ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦର ବୃଦ୍ଧି ବିରୋଧରେ ରାଜ୍ୟ କଂଗ୍ରେସର ୧୦-ଦିନିଆ ଆନ୍ଦୋଳନ ସରିଲା; କଟାକ୍ଷ କଲା BJP

ଦର ବୃଦ୍ଧି ବିରୋଧରେ ରାଜ୍ୟ କଂଗ୍ରେସର ୧୦-ଦିନିଆ ଆନ୍ଦୋଳନ ସରିଲା; କଟାକ୍ଷ କଲା BJP

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ୍ ହରିଚନ୍ଦନ କଂଗ୍ରେସକୁ ସମାଲୋଚ଼ନା କରି କହିଛନ୍ତ ଯେ କଂଗ୍ରେସ ସରକାରରେ ଥିବା ବେଳେ ଅଏଲ୍‌ ବଣ୍ଡ୍‌ ବାବଦରେ ଯେଉଁ ଋଣ କରିଥିଲା ସେଇଥି ପାଇଁ ପାଇଁ ସେସ୍ ନିଆଯାଉଛି ଓ କଂଗ୍ରେସ ସରକାରଙ୍କ ଋଣକୁ ମୋଦି ସରକାର ଏ ପର୍ଯ୍ୟନ୍ତ ସୁଝୁଛନ୍ତି ।

ଦର ବୃଦ୍ଧି ବିରୋଧରେ ରାଜ୍ୟ କଂଗ୍ରେସର ୧୦-ଦିନିଆ ଆନ୍ଦୋଳନ ସରିଲା; କଟାକ୍ଷ କଲା BJP
ପେଟ୍ରୋଲ ପମ୍ପ ଠାରେ କଂଗ୍ରେସ କରିଥିବା ପ୍ରତିବାଦର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ବର୍ଦ୍ଧିତ ଦର ବିରୋଧରେ ରାଜ୍ୟର ବିରୋଧୀ ଦଳ କଂଗ୍ରେସ ଚଳାଇଥିବା ୧୦ ଦିନ ବ୍ୟାପି ଆନ୍ଦୋଳନ ଶନିବାର ଶେଷ ହୋଇଯାଇଛି । ଏହି ଆନ୍ଦୋଳନରେ କଂଗ୍ରେସ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା । ମାତ୍ର ବିଜେପି କଂଗ୍ରେସର ଏହି ପ୍ରତିବାଦକୁ ନେଇ ତୀବ୍ର କଟାକ୍ଷ କରିଛି ।

ଏହି ପ୍ରତିବାଦରେ ୧୦ ଦିନିଆ କାର୍ଯ୍ୟକ୍ରମ ରାଜ୍ୟ ମହିଳା କଂଗ୍ରେସ ସଭା ନେତ୍ରୀ ବନ୍ଦିତା ପରିଡ଼ାଙ୍କ ନେତୃତ୍ୱ ଭୁବନେଶ୍ବରରେ ଚାଲିଥିଲା । ରାମ ମନ୍ଦିର ଛକରେ ଥିବା ପେଟ୍ରୋଲ୍ ଟାଙ୍କି ଠାରେ ଗ୍ରାହକମାନଙ୍କର ମତାମତ ଓ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଗ୍ରାହକମାନେ ଦସ୍ତଖତ ଦେବା ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେଶବାସୀଙ୍କୁ ଭୁଆଁ ବୁଲାଇବା ବା ଠକିବାରୁ ନିବୃତ୍ତ ରୁହନ୍ତୁ ବୋଲି ଖୋଲାଖୋଲି ମତ ରଖିଥିଲେ କଂଗ୍ରେସ ନେତ୍ରୀ।

"ପ୍ରଧାନ ମନ୍ତ୍ରୀ ମହାଶୟ ଯେଉଁ ଅଚ୍ଛେ ଦିନର ସ୍ୱପ୍ନ ଦେଖାଇଥିଲେ ତାହା ବାସ୍ତବରେ କେତେ ପୂରଣ ହୋଇଛି ଲୋକେ ଆଜି ବୁଝିସାରିଲେଣି । ଉଭୟ ସରକାର ଟ୍ୟାକ୍ସ ଓ ଭାଟ୍ କମାନ୍ତୁ, ହେଲେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରନ୍ତୁ । ଆଉ ସାଧାରଣ ଲୋକଙ୍କୁ ଲୁଟନ୍ତୁ ନାହିଁ,” କହିଥିଲେ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ ।

କଂଗ୍ରେସ ପ୍ରତିବାଦ କରୁଥିବା ସମୟର ଦୃଶ୍ୟ


ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ସଭା ନେତ୍ରୀ ବନ୍ଦିତା ପରିଡ଼ାଙ୍କ ସମେତ ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ, ପୂର୍ବତନ ପି.ସି.ସି. ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜମୋହନ ପାଣିଗ୍ରାହୀ, ଏ.ଆଇ.ସି.ସି. ମହିଳା କଂଗ୍ରେସ ସମ୍ପାଦିକା ତଥା ପ୍ରଭାରୀ ନୀତା ଡି’ସୁଜା ଉପସ୍ଥିତ ଥିଲେ।

କେବଳ ରାମ ମନ୍ଦିର ନୁହେଁ, ସି.ଆର.ପି. ଛକରେ ଥିବା ପେଟ୍ରୋଲ ପମ୍ପରେ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ ନେତୃତ୍ୱରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଚନ୍ଦ୍ରଶେଖରପୁରରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ କରିବା ସହ ସରକାରଙ୍କ ହୋଡିଂ ମଧ୍ୟ ଚିରି ଦେଇଥିଲେ।

ଗ୍ରାହକମାନଙ୍କର ମତାମତ ଓ ଦସ୍ତଖତ ସଂଗ୍ରହ କରାଯାଉଥିବା ଦୃଶ୍ୟ


"ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଅପେକ୍ଷା ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର (୨୦୦୪-୨୦୧୪) ସମୟରେ ଆନ୍ତର୍ଜାତୀୟ ଅଶୌଧିତ ତୈଳ ଦର ସର୍ବାଧିକ ବ୍ୟାରେଲ୍ ପ୍ରତି ୧୪୩ ଡ଼ଲାର ଥିବା ବେଳେ ଜନସାଧାରଣ ବା ଗ୍ରାହକମାନେ ୬୩ ଟଙ୍କାରୁ ୭୩ ଟଙ୍କା ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ କିଣୁଥିଲେ । ବର୍ତ୍ତମାନ କିନ୍ତୁ ଅଶୌଧିତ ତୈଳ ଦର ସର୍ବାଧିକ ବ୍ୟାରେଲ୍ ପ୍ରତି ୪୦ ରୁ ୬୨ ଡଲାର ଥିବା ବେଳେ ତୈଳ ଦର ୧୦୦ ଟଙ୍କାରୁ ୧୧୨ ଟଙ୍କା ପ୍ରତି ଲିଟର ପିଛା ଦେଉଛନ୍ତି ଗ୍ରାହକ । ୟୁପିଏ ସରକାର ସମୟରେ ଗ୍ୟାସ୍ ଦର ୨୦୧୪ ମସିହାରେ ୪୧୪ ଟଙ୍କା ଥିବା ବେଳେ ବର୍ତ୍ତମାନ ମୋଦି ସରକାରରେ ଗ୍ୟାସ୍ ଦର ୮୭୦ ଟଙ୍କା ଛୁଇଁଲାଣି । ଯଦି ଉଭୟ ସରକାର ପେଟ୍ରୋଲ୍‌, ଡିଜେଲ, ଓ ରନ୍ଧନଗ୍ୟାସର ବର୍ଦ୍ଧିତ ଟ୍ୟାକ୍ସ ଓ ଭାଟ୍ ନ କମାନ୍ତି, ତାହା’ଲେ ମହିଳାମାନେ ଘରେ ନ’ରହି ଆଗକୁ ରାଜରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ,” ରାଜ୍ୟ ମହିଳା ସଭା ନେତ୍ରୀ ବନ୍ଦିତା ପରିଡ଼ା  ।

କଂଗ୍ରେସର ଏହି ପ୍ରତିବାଦକୁ ନେଇ କଟାକ୍ଷ କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ୍ ହରିଚନ୍ଦନ ଏହାର ସମାଲୋଚ଼ନା କରି କହିଛନ୍ତ, "ପେଟ୍ରୋଲ ଡିଜେଲରେ ଯେତେବେଳେ ଭାଟ୍ ଲାଗିବା କଥା ଆସିଲା, ସେତେବେଳେ କଂଗ୍ରେସ ଶାସିତ ରାଜ୍ୟମାନେ ଏହାକୁ ସମର୍ଥନ କରିଥିଲେ | ହେଲେ ଆଜି ଯେତେବେଳେ ଭାଟ୍ କଥା ଆସୁଛି ଓଡିଶା ସରକାର ପାଖାପାଖି ୩୬ ଟଙ୍କା ଭାଟ୍ ଓ କେନ୍ଦ୍ରୀୟ ଟିକସ ପାଉଛି | କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ଦାବି କରିଥିଲେ, ରାଜ୍ୟ ଭାଟ୍ ବାବଦରେ ଲୋକେ ଲାଭ ପାଇଥାନ୍ତେ | କଂଗ୍ରେସ ଅଏଲ ବଣ୍ଡ ବାବଦରେ ଯେଉଁ ଋଣ କରିଥିଲା, ତାହା ପାଇଁ ସେସ୍ ନିଆଯାଉଛି, ସେ ଯାହା ଋଣ କରିଛନ୍ତି ଆମେ ତାକୁ ଏ ପର୍ଯ୍ୟନ୍ତ ସୁଝୁଛୁ | ଯେଉଁ ଟଙ୍କା ଭାରତ ସରକାର ନେଉଛନ୍ତି ତାକୁ ଭାରତ ସରକାର ଗରିବ କଲ୍ୟାଣ ଯୋଜନାରେ ଲଗାଉଛନ୍ତି | ୮୦ କୋଟି ଲୋକଙ୍କୁ ଚାଉଳ, ପ୍ରଧାନ ମନ୍ତ୍ରୀ ଆବାସ, ରାସ୍ତା କାମ ଆଦି ଗରିବଙ୍କ କଲ୍ୟାଣରେ ସେହି ଟଙ୍କା ବ୍ୟବହାର କରାଯାଉଛି  | କଂଗ୍ରେସ ଶାସନ ସମୟରେ ନେତାମାନେ ନିଜର ପକେଟ୍ ଭରୁଥିଲେ, ଆଜି ବିଜେପି ସରକାର ଗରିବର ପେଟ ପୋଷୁଛି |"
Published by: Lipina Das
First published: July 18, 2021, 11:25 AM IST