କରୋନା କାଳରେ ଅନଲାଇନ ଅଭିଯୋଗକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିରୋଧୀ ଦଳ

ଅନଲାଇନ ଜରିଆରେ ଆସୁଥିବା ବିଭିନ୍ନ ଅଭିଯୋଗ ଗୁଡ଼ିକର ଶୁଣାଣି ନ ହୋଇ ପଡ଼ି ରହିଛି ପ୍ରାୟ ୧୭ ଲକ୍ଷରୁ ଉର୍ଦ୍ଧ୍ବ ମାମଲାରେ ୭୦,୦୦୦ ଅଭିଯୋଗ ସହ ଶୀର୍ଷରେ ରହିଛ ଗଞ୍ଜାମ ଜିଲ୍ଲା।

କରୋନା କାଳରେ ଅନଲାଇନ ଅଭିଯୋଗକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର

କରୋନା କାଳରେ ଅନଲାଇନ ଅଭିଯୋଗକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର

  • Share this:
News18 Odia Digital

ଭୁବନେଶ୍ବର: ସରକାରୀ ସେବାକୁ ଅଧିକ କ୍ରୀୟାଶୀଳ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଥିଲେ 5-T କାର୍ଯ୍ୟକ୍ରମ। ନାରା ଦିଆଯାଇଥିଲା ଲୋକଙ୍କ ଦୁଆରେ ପହଞ୍ଚିବ ସରକାରୀ ସେବା। ଆଉ ବିଭିନ୍ନ ବିଭାଗରେ ଚାଲୁଥିବା ଯୋଜନାରେ ସ୍ବଚ୍ଛତା ବା ଟ୍ରାନ୍ସଫରନେସି ସହ ଟାଇମ୍ ଓ ଟେକ୍ନୋଲୋଜିକୁ ଦିଆଯାଇଥିଲା ଗୁରୁତ୍ବ । ଏପରିକି କୋରନା କାଳରେ ଏହାର ଉପକାରିତାକୁ ଦର୍ଶାଇ ସାବାସୀ ଦେଉଥିଲେ ନେତା, ମନ୍ତ୍ରୀ ଓ ସରକାରୀ ଅଧିକାରୀ ।

ମାତ୍ର ତାହା ବାସ୍ତବରେ କେତେ ଦୂର କାର୍ଯ୍ୟକାରୀ ହେଉଛି ସାଧାରଣ ପ୍ରଶାସନ ବିଭାଗ ୱବସାଇଡ଼ ତଥ୍ୟ ପ୍ରମାଣିତ କରୁଛି। ଏ ହେଉଛି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ୱେବ ସାଇଟର ତଥ୍ୟ।

ଯାହା ସ୍ପଷ୍ଟ ଭାବେ କହୁଛି ବିଭିନ୍ନ ସମସ୍ୟାର ସାମାଧାନ ଲାଗି ପ୍ରାୟ ୧୭ ଲକ୍ଷ ଅଭିଯୋଗ ସରକାରଙ୍କ ଟେକ୍ନୋଲୋଜି ମନ୍ତ୍ର ବା ଅନଲାଇନ ଯୋଗେ ପଞ୍ଜୀକୃତ ହୋଇଥିଲେ ମଧ୍ୟ ତାକୁ ଅଣଦେଖା କରିଛନ୍ତି ସରକାର।

ସର୍ବାଧିକ ଅଭିଯୋଗ ପଡ଼ି ରହିଥିବା ଜିଲ୍ଲାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଏହା ତଳକୁ ରହିଛି ମୟୂରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲା । ଯେଉଁ ସବୁ ଜିଲ୍ଲା ଗୁଡିକରେ ଲକ୍ଷେ ଉପରେ ଅଭିଯୋଗ ଶୁଣାଣି ନ ହୋଇ ପଡି ରହିଛି। ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

ସେପଟେ ସରକାରଙ୍କ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଅର୍ଥାତ ଯୋଗାଣ ବିଭାଗରେ କିପରି ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି ତା'ର ପୋଲ ଖୋଲିଦେଇଛି ଖୋଦ୍ ବିଭାଗୀୟ ମୁଖ୍ୟଙ୍କ ଚିଠି। ଯେଉଁଥିରେ ସ୍ପଷ୍ଟ ଲେଖାଯାଇଛି ରାସନ ଠୁ ନେଇ ଭତ୍ତା ଭଳି ବିଭିନ୍ନ ଅଭିଯୋଗ ଶୁଣାଣିରେ ରାଜ୍ୟର ୧୪ଟି ଜିଲ୍ଲାରେ ସ୍ଥିତି ବହୁତ ଖରାପ ରହିଛି। ତେବେ ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସରକାରଙ୍କ ଉପରେ ବିରୋଧୀ ବର୍ଷିଥିବା ବେଳେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ।

ନୂଆ ପୋର୍ଟାଲ ଉନ୍ମୋଚନ ହୋଇଛି। ଆଗରୁ nic.portla ଥିଲା ତାହାକୁ ଇଣ୍ଟିରଗ୍ରେଡ କରି it dept ଯାହାର ଅଭିଯୋଗ ଶୁଣିବା ସହ ରିଡ୍ୟୁସ କରାଯାଇଛି। ଏବେ ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରାଯିବ।

୫-ଟି ଫର ଟେକ୍ନୋଲୋଜିର କଥା କହି କୋରନା ଆଳରେ ସାଧାରଣ ଲୋକଙ୍କୁ ପ୍ରାୟେ ଦୁଇ ବର୍ଷ ହେବ ସରକାରୀ ଅଭିଯୋଗ ପ୍ରକୋଷ୍ଠରୁ ଦୂରେଇ ରଖିଛନ୍ତି। ସରକାରଙ୍କ ଏହି ପରିବର୍ତ୍ତନର ଧାରାରେ ସାଧାରଣ ଗରିବ ଲୋକଟିଏ ହଇରାଣ ହୋଇ ଅନଲାଇନରେ ଅଭିଯୋଗଟିଏ ଦାଖଲ କଲେ ମଧ୍ୟ ତା'ର ସମାଧାନ ହେଉନାହିଁ । ଚର୍ଚ୍ଚା ହେଉଛି 5-T କାର୍ଯ୍ୟକ୍ରମ ଜରିଆରେ ଟେକ୍ନୋଲୋଜିର ପାଠ ପଢ଼ାଉଥିବା ସରକାର T ଫର ଟାଇମଙ୍ଗକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି ବୋଲି କହିଛନ୍ତି ବିରୋଧୀ ।
Published by:Lipina Das
First published:
)}