ଆରମ୍ଭ ହେଲା କଂଗ୍ରେସର ଜନ ସମ୍ପର୍କ ପଦଯାତ୍ରା; ବିଜେପି ଓ ବିଜେଡିକୁ ଟାର୍ଗେଟ କଲେ ଶରତ ପଟ୍ଟନାୟକ

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ବର୍ତ୍ତମାନ ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟର ଋଣ ଭାର ଆଜି ୧ ଲକ୍ଷ ୧୪ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି କହିଥିଲେ ଶରତ ପଟ୍ଟନାୟକ।

ଆରମ୍ଭ ହେଲା କଂଗ୍ରେସର ଜନ ସମ୍ପର୍କ ପଦଯାତ୍ରା

ଆରମ୍ଭ ହେଲା କଂଗ୍ରେସର ଜନ ସମ୍ପର୍କ ପଦଯାତ୍ରା

  • Share this:
News18 Odia Digital

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲାର ଇରମ ଠାରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ଯାତ୍ରାର ଦ୍ୱିତୀୟ ଦିବସରେ ବାରିପଦାରେ ଅନୁଷ୍ଠିତ ଜନ ସଭାରେ ମୁଖ୍ୟ ଅତିଥି ଭାବେ ଶରତ ପଟ୍ଟନାୟକ ଯୋଗ ଦେଇଥିଲେ।

ଏଥିରେ ସେ ଯୋଗ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ କଡ଼ା ସମାଲୋଚନା କରିଥିଲେ। ନବୀନ ଓ ମୋଦି ଏକ ମୁଦ୍ରାର ଦୁଇଟି ପାଶ୍ୱ। ରାଜଧାନୀରେ କଳି ଦିଲ୍ଲୀରେ କୋଳାକୋଳି। ରାଜ୍ୟରେ ବେକାରୀ ସମସ୍ୟା, ନାରୀ ନିର୍ଯାତନା, କୃଷକ ଆତ୍ମହତ୍ୟା ଦ୍ରୁତି ଗତିରେ ବୃଦ୍ଧି ପାଉଛି।

ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ବର୍ତ୍ତମାନ ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରାଜ୍ୟର ଋଣ ଭାର ଆଜି ୧ ଲକ୍ଷ ୧୪ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି କହିଥିଲେ ଶରତ।

୨୦୦୦ ମସିହା ଶେଷ ସୁଦ୍ଧା ଯେତେବେଳେ କଂଗ୍ରେସ ସରକାର ଥିଲା ୧୯,୦୦୦ କୋଟି ଟଙ୍କା ଥିଲା। କିନ୍ତୁ ରାଜ୍ୟ ସରକାର ରାଜ୍ୟର ପ୍ରକୃତ ସ୍ଥିତିକୁ ଲୋକଙ୍କ ସାମ୍ନାରେ ନରଖି ମିଛ ଘୋଷଣା ପରେ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଇ ଭୋଟ ନେଉଛନ୍ତି। ଯେଉଁ ସବୁ ରାଷ୍ଟ୍ରୀୟ ସମ୍ପତ୍ତି ସ୍ୱାଧୀନତାର ପରବର୍ତ୍ତୀ ସମୟରେ ବିଗତ ଦିନର କଂଗ୍ରେସ ସରକାର ସୃଷ୍ଟି କରିଥିଲା ଆଜି ମୋଦି ସରକାର ତାଙ୍କର ଦୁଇ ବ୍ୟବସାୟୀ ବନ୍ଧୁଙ୍କ ହାତରେ ଟେକି ଦେଉଛନ୍ତି।

ସେହିପରି ସେ ଆହୁରି କହିଛନ୍ତି ଯେ ଭାରତ ବର୍ଷର ଜାତୀୟ ରାଜପଥ, ବନ୍ଦର, ରେଳଷ୍ଟେସନ, ରେଳ ଲାଇନ ଓ ସର୍ବୋପରି ବିମାନ ବନ୍ଦର ଠୁ ଆରମ୍ଭ କରି ସରକାରୀ ସାଧାରଣ ଉଦ୍ୟୋଗକୁ ବିକ୍ରି କରି ଚାଲିଛନ୍ତି। ଶେଷରେ ଭାରତ ବର୍ଷର ଯୁବକମାନଙ୍କର ଭବିଷ୍ୟତକୁ ନଷ୍ଟ ଭ୍ରଷ୍ଟ କରି ଦେବା ପାଇଁ ଏକ ଚକ୍ରାନ୍ତ ଚଳାଇଛନ୍ତି। ଭାରତ ବର୍ଷର ସାମରିକ ବାହିନୀକୁ ଦୁର୍ବଳ କରି ଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଯେଉଁ ଅଗ୍ନିପଥ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଅଗ୍ନିବୀରମାନଙ୍କୁ ମାତ୍ର ୪ ବର୍ଷ ପାଇଁ ସେନା ବିଭାଗରେ ନିଯୁକ୍ତି କରିବାକୁ ଚାହୁଁଛନ୍ତି। କଂଗ୍ରେସ ଦଳ ଏ ନିଷ୍ପତ୍ତିକୁ ଦୃଢ଼ ଭାବରେ ବିରୋଧ କରୁଛି। କଂଗ୍ରେସ ଦଳ ଭାରତ ବର୍ଷର ଯୁବକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରତି ମୁହୂର୍ତ୍ତରେ ସେମାନଙ୍କ ସହିତ ଛିଡ଼ା ହୋଇଛି।

କୌଣସି ପରିସ୍ଥିତିରେ ଭାରତରେ ସାମିରିକ ଶକ୍ତିକୁ ଦୁର୍ବଳ କରିବାକୁ ଦିଆଯିବ ନାହିଁ। କଂଗ୍ରେସ ଏକମାତ୍ର ରାଜନୈତିକ ଦଳ ଯିଏକି ଉଭୟ ବିଜେଡ଼ି ଓ ବିଜେପି ବିରୋଧରେ ଲଢ଼େଇ କରିବାରେ ଶକ୍ତି ଓ ସାମର୍ଥ୍ୟ ରଖିଛି। ବର୍ତ୍ତମାନ ସମୟ ଆସିଛି କଂଗ୍ରେସର ସମସ୍ତ ବନ୍ଧୁମାନେ ଏକାଠି ହେବାର। ଯେଉଁ କଂଗ୍ରେସ ନେତୃବୃନ୍ଦମାନେ ମାନ ଅଭିମାନରେ କଂଗ୍ରେସ ଦଳରୁ ଦୂରେଇ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଦଳକୁ ଫେରିବାପାଇଁ ପଟ୍ଟନାୟକ ନିବେଦନ କରିଛନ୍ତି।

ସମସ୍ତେ ମିଳିମିଶି ବୁଥସ୍ତରରୁ କଂଗ୍ରେସ ଦଳକୁ ସୁଦୃଢ଼ କରି ମୋଦି ଓ ନବୀନ ଓ ସରକାରଙ୍କ ବିରୋଧରେ ଲଢ଼େଇ କରି ୯୦ ବିଧାୟକ ଜୟଯୁକ୍ତ ହୋଇ ସରକାରକୁ ଆସି ପାରିବା ବୋଲି ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କଂଗ୍ରେସ ସରକାର ଆସିଲେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବ, ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ପ୍ରତ୍ୟେକ ସ୍ତରରେ ରକ୍ଷା କରାଯିବ। କୌଣସି ଯାଗାରେ କଂଗ୍ରେସ କର୍ମୀଙ୍କୁ ଯିଏ ହଇରାଣ କରୁଥିବ ସେ ଯିଏ ହେଉନା କାହିଁକି ତାକୁ ଦମନ କରାଯିବ ବୋଲି କହିଛନ୍ତି ଶରତ।

ସଭା ପ୍ରାରମ୍ଭରେ ପିସିସି ସଭାପତି ପଟ୍ଟନାୟକଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବିର୍ଷାମୁଣ୍ଡା ଛକଠାରୁ ସଭା ପର୍ଯ୍ୟନ୍ତ ନିଆଯାଇଥିଲା।
Published by:Lipina Das
First published: