କଂଗ୍ରେସ ପାର୍ଟିରେ କମ୍ପନ: ପିସିସି ସଭାପତିଙ୍କୁ ନେଇ ଜୋରଦାର ଚର୍ଚ୍ଚା; ୨୦୨୪ ପୂର୍ବରୁ ଘର ସଜାଡ଼ିବ ଦଳ

ମଙ୍ଗଳବାର ପ୍ରଥମ ଦିନର ବୈଠକରେ କଂଗ୍ରେସ ମହଲରୁ ଏହି ସୂଚନା ମିଳିଥିବା ବେଳେ ମେ ପ୍ରଥମ ସପ୍ତାହରେ କଂଗ୍ରେସର ହେବ ନବ କଳେବର। ଆଉ ୨୦୨୪ ପୂର୍ବରୁ ଘର ସଜାଡ଼ିବ କଂଗ୍ରେସ।

ପିସିସି ସଭାପତିଙ୍କୁ ନେଇ ଜୋରଦାର ଚର୍ଚ୍ଚା; ୨୦୨୪ ପୂର୍ବରୁ ଘର ସଜାଡ଼ିବ ଦଳ

ପିସିସି ସଭାପତିଙ୍କୁ ନେଇ ଜୋରଦାର ଚର୍ଚ୍ଚା; ୨୦୨୪ ପୂର୍ବରୁ ଘର ସଜାଡ଼ିବ ଦଳ

  • Share this:
News18 Odia Digital

ଭୁବନେଶ୍ବର: କଂଗ୍ରେସ ରାଜନୀତିରେ କମ୍ପନ। ଖୁବ ଜଲଦି ବଦଳିବେ ପିସିସି ସଭାପତି ଓ ବିଧାୟକ ଦଳ ନେତା। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ପ୍ରଥମ ଦିନର ବୈଠକରେ କଂଗ୍ରେସ ମହଲରୁ ଏହି ସୂଚନା ମିଳିଥିବା ବେଳେ ମେ ପ୍ରଥମ ସପ୍ତାହରେ କଂଗ୍ରେସର ହେବ ନବ କଳେବର। ଆଉ ୨୦୨୪ ପୂର୍ବରୁ ଘର ସଜାଡ଼ିବ କଂଗ୍ରେସ।

ଶରତ ପଟ୍ଟନାୟକ, ମହମ୍ମଦ ମୋକିମ ନା ଭକ୍ତ ଚରଣ ଦାସ? କିଏ କଂଗ୍ରେସ ପାଇଁ ରାଇଟ ଚଏସ? କାହାକୁ ପିସିସି ମଙ୍ଗୁଆଳ କଲେ ରାଜ୍ୟ କଂଗ୍ରେସ ଅସ୍ଥାଭାଜିତ ହୋଇପାରିବ? ବିଜେଡି,ବିଜେପି ବିରୋଧରେ ଫାଇଟ କରିବା କିଏ ଫିଟ ଆଣ୍ଡ ଫାଇନ? ଦୁର୍ଦ୍ଦିନ ଅବସ୍ଥା ଦେଇ ଗତି କରୁଥିବା ରାଜ୍ୟ କଂଗ୍ରେସକୁ କିଏ ଦେବ ସଞ୍ଜୀବନି। ଏମିତି ଅନେକ ପ୍ରଶ୍ନ କରାଯାଇଥିଲା କଂଗ୍ରେସ ନେତାଙ୍କୁ।

ଗୋଟିଏ ପଟେ ପିସିସି ମୁଖିଆ ପାଇଁ ଆଶାୟୀ ତିନି ନେତା ଶରତ, ମୋକିମ ଓ ଭକ୍ତ। ଖାଲି ଥିବା ଚେୟାର ଉପରେ ଜଣକ ପରେ ଜଣେ ନେତା ବସୁଥିଲେ. ପ୍ରଭାରୀ ପଚାରୁଥିବା ପ୍ରଶ୍ନର ଉତ୍ତର ବି ରଖୁଥିଲେ।

ପ୍ରଥମେ ବିଧାୟକ ଓ ପରେ ପିର୍ବତନ ତିନି ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ମଧ୍ୟ ଏହି ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ। ବୈଠକ ଶେଷ ପରେ ଏ ନେଇ ଚେଲ୍ଲା କୁମାର କହିଛନ୍ତି, "ପିସିସି ସଭାପତି ଇସ୍ତଫା ଦେବା ପରେ ନୂଆ ପିସିସି ସଭାପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବିଧାୟକ ବରିଷ୍ଠ ନେତା ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ହେଉଛି। ବିଧାୟକ ମାନେ ନାଁ ସୁପାରିଶ କରୁଛନ୍ତି। ଯିଏ କଂଗ୍ରେସ ଦଳକୁ ସୃଦୃଢ଼ କରିପାରିବ ସଙ୍ଗଠନ ମଜବୁତ୍ କରିପାରିବ ସେମିତି ଲୋକଙ୍କୁ ଚୟନ କରାଯିବ। ସମସ୍ତଙ୍କ ସହ ଆଲୋଚନା ପରେ ମୁଁ ଏଆଇସିସି ସଭାପତିଙ୍କୁ ରିପୋର୍ଟ ଦେବି ତେବେ ଖୁବ୍ ଶୀଘ୍ର ପିସିସି ସଭାପତି ଘୋଷଣା ହୋଇପାରେ।’’

ଆଉ ସେପଟେ ନିରଞ୍ଜନ ପଟ୍ଟନାୟକ କହୁଛନ୍ତି, "ମୋ ଇସ୍ତଫା ପତ୍ର ଏଆଇସିସି ଗ୍ରହଣ କରିବା ପ୍ରୋସେସ ଆରମ୍ଭ ହୋଇଥିବାରୁ ମୁ ଖୁସି।’’

ସେହିପରି ଆଲୋଚନା ଭିତରେ ଆଉ ଗୋଟିଏ ଚର୍ଚ୍ଚା କଂଗ୍ରେସ ରାଜନୀତିକୁ ରୋଚକ ମୋଡ଼ରେ ପହଞ୍ଚାଇଛି। ତାହା ହେଉଛି ଦଳର ଭେଟେରାନ, ଅଭିଜ୍ଞ ଓ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇବା ଦାବି। ଯାହା ଉପରେ ଦ୍ୱିତୀୟ ପର୍ଯୟରେ ମଧ୍ୟ କେବଳ ବିଧାୟକମାନଙ୍କ ଦାବି ଓ ପ୍ରସ୍ତାଵ ଉପରେ ଆଲୋଚନା କରାଯାଇଥିଲା। ଅସୁସ୍ଥତା କାରଣରୁ ବିଧାୟକ ସୁରେଶ ରାଉତରାୟ ଅନୁପସ୍ଥିତ ଥିବା ବେଳେ ବାକି ବିଧାୟକ ପରିବର୍ତ୍ତନ ସପକ୍ଷରେ ମତ ପୋଷଣ କରିଥିଲେ।

ଦଳୀୟ ସୂତ୍ରରୁ ମିଳିଥିବା ଆଧାର କହୁଛି ନରସିଂହ ନିଜ ପଦରୁ ଆଉଟ ହେବା ପରେ ସେ ସ୍ଥାନ ନେଇ ପାରନ୍ତି କଣ୍ଟାବାଜି ବିଧାୟକ ତଥା ଅଭିଜ୍ଞ ଏମଏଲଏ ସନ୍ତୋଷ ସିଂ ସାଲୁଜା। ତା ସହ କାର୍ଯ୍ୟକାରୀ ସଭାପତି ମଧ୍ୟ ଦୁଇଜଣ ବିଧାୟକ ହୋଇପାରନ୍ତି। ଅଭିଜ୍ଞତା ଓ ଅନୁଭୂତି ଦୃଷ୍ଟିରୁ ଦେଖିଲେ, ଶରତ ପଟ୍ଟନାୟକ। କଂଗ୍ରେସର ଟାଣୁଆ ନେତା। ପୂର୍ବତନ ଛାତ୍ର, ଯୁବ ଓ ପିସିସି ସଭାପତି ସହ ସଂସାଦ ମଧ୍ୟ। ଭକ୍ତ ଚରଣ ଦାସ। ଆଦିବାସୀ ଚେହେରା। କେନ୍ଦ୍ରିୟ କଂଗ୍ରେସ ନେତା ଓ ପୂର୍ବତନ ସଂସାଦ। ମହମ୍ମଦ ମୋକିମ, ଯୁବ ଚେହେରା। ବିଜେଡି ଗଡରେ ହାତକୁ ହଲାଇବାରେ ସକ୍ଷମ ହୋଇଛନ୍ତି ସେ। ତେବେ କାହା ଉପରେ ପିସିସି ମୋହର ମାରୁଚି ଏବେ ଦେଖିବା ବାକି ରହିଲା।
Published by:Lipina Das
First published: