ଢିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ନିନ୍ଦା କଲା କଂଗ୍ରେସ

ଢିଙ୍କିଆ ମାମଲାରେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଡଃ. ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ ଢିଙ୍କିଆ, ନୂଆଗାଁ, ଗଡ଼ କୁଜଙ୍ଗ ପଞ୍ଚାୟତ ଏକ ଭାଇଚାରାର ଅଞ୍ଚଳ।

ଢିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ନିନ୍ଦା କଲା କଂଗ୍ରେସ

ଢିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ନିନ୍ଦା କଲା କଂଗ୍ରେସ

  • Share this:
News18 Odia Digital

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ଡଃ. ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ଯେ ଢିଙ୍କିଆ ଚାରିଦେଶ ତଥା ଢ଼ିଙ୍କିଆ, ନୂଆଗାଁ, ଗଡ଼ କୁଜଙ୍ଗ ପଞ୍ଚାୟତ ଏକ ଭାଇଚାରାର ଅଞ୍ଚଳ।

ଏଠାକାର ଜନସାଧାରଣ ଧାନ, ପାନ ଓ ମୀନ ଉପରେ ସମ୍ପୂର୍ଣ୍ଣ ଜୀବିକା ନିର୍ଭର କରି ଦୀର୍ଘ ବର୍ଷ ଧରି ଚଳିଆସୁଛନ୍ତି। ୨୦୦୫ ମସିହାରେ ରାଜ୍ୟ ସରକାର ଏଠାରେ ପୋସ୍କୋ କମ୍ପାନୀକୁ ପ୍ରତିଷ୍ଠା ନିମନ୍ତେ ନିଷ୍ପତି ନେଇଥିଲେ, କିନ୍ତୁ ପ୍ରବଳ ଜନବିରୋଧ ଯୋଗୁଁ ୨୦୧୩ରେ ଏହି କମ୍ପାନୀ ଫେରିଯିବା ପାଇଁ ବାଧ୍ୟ ହୋଇଥିଲା । ପୁନଶ୍ଚ ରାଜ୍ୟ ସରକାର ୨୦୧୯ରେ ଜିନ୍ଦଲ କମ୍ପାନୀକୁ ଏଠାରେ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ନେବାଫଳରେ ଅନେକ ଅନେକ ବର୍ଷ ଧରି ବସବାସ କରିଆସୁଥିବା ସ୍ଥାନୀୟ ଜନସାଧାରଣଙ୍କର ଜୀବନଜୀବିକା ସମ୍ପୀର୍ଣ୍ଣ ଭୁଷୁଡ଼ି ଯିବାକୁ ବସିଛି।

ଏହି କମ୍ପାନୀ ପ୍ରତିଷ୍ଠାକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କ ଉପରେ ଶୁକ୍ରବାର ପୋଲିସର ବର୍ବରୋଚିତ ଆକ୍ରମଣ ସେମାନଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୂର୍ଣ୍ଣ କରିଛି। ସରକାର ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ସମାଧାନ ନକରି ଜୋର ଜବରଦସ୍ତ ଭାବେ ସେମାନଙ୍କର ଜମିକୁ ଅଧିକାର କରି କମ୍ପାନୀ ହାତକୁ କ’ଣ ପାଇଁ ଟେକି ଦେବାର ନିଷ୍ପତ୍ତି ନେଇଛନ୍ତି ତାହା ଆଜି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଡଃ. ମହାପାତ୍ର ପ୍ରକାଶ କରିଛନ୍ତି।

ଢିଙ୍କିଆର ନିରସ୍ତ୍ର ଗ୍ରାମବାସୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ନିନ୍ଦା କଲା କଂଗ୍ରେସ


ଏପରିକି ପୋଲିସର ଏହି ଆକ୍ରମଣରୁ ମହିଳା ଓ ଶିଶୁମାନେ ମଧ୍ୟ ବାଦ ପଡ଼ିନାହାନ୍ତି। ଲାଠି ମାଡ଼ରେ ଲହୁଲୁହାଣ ହୋଇଥିବା ଗ୍ରାମବାସୀଙ୍କୁ ଚିକିତ୍ସା ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ଦୀର୍ଘ ୧୩ ଦିନ ହେଲା ପୋଲିସର ଘେରାବନ୍ଦିରେ ଥିବା ଢିଙ୍କିଆର ଗ୍ରାମବାସୀମାନେ ବୁଧବାର ପୋଲିସର ଲାଠିମାଡ଼ରେ ଗାଁ ଦାଣ୍ଡରେ ପଡ଼ି ଛଟପଟ ହୋଇଥିଲେ।

ନିରସ୍ତ୍ର ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବାବେଳେ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ନଥାଇ ପୋଲିସ କାହା ଇଙ୍ଗିତରେ ଓ କ’ଣ ପାଇଁ ଆନ୍ଦୋଳନକାରୀଙ୍କ ଉପରେ ଏପରି ରକ୍ତାକ୍ତ ଆକ୍ରମଣ କଲେ ତା’ର ବିଚାର ବିଭାଗୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣଙ୍କୁ ନିଜର ପରିବାର ବୋଲି ସର୍ବଦା ପ୍ରଚାର ଓ ପ୍ରସାର କରୁଥିବା ମୁଖ୍ୟ ମନ୍ତ୍ରୀଙ୍କର ଢିଙ୍କିଆର ଗ୍ରାମବାସୀମାନେ ସେହି ପରିବାରର ଲୋକ ନୁହଁନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ମହାପାତ୍ର।

ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁଯାୟୀ ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତି ୬୦ ବର୍ଷରୁ ଅଧିକ ସମୟ ବସବାସ କରୁଥିଲେ ସେ ଉକ୍ତ ଜମିର ମାଲିକାନା ପାଇବାର ବ୍ୟବସ୍ଥା ଥିବା ବେଳେ ଏଠାରେ ଦୀର୍ଘ ୨୦୦ ବର୍ଷ ଧରି ଗୋଟିଏ ସ୍ଥାନରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସରକାର କିପରି ଉଚ୍ଛେଦ କରୁଛନ୍ତି ବୋଲି ଡଃ. ମହାପାତ୍ର ପ୍ରଶ୍ନ କରିଛନ୍ତି।
ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜର ପରିବାର ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟ ମନ୍ତ୍ରୀ ଢିଙ୍କିଆ, ନୂଆଗାଁ ଓ ଗଡ଼ କୁଜଙ୍ଗର ଅଧିବାସୀଙ୍କୁ ନିଜର ପରିବାର ଭାବି ସେଠାରେ କମ୍ପାନୀ ପ୍ରତିଷ୍ଠା ନକରି ତାଙ୍କର ଜୀବନଜୀବିକାର ସୁରକ୍ଷା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ପୄଥକ ସାମ୍ବାଦିକ ସମ୍ମିଳନୀ କରି ପୁଲିସ ର ନିର୍ମମ ଲାଠି ଚାଳନା କୁ ନିନ୍ଦା କରିଛନ୍ତି। ଉଚ୍ଚନ୍ୟାୟାଳୟ ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(SIT )ଦ୍ୱାରା ତଦନ୍ତ କରିବା ପାଇଁ ଦାବି କରିଛି ସଂଯୁକ୍ତ କିଶାନ ମୋର୍ଚ୍ଚା।

ପୋଲିସର ନିର୍ମମ ଲାଠି ଚାଳନାର ଉଚ୍ଚନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ଦ୍ୱାରା ତଦନ୍ତ କରାଯାଉ l ଢିଙ୍କିଆ ଚାରି ଦେଶରୁ ପୋଲିସ ବଳ ହଟାଯାଉ। ତୁରନ୍ତ ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା ବନ୍ଦ କରାଯାଉ। ଜଗତସିଂହପୁର ଜିଲ୍ଲା ଏସପିଙ୍କୁ ତୁରନ୍ତ ହଟାଯାଉ l ଗିରଫ ହୋଇଥିବା ନେତା ଦେବେନ୍ଦ୍ର ସ୍ୱାଇଁ, ନରେନ୍ଦ୍ର ମହାନ୍ତି ଓ ମୁରଲୀ ବେହେରା ସମେତ ସମସ୍ତଙ୍କୁ ନିସର୍ତ୍ତ ଖଲାସ କରାଯାଉ l ଜୀବିକା ବିପନ୍ନକାରୀ ଓ ପରିବେଶ ଧ୍ବଂସକାରୀ ତଥା କଥିତ ଶିଳ୍ପ କରିବା ବନ୍ଦ କରିବା ଭଳି ଦାବି କରିଛି ସଂଯୁକ୍ତ କିସାନ ମୋର୍ଚ୍ଚା।

ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପଞ୍ଚାୟତରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପକୁ ସ୍ଥାନୀୟ ଲୋକେ ବିରୋଧ କରୁଛନ୍ତି।
Published by:Lipina Das
First published:
)}