିତ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇପାରି ନାହାଁନ୍ତି। ପୁନର୍ବାର ନୂଆ ବିଜ୍ଞପ୍ତି ହେବ। ବିଶେଷଜ୍ଞଙ୍କ ସହ ବିଚାର ବିମର୍ଷ ଜାରି ରହିଛି। ଯେ ହେତୁ ଯୋଗ୍ୟ ବିବେଚିତ ହୋଇ ପାରୁନାହାଁନ୍ତି କଣ ରିଲାକ୍ସ କରି ହେବ ଆଲୋଚନା ଚାଲିଛି। ସରକାରଙ୍କ ଲକ୍ଷ ରହିଛି ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା । ସ୍କୁଲ ରୂପାନ୍ତରିକରଣ କରାଯାଉଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ।
Published by:Lipina Das
First published: