ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ : ସମୀର ମହାନ୍ତି
News 18 Odia Digital
ଭୂବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛି ବିଜେପି । ବନ୍ୟା ଅଞ୍ଚଳ ବୁଲିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଫଟୋ ଦେଖାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି।
ବନ୍ୟା ଓ ଲଗାଣ ବର୍ଷା ସମୟରେ ମୟୁରଭଞ୍ଜ ଜିଲ୍ଲାରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ଏବେ ବି ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେଇ ନାହାଁନ୍ତି। ଏଥିରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁଥି ପାଇଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୋଲି ସେ କହିଛନ୍ତି।
ଆହୁର କହିଛନ୍ତି ଯେ ଯେଉଁ ସ୍ଥାନରେ ପକ୍କା ଘର ମିଳିଛି ସେଠି ବିଜୁ ପକ୍କା ଘରର ଲୋଗ ଲାଗିଛି। ତଳେ କାଳି ସାହାଯ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମ ଲେଖା ଯାଇଛି । ମାତ୍ର କେବେ ଘର ମିଳିଲା କେବେ ନିର୍ମାଣ ସରିଲା ତାହାର ତଥ୍ୟ ଲେଖା ଯାଇନାହିଁ। କେବଳ ବୋର୍ଡ ଲଗା ଯାଉଛି ମାତ୍ର ଲୋକଙ୍କୁ ଘର ମିଳୁନି। ମୟୁରଭଞ୍ଜ ଜିଲ୍ଲାର ବନ୍ୟା ହୋଇନାହିଁ ମାତ୍ର ଲଗାଣ ବର୍ଷାରେ ଜିରୋ କଜୁଆଲିଟିର ସତ୍ୟ ସାମ୍ନାକୁ ଆସିଛି। ଜିରୋ କାଜୁଆଲିଟି କାହିଁକି ତୃଣମୂଳ ସ୍ତରରେ ପାଳନ ହେଲାନାହିଁ। କାହିଁକି ସରକାରୀ ଅଧିକାରୀମାନେ ଏହାକୁ ପାଳନ କଲେ ନାହିଁ। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ ରାଜ୍ୟ ବାସୀଙ୍କ ନିକଟରେ ଉତ୍ତର ଦାୟୀ କରି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।