• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା; ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ରହିଛି ସ୍ବାସ୍ଥ୍ୟ ବିଭାଗର କଡ଼ା ନଜର

ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା; ବିଦେଶରୁ ଆସୁଥିବା ଲୋକଙ୍କ ଉପରେ ରହିଛି ସ୍ବାସ୍ଥ୍ୟ ବିଭାଗର କଡ଼ା ନଜର

ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏହି ନୂଆ ଭାରିଆଣ୍ଟ। ଓଡ଼ିଶାରେ ଜଣେ ହେଲେ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇନଥିଲେ ବି ପଡୋଶୀ ଆନ୍ଧ୍ର ଓ ପଶ୍ଚିମ ବଙ୍ଗରେ ଓମିକ୍ରନ୍ ବାହାରିବା ପରେ ଚିନ୍ତା ବଢ଼ିଛି।

ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା

ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଶାକୁ ଓମିକ୍ରନ ଆସିନି ହେଲେ ଆଗୁଆ ପ୍ରସ୍ତୁତି କରୁଛନ୍ତି ସରକାର। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ନଜର ରଖିଛି। ପଡୋଶୀ ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ପରେ ଓଡ଼ିଶାକୁ ଚିନ୍ତା ଘାରିଛି। ବିଦେଶ ଫେରନ୍ତା ପଜିଟିଭ ବ୍ୟକ୍ତିଙ୍କ ପାଇଁ ସରକାରୀ ସୁବିଧା ଥିବା ହସ୍ପିଟାଲରେ ସ୍ୱତନ୍ତ୍ର ବ୍ଲକ ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଦେଶରେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଏହି ନୂଆ ଭାରିଆଣ୍ଟ। ଓଡ଼ିଶାରେ ଜଣେ ହେଲେ ଆକ୍ରାନ୍ତ ଏଯାବତ ଚିହ୍ନଟ ହୋଇନଥିଲେ ବି ପଡୋଶୀ ଆନ୍ଧ୍ର ଓ ପଶ୍ଚିମ ବଙ୍ଗରେ ଓମିକ୍ରନ୍ ବାହାରିବା ପରେ ଚିନ୍ତା ବଢ଼ିଛି। ତେବେ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ।

ସମ୍ଭାବ୍ୟ ସ୍ଥିତିର ମୁକାବିଲା ନେଇ ପ୍ରସ୍ତୁତ ହେଲେଣି ସରକାର। ବିଦେଶ ଫେରନ୍ତା ପଜିଟିଭ ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ। ଏନେଇ ମୁନିସିପାଲ କମିଶନର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛି ସ୍ୱାସ୍ଥ୍ୟ ବିଭାଗ। ସେମାନଙ୍କ ପାଇଁ ହୋମ ଆଇସୋଲେସନ୍ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ।

ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, " ଓମିକ୍ରନ ଭାରିଆଣ୍ଟ ଡେଲଟାଠୁ ପାଞ୍ଚ ଗୁଣା ଅଧିକ ସଂକ୍ରମଣ କରୁଛି। ଭାଇରସ୍ ପ୍ରଭାବରେ କେତେ ହସ୍ପିଟାଲାଇଜେଶନ ହେବ କେତେ ଗୁରୁତର ହେବ ଜଣା ପଡ଼ିନି। କିନ୍ତୁ ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି। ଭ୍ୟାକ୍ସିନ ଉପରେ ଏହାର ପ୍ରଭାଵ କ'ଣ ରହିବ ବିଚାରାଧୀନ ଅଛି। ସରକାର ଏଆର ସୁବିଧା ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ବିଦେଶ ଫେରନ୍ତାଙ୍କୁ ଠାବ କରୁଛନ୍ତି। କିନ୍ତୁ ସେମାନଙ୍କୁ ଚିହ୍ନଟ କ୍ଷେତ୍ରରେ ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ଗୁରୁ ଦାୟିତ୍ୱ ରହିଛି ।’’

ବର୍ତ୍ତମାନ ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଗୁଡିକୁ ଷ୍ଟାଣ୍ଡବାଏ ମୋଡ଼ରେ ରଖିଛନ୍ତି ସରକାର। ଆବଶ୍ୟକ ସ୍ଥଳେ କାର୍ଯ୍ୟକ୍ଷମ କରିବାକୁ ବହୁ କମ୍ ସମୟ ଲାଗିବ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଶ୍ରୀକାନ୍ତ ଧର କହିଛନ୍ତି," ଓମିକ୍ରନ୍ ଅଧିକ ବେଗରେ ସଂକ୍ରମିତ କରୁଛି। ରାଜ୍ୟରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ ହୋଇ ନଥିଲେ ବି ଏବେଠୁ ସତର୍କତା ଜରୁରୀ। ପଡୋଶୀ ରାଜ୍ୟରେ ଛୋଟ ପିଲା ସଂକ୍ରମିତ ହୋଇଥିବାରୁ କୋଭିଡ ନିୟମ କଡ଼ାକଡ଼ି ପାଳନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଓମିକ୍ରନ ଅଧିକ ବେଗରେ ସଂକ୍ରମିତ କରୁଥିଲେ ବି ପ୍ରଭାବ କମ ରହିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ।’’
Published by:Lipina Das
First published:
)}