କିନ୍ନରଙ୍କ ପାଇଁ ଚିଠା ପଲିସି ଆରମ୍ଭ କଲେ ରାଜ୍ୟ ସରକାର; ଟ୍ରାନ୍ସଜେଣ୍ଡରଙ୍କୁ ମିଳିବ ସାମାଜିକ ସୁରକ୍ଷା

କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗି । ଖୁବ୍ ଶୀଘ୍ର ଗଠନ କରାଯିବ କିନ୍ନର ମଙ୍ଗଳ ବୋର୍ଡ। ଯାହାକୁ ନେଇ କିନ୍ନରଙ୍କ ମହଲରେ ଖୁସିର ଲହରୀ।

କିନ୍ନରଙ୍କ ପାଇଁ ଚିଠା ପଲିସି ଆରମ୍ଭ କଲେ ରାଜ୍ୟ ସରକାର

କିନ୍ନରଙ୍କ ପାଇଁ ଚିଠା ପଲିସି ଆରମ୍ଭ କଲେ ରାଜ୍ୟ ସରକାର

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଲା କିନ୍ନରଙ୍କ ପାଇଁ ଚିଠା ପଲିସି । ବିଭିନ୍ନ ବିଭାଗର ମତାମତ ସଂଗ୍ରହ ପରେ ପ୍ରଥମ ଥର ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେବ ସ୍ବତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି। କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗି । ଖୁବ୍ ଶୀଘ୍ର ଗଠନ କରାଯିବ କିନ୍ନର ମଙ୍ଗଳ ବୋର୍ଡ। ଯାହାକୁ ନେଇ କିନ୍ନରଙ୍କ ମହଲରେ ଖୁସିର ଲହରୀ।

୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୨୨,୦୦୦ରୁ ଅଧିକ କିନ୍ନର ପଞ୍ଜିକୃତ ହୋଇଛନ୍ତି। ତେବେ ଏମାନଙ୍କ ସଂଖ୍ୟା ୪୦,୦୦୦ରୁ ଅଧିକ । ୨୦୧୪ ମସିହାରେ ସର୍ବୋଚ୍ଚ ନ୍ୟାୟଳୟ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ। ୨୦୧୯ରେ କେନ୍ଦ୍ର ସରକାର ସ୍ବତନ୍ତ୍ର ଟ୍ରାନ୍ସଜେଣ୍ଡର ଆଇନ କରିବା ସହ ସମସ୍ତ ରାଜ୍ୟକୁ ନିଜ ନିଜ ପଲିସି ପ୍ରଣୟନ କରିବାକୁ କହିଥିଲେ । ଇତିମଧ୍ୟରେ ସରକାର ଯେ କେବଳ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଏହା ନୁହଁ ବରଂ ସରକାରଙ୍କ ବିଭିନ୍ନ ଯୋଜନାରେ ମଧ୍ୟ ସାମିଲ କରିଛନ୍ତି।

ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଚିଠା ପଲିସି ଚୂଡାନ୍ତ ହେବା ପରେ ସମାଜରେ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ହୋଇପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ଏନେଇ ବିଭିନ୍ନ ବିଭାଗର ମତାମତ ସଂଗ୍ରହ କରାଯାଉଛି । କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ମଙ୍ଗଳ ବୋର୍ଡ ଗଠନ ସହିତ ସେମାନଙ୍କର ବିଭିନ୍ନ ଦାବିକୁ ମଧ୍ୟ ଏଥିରେ ସାମିଲ କରାଯାଇଥିବା ସେ କହିଛନ୍ତି।

କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗି


"କିନ୍ନରମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ୨୦୧୯ ପରଠାରୁ ଯେଉଁଭଳି ଭାବରେ ଅବିରତ ସଂଗ୍ରାମ ଚାଲିଛି ତାକୁ ରାଜ୍ୟ ସରକାର ପୂରଣ କରୁଛନ୍ତି। କିନ୍ନରଙ୍କ ସୁବିଧା ଓ ତାଙ୍କୁ ମଧ୍ୟ ଅନ୍ୟ ସମସ୍ତଙ୍କ ଭଳି ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ ଏହି ଡ୍ରାଫ୍ଟ ପଲିସି କରାଇଛନ୍ତି ରାଜ୍ୟ ସରକାର,’’ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ପୂର୍ବରୁ ୧୨ରୁ ୧୩ଟି ରାଜ୍ୟରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ପଲିସି ଲାଗୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି କିନ୍ନର ମହସଙ୍ଘ । ଏହା ଦ୍ବାରା କିନ୍ନରଙ୍କ କେବଳ ଦୀର୍ଘ ଦିନର ଦାବି ପୂରଣ ହୋଇଛି ଏହା ନୁହେଁ ବରଂ ଅନ୍ୟ ରାଜ୍ୟଗୁଡିକ ଅପେକ୍ଷା ବେଶ୍ ସୁବିଧା ଓ ସୁଯୋଗ ପ୍ରଦାନ ପାଇଁ ପ୍ରସ୍ତାବ ରହିଛି। କିନ୍ନରଙ୍କ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା, କର୍ମଜୀବୀ କିନ୍ନରଙ୍କ ପାଇଁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଅନୁମତି ଓ ସ୍ବତନ୍ତ୍ର ଟ୍ରାନ୍ସଜେଣ୍ଡର ୱେଲଫୟାର ବୋର୍ଡ ପାଇଁ ପ୍ରସ୍ତାବ ରହିଛି । ଏହା ଦ୍ବାରା କିନ୍ନର ଉପକୃତ ହେବା ସହିତ ସେମାନେ ନିଜ ବୃତ୍ତିରୁ ଓହରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରବର୍ତ୍ତାଇବ ବୋଲି କିନ୍ନର ନେତ୍ରୀ ମତ ଦେଇଛନ୍ତି । ତେବେ ଯେତେ ଶୀଘ୍ର ଏହା ପଲିସି ହୋଇ କାର୍ଯ୍ୟକାରୀ ହୋଇପାରିବ ସେ ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେବା ଉପରେ ସେମାନେ ଦେଇଛନ୍ତି ଗୁରୁତ୍ବ।

ରାଜ୍ୟ କିନ୍ନର ମହାସଂଘ ସଭାନେତ୍ରୀ ମୀରା ପରିଡା କହିଛନ୍ତି, "ମୁଁ ଧନ୍ୟବାଦ ଦେବୀ ରାଜ୍ୟ ସରକାର ଓ ମୁଖ୍ୟ ମନ୍ତ୍ରୀଙ୍କୁ ଖୁବ୍ ସୁନ୍ଦର ଭାବେ ଡ୍ରାଫ୍ଟ ପଲିସି କରିଛନ୍ତି। ଆମର ଯେଉଁ ମୁଖ୍ୟ ଦାବି ରହିଥିଲା ତା ଉପରେ ଗୁରୁତ୍ୱ ଦେଇ ଏସ.ଆର.ସି. ସର୍ଜରି ପାଇଁ ସ୍ୱତନ୍ତ୍ର ଫାସିଲିଟି ଦିଆଯାଇଛି, ୱେଲ ଫେୟାର ବୋର୍ଡ଼ ଗଠନ କରାଯାଉଛି। ତାହା ନିଶ୍ଚିତ ସ୍ୱାଗତ ଯୋଗ୍ୟ।’’

ସ୍ବତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି କାର୍ଯ୍ୟକାରୀ ହେଲେ କିନ୍ନରଙ୍କୁ ମିଳିବ ବହୁ ସରକାରୀ ସୁବିଧା। ତେବେ ଅନ୍ୟ ରାଜ୍ୟ ଭଳି ପ୍ରସ୍ତାବିତ ଟ୍ରାନ୍ସଜେଣ୍ଡର ୱେଲଫୟାର ବୋର୍ଡରେ କିନ୍ନରଙ୍କୁ ଅଧ୍ୟକ୍ଷ ପଦବୀରେ ରଖିବାକୁ ଦାବି ରଖିଛି କିନ୍ନର ମହାସଙ୍ଘ।
Published by:Lipina Das
First published:
)}