ରାଜ୍ୟ ସରକାରଙ୍କ ନିଷ୍ପତି; ଏବେ ସରକାରୀ ଅଧିକାରୀଙ୍କୁ ମିଳିବ ଇନସେଣ୍ଟିଭ ସହ ବିଦେଶ ଯାତ୍ରା ଭଳି ସୁବିଧା

ନିଜ ନିଜ ବିଭାଗରେ ଭଲ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପାଇଁ ଗ୍ରୁପ A, B, C, D ବର୍ଗ ଭଳି ଭିନ୍ନ ଭିନ୍ନ ଇନସେଣ୍ଟିଭ ବ୍ୟବସ୍ଥା କରିଛନ୍ତି ସରକାର । ଏପରିକି ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ୩ଟି ପସନ୍ଦ ଯୋଗ୍ୟ ବିଭାଗ କମ୍ବା ପସନ୍ଦଯୋଗ୍ୟ ସ୍ଥାନରୁ ଗୋଟିଏ ସ୍ଥାନରେ ମିଳିବ ପୋଷ୍ଟିଙ୍ଗ ।

ରାଜ୍ୟ ସରକାରଙ୍କ ନିଷ୍ପତି; ଏବେ ସରକାରୀ ଅଧିକାରୀଙ୍କୁ ମିଳିବ ଇନସେଣ୍ଟିଭ ସହ ବିଦେଶ ଯାତ୍ରା ଭଳି ସୁବିଧା
ଏବେ ସରକାରୀ ଅଧିକାରୀଙ୍କୁ ମିଳିବ ଇନସେଣ୍ଟିଭ ସମେତ ବିଦେଶ ଯାତ୍ରା ଭଳି ସୁବିଧା
  • News18 Odia
  • Last Updated: October 18, 2020, 5:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଉତ୍ସାହିତ କରିବା ଓ ସରକାରୀ ଶାସନକୁ ମାର୍ଜିତ କରିବା ପାଇଁ ରାଜ୍ୟ ସରକାର ୫T ଅଧୀନରେ ଏକ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଅନୁସାରେ ସରକାରୀ ବାବୁଙ୍କୁ ବିଦେଶ ଗସ୍ତର ସୁବିଧା ମିଳିବ । ସେମାନେ ଚାହିଁଲେ ନିଜ ପସନ୍ଦର ବିଭାଗ କିମ୍ବା ପସନ୍ଦଯୋଗ୍ୟ ସ୍ଥାନରେ ବି ପୋଷ୍ଟିଙ୍ଗ ପାଇ ପାରିବେ । ଏହା ସହ ପଦୋନ୍ନତି ଓ ଅଧିକ ଦରମା ବି ମିଳିବ । ପ୍ରଦର୍ଶନ ଆଧାରରେ A, B, C, D ବର୍ଗର ଅଧିକାରୀଙ୍କୁ ମିଳିବ ଏହିପରି ପୁରସ୍କାର । ସାଧାରଣ ପ୍ରଶାସନ ପକ୍ଷରୁ ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରଦର୍ଶନ ଯାଞ୍ଚ ପାଇଁ ସବୁ ବିଭାଗରେ ସ୍କ୍ରିନିଂ କମିଟି ରହିବ ।

ସରକାରୀ ଅଧିକାରୀଙ୍କୁ ଉତ୍ସାହିତ କରିବାକୁ ସରକାର ଏଭଳି ଉଦ୍ୟମ କରିଛନ୍ତି । ଭଲ କାମ କଲେ ପୁରସ୍କାର ବଦଳରେ ନିଜ ପସନ୍ଦ ବିଭାଗ ଓ ପସନ୍ଦଯୋଗ୍ୟ ସ୍ଥାନରେ ପୋଷ୍ଟିଙ୍ଗ ସହ ବିଦେଶ ଗସ୍ତ ପାଇଁବି ମିଳିବ ସୁବିଧା ଉପଲବ୍ଧ କରାଇବେ ସରକାର । ନିଜ ନିଜ ବିଭାଗରେ ଭଲ ପ୍ରଦର୍ଶନ କରୁଥିବା ଗ୍ରୁପ A, B, C, D ବର୍ଗର ଅଧିକାରୀଙ୍କ ପାଇଁ ଏଭଳି ଭିନ୍ନ ଭିନ୍ନ ଇନସେଣ୍ଟିଭ ବ୍ୟବସ୍ଥା କରିଛନ୍ତି ସରକାର । ଗ୍ରୁପ A ଓ ଗ୍ରୁପ B ବର୍ଗର ଅଧିକାରୀଙ୍କ ପାଇଁ ଏକ ମାସର ଦରମା ସହ ବିଦେଶ ଭ୍ରମଣ ସୁବିଧା ମିଳିବ । ଏପରିକି ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ୩ଟି ପସନ୍ଦ ଯୋଗ୍ୟ ବିଭାଗ କମ୍ବା ପସନ୍ଦଯୋଗ୍ୟ ସ୍ଥାନରୁ ଗୋଟିଏ ସ୍ଥାନରେ ମିଳିବ ପୋଷ୍ଟିଙ୍ଗ । ଗ୍ରୁପ C ଓ D ବର୍ଗର ଅଧିକାରୀଙ୍କ ପାଇଁ ୨ ମାସର ବେସିକ ଦରମା କିମ୍ବା ମେଧାବୃତି ଯୋଜନା ବ୍ୟବସ୍ଥା ଅନୁସାରେ ୨ ପିଲାଙ୍କ ପାଇଁ ବୈଷୟିକ ଶିକ୍ଷା ପାଇଁ ଟ୍ୟୁସନ ଫି ପରିଶୋଧ କରିବେ ସରକାର । ଏପରିକି ଗ୍ରୁପ D ରୁ ଗ୍ରୁପ C କୁ ପଦୋନ୍ନତି ପାଇଁ ବ୍ୟବସ୍ଥା ବି ରହିଛି ।

ସରକାରଙ୍କ ଏହି ପଦକ୍ଷେପକୁ ପୂର୍ବତନ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିବା ସହ ଭଲ କାମ କରିବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି । କିନ୍ତୁ ସବୁ କିଛି ସ୍ୱଚ୍ଛତା ଭିତ୍ତିରେ କରିବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ଅଧିକାରୀଙ୍କ ପ୍ରଦର୍ଶନ ଯାଞ୍ଚ ପାଇଁ ପ୍ରତି ବିଭାଗରେ ସ୍କ୍ରିଙ୍ଗ କମିଟି ରହିବ । ସ୍କ୍ରିନିଂ କମିଟି ରିପୋର୍ଟ ଆଧାରରେ ହିଁ ଇନସେଣ୍ଟିଭ ପାଇଁ ନୋମିନେଟ କରାଯିବ । ୫ ବର୍ଷରେ ପରଫରମନ୍ସ ଆଭରେଜ ରେଟିଂରେ କୌଣସି ପ୍ରତିକୂଳ ଟିପ୍ପଣୀ ନଥିବା ଆବଶ୍ୟକ । ସରକାରୀ କତ୍ତୃପକ୍ଷଙ୍କ ପାଖରୁ କୌଣସି ଏକ ପ୍ରଶଂସା ପତ୍ର ଥିବା ଆବଶ୍ୟକ । ପ୍ରଶାସନିକ କାର୍ଯ୍ୟରେ ଭୂମିକାକୁ ବି ଗଣନାକୁ ନିଆଯିବ । ଯଦି ୫ ବର୍ଷ ମଧ୍ୟରେ କୌଣସି ବଡ଼ ଦଣ୍ଡ ହୋଇଥିବ ତେବେ ଗଣନା କୁ ନିଆଯିବ ନାହିଁ ।

''ଏହା ପୂର୍ବରୁ ବି ଥିଲା କିନ୍ତୁ ଏବେ କିଛି ଏହାକୁ ନୂଆ କରି ଉପସ୍ଥାପନ କରାଯାଇଛି । ସରକାରୀ ଅଧିକାରୀ ମାନଙ୍କୁ ଏହା ଉତ୍ସାହିତ କରିବ । ବିଶେଷ କରି ମଧ୍ୟମ ବର୍ଗରେ ରହୁଥିବା ଅଧିକାରୀଙ୍କୁ ଭଲ କାମ କରିବାକୁ ପ୍ରତ୍ସାହିତ କରିବ । କିନ୍ତୁ ଏହା ସ୍ୱଚ୍ଛତା ଉପାୟରେ ହେବା ଆବଶ୍ୟକ," କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

''ଏହା କଣ ପାଇଁ ଆବଶ୍ୟକ । ସରକାରୀ ଅଧିକାରୀ ଟଙ୍କା ନେଉଛନ୍ତି କାମ କରିବାକୁ । ଯେଉଁ ମାନେ କାମ କରୁନାହାନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ," କହିଛନ୍ତି ବରିଷ୍ଠ ସାମ୍ବାଦିକ ରବିଦାସ ।

କୋଭିଡ ସ୍ଥିତିରେ ବିଭିନ୍ନ ବିଭାଗରେ ଖର୍ଚ୍ଚ କାଟ ହେଉଥିବା ବେଳେ ଏପରି ବ୍ୟବସ୍ଥାକୁ ନେଇ ଭିନ୍ନ ଚର୍ଚ୍ଚା ସୃଷ୍ଟି ହେଉଛି ।
Published by: Jagdish Barik
First published: October 18, 2020, 5:16 PM IST
corona virus btn
corona virus btn
Loading