ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଭାଟ୍ ହ୍ରାସକୁ ନେଇ ବିରୋଧୀଙ୍କ ରାଜନୀତି

କେନ୍ଦ୍ର ସରକାର ପେଟ୍ରୋଲ ଉପ ରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଭାଟ୍ କମାଇଛନ୍ତି ରାଜ୍ୟ ସରକାର।

ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଭାଟ୍ ହ୍ରାସକୁ ନେଇ ବିରୋଧୀଙ୍କ ରାଜନୀତି

ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଭାଟ୍ ହ୍ରାସକୁ ନେଇ ବିରୋଧୀଙ୍କ ରାଜନୀତି

  • Share this:
News18 Odia Digital

ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଭାଟ୍ କମାଇଛନ୍ତି ରାଜ୍ୟ ସରକାର। ଦର ହ୍ରାସ ପରେ ବି କମିନି ରାଜନୀତି। ଲାଗତାର ଭାବେ ତୈଳ ଦର ବୃଦ୍ଧି ଅଣନିଶ୍ୱାସୀ କରିବା ପରେ ଦର ହ୍ରାସ ସାମାନ୍ୟ ଆଶ୍ବସ୍ଥି ଆଣିଛି। ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଉପ ରେ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଭାଟ୍ କମାଇଛନ୍ତି ରାଜ୍ୟ ସରକାର। ଭାଟ୍ ହ୍ରାସ ରାଜ୍ୟ ରାଜକୋଷରୁ ବର୍ଷକୁ ପ୍ରାୟ ୧,୪୦୦ କୋଟି ଟଙ୍କା କ୍ଷତି ହେବ।

ଏକ୍ସସାଇଜ ଡ୍ୟୁଟିରୁ ରାଜ୍ୟର ଅଂଶ ଧନ ବାବଦରେ ପ୍ରାୟ ୭୦୦ କୋଟି କ୍ଷତି ସହିବ ରାଜ୍ୟ । ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି, "ଲଗାତାର ପ୍ରତିବାଦ ଯୋଗୁଁ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଛନ୍ତି। ଯେଉଁଥିରେ ରାଜ୍ୟ ସରକାରଙ୍କ ବି ୩୩ ପ୍ରତିଶତ ଭାଗ ରହିଛି। ଏକ୍ସାଇଜ ଓ ଭାଟ୍ ବାବଦରେ ରାଜ୍ୟ ସରକାର ପେଟ୍ରୋଲ ଉପରେ ମୋଟ ୬ ଟଙ୍କା ୩୦ ପଇସା ହ୍ରାସ କରିଥିବା ବେଳେ ଡିଜେଲ ଉପରେ ୪ ଟଙ୍କା ୬୫ ପଇସା କମ୍ କରିଛନ୍ତି। ଦର ହ୍ରାସ ପରେ ପ୍ରାୟ ୨,୦୦୦ କୋଟି ଟଙ୍କାର କ୍ଷତି ରାଜକୋଷ ଉପରେ ପ୍ରଭାବ ପଡ଼ିବ।’’

ତେବେ ଏକ ପାଖିଆ ଭାବେ କେନ୍ଦ୍ର ସରକାର ସେସ ଆଦାୟ କରିବା ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥୀ ବୋଲି କହିଛି ବିଜେଡି। ତେବେ ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ କମ୍ ପରେ ତଥା ଆଜିଠୁ ୭ ତାରିଖ ପର୍ଯ୍ୟନ୍ତ ରାଜନୈତିକ ପ୍ରତିବାଦ ସ୍ଥଗିତ ରଖିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ।

ଏହି ସମୟ ମଧ୍ୟରେ ଏଲପିଜି ଉପରେ ଟ୍ୟାକ୍ସ କମ୍ ନେଇ ଯଦି କେନ୍ଦ୍ର ସରକାର ପଦକ୍ଷେପ ନ ନିଅନ୍ତି ପଞ୍ଚୟତ ସ୍ତରକୁ ଆନ୍ଦୋଳନ ଯିବ ବୋଲି ଚେତାଇ ଦେଇଛି ବିଜେଡି। ଭାଟ୍ ହ୍ରାସକୁ ବିଜେପି ସ୍ୱାଗତ କରିଥିଲେ ବି ଅଧିକ ହ୍ରାସ ପାଇ ଦାବି କରିଛି। ତେବେ ରାଜ୍ୟ ସରକାର ଚାପର ବଶବର୍ତ୍ତୀ ହୋଇ ଭାଟ୍ କମ୍ କରିଛି ବୋଲି କହିଛି ଦଳ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,"କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଐତିହାସିକ। କୌଣସି ସମୟରେ ଏକା ସାଙ୍ଗରେ ଏକ୍ସାଇଜ ଡ୍ୟୁଟିରୁ ବଡ଼ ସ୍ଲାବରୁ କଟାଯାଇନଥିଲା। କୋଭିଡ ବିରୁଦ୍ଧରେ ଲଢେଇ କାରଣରୁ କେନ୍ଦ୍ର ସରକାରଙ୍କ ଉପରେ ବହୁତ ବଡ଼ ବୋଝ ପଡ଼ିଛି। ଟିକାକରଣରେ ପାଖା ପାଖି ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାଗଣା ଚିକିତ୍ସା ସହ ଗରିବ କଲ୍ୟାଣ ଯୋଜନା ଯୋଗୁଁ କେନ୍ଦ୍ର ଉପରେ ବହୁତ ବଡ଼ ବୋଝ ଥିଲା। ଲୋକଙ୍କ ଅସୁବିଧା ଯୋଗୁଁ ଏକ୍ସାଇଜ ଡ୍ୟୁଟି କମ୍ କଲେ । ଏବେ ଓଡ଼ିଶା ସରକାର ଭାଟ୍ କମ କରିଥିବାରୁ ଧନ୍ୟବାଦ ଦେଉଛୁ। କିନ୍ତୁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଉଛନ୍ତି ଚାପର ବଶବର୍ତ୍ତୀ ହୋଇ ନ ନିଅନ୍ତୁ। ଯେତେବେଳେ ଆନ୍ଦୋଳନ ନେଇ ବିଜେଡି ଘୋଷଣା କରିଥିଲା ସେତେବେଳେ ଯଦି ଘୋଷଣା କରି ଆନ୍ଦୋଳନକୁ ଓହ୍ଲାଇ ଥାନ୍ତେ ଲୋକ ଗ୍ରହଣ କରିଥାନ୍ତେ। କିନ୍ତୁ ଯେତେବେଳେ ବିଜେପି ଶାସିତ ରାଜ୍ୟ ଭାଟ୍ କମ କଲେ ଏକ୍ସ ସାଇଜ ଡ୍ୟୁଟି କମ୍ କଲେ ବାଧ୍ୟ ହୋଇ କମ କଲେ। ତଥାପି ଧନ୍ୟବାଦ ।’’

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଉଭୟ କେନ୍ଦ୍ର ଓ ରାଜ୍ୟକୁ ଆକ୍ଷେପ କରି କହିଛନ୍ତି, "୭ ବର୍ଷ ହେଲାଣି ପେଟ୍ରୋଲ ଓ ଡିଜେଲ ଦର ସବୁ ଦିନ ବଢୁଛି । ତେବେ ହିମାଞ୍ଚଳ ପ୍ରଦେଶର ନିର୍ବାଚନ ଫଳାଫଳ ଦେଖି ବିଜେପି ସରକାର ଡରିବା ସହ ଛାନିଆ ହୋଇ ତୈଳ ଦର କମାଇଛି । ଏହା ସହ ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନ ମଧ୍ୟ ରହିଛି । ତେଣୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇ ଦେଇଛନ୍ତି । ତାହାକୁ ଦେଖି ରାଜ୍ୟ ସରକାର ମଧ୍ୟ ଭାଟ୍ କମାଇ ଦେଇଛନ୍ତି । ତେଲ ଦର ବଢ଼ାଇଲା ବେଳେ ସବୁଦିନ ବଢ଼ାଉଛନ୍ତି । କିନ୍ତୁ କମାଇଲା ବେଳେ ୫ଟଙ୍କା, ୩ ଟଙ୍କା କମାଉଛନ୍ତି । ତେଣୁ କେନ୍ଦ୍ର ସରକାର ଅତିକମରେ ୩୦ ଟଙ୍କା ଓ ରାଜ୍ୟ ସରକାର ମଧ୍ୟ ୨୫ ଟଙ୍କା କମାଇବା ଦରକାର ଥିଲା ।’’
Published by:Lipina Das
First published: