ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ କମିଶନର ଦ।ୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ବାତ୍ୟା ପ୍ରଭାବିତ ଆଶଙ୍କା ଥିବ। ଜିଲ୍ଲା ପ୍ରଶ।ସନ ସହିତ ଆଲୋଚନ। କରିଥିଲେ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ସମ୍ଭାବ୍ୟ ବ।ତ୍ୟା ପ।ଇଁ ର।ଜ୍ୟ ସରକାର ପୂରା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସ।ହୁ ପ୍ରଭାବିତ ଆଶଙ୍କା ଥିବ। ଜିଲ୍ଲା ପ୍ରଶ।ସନ ସହିତ ଆଲୋଚନ। କରିଥିଲେ। ଏଥି ସହିତ କ୍ଷେତ୍ର ସ୍ତରର ଅଧିକ।ରୀମାନଙ୍କୁ ମୁଖ୍ୟ ଅଫିସ ନଛାଡ଼ିବା ପ।ଇଁ ନିର୍ଦ୍ଦେଶ ଦିଆଯାଇଛି।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ବିଭାଗ ଓ ଉପକୂଳ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସାହୁ ମଙ୍ଗଳବାର ପ୍ରାକ୍ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଥିଲେ। ସମ୍ପୃକ୍ତ ପଦାଧିକାରୀମାନଙ୍କୁ ନିଜର ହେଡ଼କ୍ୱାର୍ଟର ନଛାଡ଼ିବାପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୨୨ତାରିଖ ପରେ ଅବପାତଟି ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାଟି କେଉଁ ରାଜ୍ୟ ଦେଇ ଯିବ ନ ଯିବ, ତା’ର ପୂର୍ବାନୁମାନ ହୋଇନି। ଲଘୁଚାପରେ ପରିଣତ ହେଲା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ। ଲଘୁଚାପ ବା ଅବପାତ ପରେ ହିଁ ବାତ୍ୟାର ଗତିପଥ ସ୍ପଷ୍ଟ ହେବ। ୨୨ ତାରିଖରେ ବାତ୍ୟା ରୂପ ନେଲାବେଳକୁ ଏହା ସମୁଦ୍ର ଭିତରେ ଥିବ। ଏହା କେଉଁ ଦିଗରେ ଯିବ, ତୀବ୍ରତା କେତେ ରହିବା ତା’ର ପୂର୍ବାନୁମାନ ହୋଇନି।

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ନିମନ୍ତେ ମଙ୍ଗଳବାର ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତିର ଆକଳନ କରିଥିଲେ। ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହ ସରକାରୀ ଅଫିସରମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ୨୨ ତାରିଖ ପରେ ବାତ୍ୟାର ସ୍ଥିତି ସ୍ପଷ୍ଟ ହେବାର ଥିବାରୁ ସରକାର ଉପକୂଳ ଜିଲ୍ଲା ଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟିକୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ଆଶଙ୍କାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଅସ୍ଥାୟୀ ଦାୟିତ୍ୱରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ (ଏସଆରସି) କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ଅଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି। ପରବର୍ତ୍ତୀ ସମୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ଆଶଙ୍କା ରହିଛି। କିନ୍ତୁ ଏହା କେଉଁ ଦିଗରେ ଗତି କରିବ ଓ ତାହାର ତୀବ୍ରତା ଓ ପ୍ରଭାବ ଏପର୍ଯ୍ୟନ୍ତ ପୂର୍ବାନୁମାନ କରାଯାଇନାହିଁ। ଆସନ୍ତା ଦୁଇ ତିନିଦିନ ମଧ୍ୟରେ ଏହା ଉପରେ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଅଛି।
Published by:Lipina Das
First published: