ତମାଖୁ ସେବନ କ୍ଷେତ୍ରରେ ଆଗରେ ଓଡ଼ିଶା; ସେବନ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର

ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ୨୦୦୩ ଅନୁଯାୟୀ ୬୦୦୦ରୁ ଅଧିକ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଷରେ ପ୍ରାୟ ୯ ଲକ୍ଷ ଟଙ୍କା ଜରୋମନା ଆଦାୟ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଶାସନ ସଚିବ ଆର କେ. ଶର୍ମା।

ତମାଖୁ ସେବନ କ୍ଷେତ୍ରରେ ଆଗରେ ଓଡ଼ିଶା

ତମାଖୁ ସେବନ କ୍ଷେତ୍ରରେ ଆଗରେ ଓଡ଼ିଶା

  • Share this:
News18 Odia Digital

ଭୁବନେଶ୍ବର: ଦେଶରେ ସର୍ବାଧିକ ନନ-ସ୍ମୋକିଂ ତମାଖୁ ସେବନ ରାଜ୍ୟ ଭିତରେ ଆଗରେ ରହିଛି ଓଡ଼ିଶା। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ତମାଖୁ ସେବନ ମାତ୍ରା ଅଧିକ ଦେଖିବାକୁ ମିଳୁଛି। ତେଣୁ ଓଡ଼ିଶାରେ ତମାଖୁ ସେବନ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। କୋଟପା ଆଇନ ଅନୁସାରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏହି ଲକ୍ଷ୍ୟ ରଖାଯାଇଛି।

ତମାଖୁ ବ୍ୟବହାର ବର୍ତ୍ତମାନ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ବର୍ଷକୁ ସାତ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ବଡ଼ କଥା ହେଲା ଆମ ରାଜ୍ୟର କୋମଳମତି ବାଳକ ଓ ବାଳିକା ଏହି ଜାଲରେ ପଡ଼ି ଗଲେଣି। ଗ୍ଲୋବାଲ୍ ୟୁଥ୍ ତମାଖୁ ସର୍ଭେ ୨୦୧୯ ରିପୋର୍ଟ ଅନୁସାରେ ଓଡ଼ିଶାର ପ୍ରାୟ ୭% ବାଳକ ଓ ୫.୫% ବାଳିକା ବିଭିନ୍ନ ପ୍ରକାରର ତମାଖୁ ବ୍ୟବହାର କରୁଛନ୍ତି। ସେମାନଙ୍କ ହାରାହାରି ବୟସ ହେଉଛି ୧୧ ବର୍ଷ।

ଏତେ ଛୋଟ ବୟସରୁ ତମାଖୁ ସେବନ ଆରମ୍ଭ ଭବିଷ୍ୟତରେ ଛାଡ଼ିବା ବହୁତ କଠିନ ହୋଇଯାଉଛି। ଗ୍ଲୋବାଲ୍ ଆଡଲ୍ଟ୍ ତମାଖୁ ସର୍ଭେ ୨୦୧୬ GATS ଅନୁଯାୟୀ ୪୫ ପ୍ରତିଶତ ଓଡ଼ିଶାର ବୟସ୍କମାନେ ବି ତମାଖୁ ବ୍ୟବହାର କରନ୍ତି। ପୁରୁଷ ଅପେକ୍ଷା ମହିଳାମାନଙ୍କ ସଂଖ୍ୟା ଅଧିକ। ତେଣୁ ତମାଖୁ ନିୟନ୍ତ୍ରଣ ଆଇନଗୁଡ଼ିକର ଉତ୍ତମ ମନିଟରିଂ ପାଇଁ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଛି। ସମସ୍ତ ଜିଲ୍ଲାକୁ ତମାଖୁ ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି ପ୍ରଦାନ କରାଯାଇଛି। ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଅଧିନିୟମ ୨୦୦୩ ଅନୁଯାୟୀ ୬୦୦୦ରୁ ଅଧିକ ଉଲ୍ଲଂଘନକାରୀଙ୍କ ଠାରୁ ବର୍ଷରେ ପ୍ରାୟ ୯ ଲକ୍ଷ ଟଙ୍କା ଜରୋମନା ଆଦାୟ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ଶାସନ ସଚିବ ଆର କେ. ଶର୍ମା।

ଦ୍ଵିତୀୟ ସର୍ବାଧିକ ସ୍ମୋକିଂ ତମାଖୁ ସେବନ ଦେଶ ହେଉଛି ଭାରତ। ସେହିପରି ନନ-ସ୍ମୋକିଂ ତମାଖୁ ସେବନ ରାଜ୍ୟ ଭିତରେ ଆଗରେ ରହିଛି ଓଡ଼ିଶା। ଝାରସୁଗୁଡା, ସମ୍ବଲପୁର, ପୁରୀରେ ୩୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୨୦୧୩ ରୁ ରାଜ୍ୟ ସରକାର ତମାଖୁ ଓ ନିକୋଟିନକୁ ଵ୍ୟାନ୍ କରିଛନ୍ତି। ତଥାପି ଏହାର ସେବନ ହ୍ରାସ ପାଉନି। ଅନେକ ବେଆଇନ୍ ଆଡ୍ଡା ଉପରେ ଚଢ଼ାଉ କରି ଖୋର୍ଦ୍ଧା ସବୁଠୁ ଅଧିକ ଟଙ୍କାର ଫାଇନ ଆଦାୟ କରିଛି। ଗଞ୍ଜାମରେ ସବୁଠୁ ଅଧିକ ଏନଫର୍ସମେଣ୍ଟ ଟିମ୍ ନିୟୋଜିତ କରି ରେଡ୍କରାଯାଉଛି। ତମାଖୁ ସେବନ ସମ୍ପୂର୍ଣ୍ଣ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତମାଖୁ ବର୍ଜନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବିଭାଗ କର୍ମକାର୍ତ୍ତାଙ୍କୁ ସମ୍ମାନିତ କରାଯାଇଥିଲା।
Published by:Lipina Das
First published: