ରାଜ୍ୟ କଂଗ୍ରେସର ବିସ୍ଫୋରକ ବୟାନ; ଅର୍ଚ୍ଚନା ନାଗ ଗଙ୍ଗାରେ ବୁଡ ପକାଇଛନ୍ତି ପଦ୍ମ ଓ ଶଙ୍ଖର ନେତା

ଅର୍ଚ୍ଚନାକୁ ନେଇ ଥମୁନି ରାଜନୀତି । କଂଗ୍ରେସ କହିଲା ଅର୍ଚ୍ଚନା ନାଗ ଗଙ୍ଗାରେ  ବିଜେପି ଓ ବିଜେଡିର  ବହୁତ୍ ନେତା ବୁଡ ପକାଇଛନ୍ତି । ପୁଣି ଥରେ ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି । ବିଜେଡି କହିଲା ଅର୍ଚ୍ଚନା ଆଉ ମୂର୍ଚ୍ଛନାରେ ନାହିଁ।

ରାଜ୍ୟ କଂଗ୍ରେସର ବିସ୍ଫୋରକ ବୟାନ; ଅର୍ଚ୍ଚନା ନାଗ ଗଙ୍ଗାରେ ବୁଡ ପକାଇଛନ୍ତି ପଦ୍ମ ଓ ଶଙ୍ଖର ନେତା

ରାଜ୍ୟ କଂଗ୍ରେସର ବିସ୍ଫୋରକ ବୟାନ; ଅର୍ଚ୍ଚନା ନାଗ ଗଙ୍ଗାରେ ବୁଡ ପକାଇଛନ୍ତି ପଦ୍ମ ଓ ଶଙ୍ଖର ନେତା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ସହିତ ନେତା ମନ୍ତ୍ରୀଙ୍କ ଫଟୋ ପ୍ରସଙ୍ଗକୁ ନେଇ ଜୋର ଧରିଛି ରାଜନୀତି । ଗତକାଲି ବିଜେପି ପ୍ରତିବାଦ କରିଥିବା ବେଳେ ଆଜି କଂଗ୍ରେସ ପ୍ରତିବାଦ କରିଛି । ଥମିବାର ନା ଧରୁନି ଆରୋପ ପ୍ରତ୍ୟାରୋପ । ବିରୋଧୀ ସରକାରଙ୍କ ଉପରେ ବର୍ଷିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଚାପ ପକାଉଛନ୍ତି । ସରକାରୀ ଦଳ ବି ଜୋରଦାର କାଉଣ୍ଟର କରିଛି । ଆଜି କଂଗ୍ରେସ ବିଧାୟକ ସିଧାସଳଖ ଉଭୟ ବିଜେଡି ଓ ବିଜେପି ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହଛନ୍ତି " ଅର୍ଚ୍ଚନା ନାଗ ଗଙ୍ଗାରେ ବହୁତ ନେତା ଗାଧୋଇଛନ୍ତି । ବିଜେପି ଓ ବିଜେଡିର ବହୁତ ନେତା ବୁଡ ପକାଇଛନ୍ତି । ବହୁ ଅର୍ଥ ଦେଇଛନ୍ତି । ଅନେକ ଲୋକଙ୍କ ସମ୍ପୃତି ଆସୁଛି । ବର୍ତ୍ତମାନ ମନ୍ତ୍ରୀ, ବିଧାୟକ ଓ ପ୍ରାଶାସନିକ ଅଧିକାରୀଙ୍କ ସଂପୃକ୍ତି ଆସୁଥିବାରୁ ପୋଲିସ ସ୍ଥାଣୁ ହୋଇ ଯାଇଛି । ଛୋଟ ଛୋଟ ପ୍ରସଙ୍ଗରେ ପୋଲିସ ପ୍ରେସମିଟ୍ କରୁଛି । ଅର୍ଚ୍ଚନା ଘଟଣାରେ ୭୦ କୋଟି ଟଙ୍କାର କାରବାର ହୋଇଥିଲେ ବି ପୋଲିସ ଗୋଟେ ବି ତଥ୍ୟ ରଖୁନି । ଅଞ୍ଜନା ମିଶ୍ର ମାମଲା ସହ ତୁଳନା କରି କହିଲେ ଅଞ୍ଜନା ମିଶ୍ର ମାମଲାଠୁ ଢେର୍ ଗୁଣରେ ସାଙ୍ଘାତିକ ଏ ମାମଲା । ଅର୍ଚ୍ଚନା ନାଗ ବିଷୟରେ କୌଣସି ତଥ୍ୟ ରଖୁନି ପୋଲିସ । ଏସଆଇଟି ଗଠନ କରାଯାଇ ହାଇକୋର୍ଟଙ୍କ ଜଣେ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯାଉ । ସରକାର ସମ୍ପୂର୍ଣ ତଥ୍ୟ ରଖିବା ଆବଶ୍ୟକ । ଅର୍ଚ୍ଚନା ମାମଲା ଏକ ବଡ ସେକ୍ସ୍ ସ୍କାଣ୍ଡାଲ । ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଚନ୍ତି ରାଜ୍ୟ ସରକାର ।

ପୁଣି ଥରେ ସିବିଆଇ ତଦନ୍ତ ଦାବି ଦୋହରାଇଲା ବିଜେପି, ଇଡି ଏବଂ ଇନକମ ଟାକ୍ସ ମଧ୍ୟ ତଦନ୍ତର ପରିସରଭୁକ୍ତ କରଯାଉ ବୋଲି ବିଜେପି ଦାବି କରିଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି "ଚାହିଁ ଜଳକା ଖେଳ ଖେଳୁଛି ବିଜୁ ଜନତା ଦଳ । ପାପ କଲେ ଫଳ ପାଇବ, ତଦନ୍ତକୁ ରାଜନୈତିକ ହତିଆର ଭାବେ ବ୍ୟବହାର କରୁଛି ବିଜୁ ଜନତା ଦଳ | ମନି ଲଣ୍ଡରିଂ କଥା ଆସୁଛି ତେଣୁ ସରକାର ଇଡିକୁ କେସ ହସ୍ତାନ୍ତର କରୁ । ଉଚ୍ଚ ସ୍ତରର ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯାଉ । ସରକାରଙ୍କ ମୁଖା ଖୋଲିବାର ଆବଶ୍ୟକତା ରହିଛି କିନ୍ତୁ କାହିଁକି ଘଣ୍ଟ ଘୋଡାଇ  ରଖାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିଜେଡି ନେତା ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି"। ଅର୍ଚ୍ଚନା ଆଉ ମୂର୍ଚ୍ଛନାରେ ନାହିଁ । ଅର୍ଚ୍ଚନା ପ୍ରସଙ୍ଗ ଆଲୋଚନାର ବିଷୟ ବସ୍ତୁ ନୁହେଁ । ଯେଉଁ ବିରୋଧୀ ଆରୋପ ଲଗାଉଛନ୍ତି ସେମାନଙ୍କ ନା ବି ଆସୁଛି । କେଭି ସିଂ ଦେଓ , ଜୁଏଲ ଓରାମଙ୍କ ନା ବି ଆସୁଛି । ଅନେକ ଶିଳ୍ପପତି ଓ ସରକାରୀ ମେସିନାରି  ନା ଆଲୋଚନା ହେଉଛି । ଏ ସବୁକୁ ଗୁରୁତ୍ଵ ଦେବା କଥା ନୁହେଁ । ଏ ପ୍ରସଙ୍ଗ ଅଳିଆ ଗଦା । ତେବେ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି କାହା ଛବି ମଳିନ ହେଉଛି ତାହା ସମୟ କହିବ ।  ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡି ନାହାନ୍ତି । ପ୍ରଦୀପ ପାଣିଗ୍ରାହୀ ତାହାର ଉଦାହରଣ । ଯେଉଁମାନେ ଅନ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିଛନ୍ତି ସେମାନେ ଭୋଗିଛନ୍ତି । ଅର୍ଚ୍ଚନା ପ୍ରସଙ୍ଗ  ଅଳିଆ ଗଦା । ଯିଏ ନିଆଁ ଖାଇଛି ସେ ଅଙ୍ଗାର କାଢିବ । ତଦନ୍ତ ହେଉ । ଯେମିତି ହେବା କଥା ହେଉ । ଯିଏ ଧରା ପଡିବା କଥା ପଡ଼ିବ । ଯିଏ ଯାହା କରିଥିବ ତାହାର ଫଳ ଭୋଗିବ ।
Published by:Soubhagya Mishra
First published: