News 18 Odia Digital
ଭୁବନେଶ୍ୱର; ସୁନ୍ଦରଗଡ଼ କେନ୍ଦ୍ର ସମବାୟ ସଂସ୍ଥାରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବାରୁ ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତ ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଭାଗିରଥୀ ସେଠୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଧାୟକଙ୍କୁ ଖାତିର କରୁ ନାହାଁନ୍ତି ସୋସାଇଟିରେ ନିୟୋଜିତ ଥିବା ସରକାରୀ ବାବୁ ।
ରାଜ୍ୟର ୨୭୦୬ ସୋସାଇଟିରେ ଚାଷୀ ଶୋଷଣ ହୋଇଛନ୍ତି । ବିହନ, ସାର୍ ଓ ଋଣ ଦେବା ନାମରେ ସବୁ ସୋସାଇଟିରେ ଚାଲିଛି ଅନିୟମିତତା । ସୁନ୍ଦରଗଡ଼ କେନ୍ଦ୍ର ସମବାୟ ସଂସ୍ଥା ହେଉଛି ଦୁର୍ନୀତିର ଗନ୍ତାଘର । ସେହି ସୋସାଇଟିରେ ସୁରେଶ ଚନ୍ଦ୍ର ଦାସଙ୍କ ନାମରେ ୨ କୋଟି, ଭବାନୀ ଶଙ୍କର ମାଝୀ ନାମରେ ଦେଢ଼ କୋଟି ଟଙ୍କାର ଦୁର୍ନୀତି ପ୍ରମାଣିତ ହୋଇଥିଲା । ଉଭୟ ସ୍ପେଶିଆଲ ଅଡିଟରେ ଧରା ପଡ଼ିଥିଲେ । କିନ୍ତୁ ଦଣ୍ଡ ଦିଆନଯାଇ ପୁଣି ସୁନ୍ଦରଗଡ଼ ସୋସାଇଟିକୁ ତାଙ୍କ ହାତକୁ ଟେକି ଦେବାକୁ ବିଜେଡି ଚେଷ୍ଟା କରୁଛି । ପ୍ରତାପ ଦେବ, ରାଜା ସ୍ୱାଇଁଙ୍କ ଶରଣ ପଡ଼ିଛନ୍ତି ଏହି ଦୁଇଜଣ । ବିଜେପି କୃଷକ ମୋର୍ଚ୍ଚା ଦାବିକରିଛି ସେହି ଦୁଇଜଣଙ୍କ ବିରୁଦ୍ଧରେ କ୍ରିମିନାଲ କେସ ରୁଜୁ କରାଯାଇ ଆତ୍ମସାତ କରିଥିବା ଟଙ୍କା ଆଦାୟ କରାଯାଉ ।ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତ ।
ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ବି ବାଚସ୍ପତି କଥାକୁ ଗୁରୁତ୍ବ ଦେଉ ନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ କୁସୁମ ଟେଟେ । ଏହାକୁ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି କୁସୁମ ଟେଟେ । ସୁନ୍ଦରଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ନେଇ ବିଜେପି ଅଭିଯୋଗ କରିବା ସହ ଦଳ କହିଛି" ବିଜେପି ରାଜ୍ୟରେ ଅଛି ୨୭୦୬ ପ୍ରାଥମିକ ସମବାୟ ସମିତି ଏବଂ ସମିତିର ଅଧିକାଂଶ ପିଅନ ବି କୋଟିପତି, ସୁନ୍ଦରଗଡ଼ ସମବାୟ ସମିତିର ପୂର୍ବ ସଭାପତି ଭବାନୀ ପ୍ରସାଦ ମାଝୀ ଓ ସମ୍ପାଦକ ସୁରେଶ ଚନ୍ଦ୍ର ଦାସଙ୍କଠାରୁ ଯଥାକ୍ରମେ ୧.୫୨ କୋଟି ଓ ୧.୪୮ କୋଟି ଅସୁଲ ପାଇଁ ଅଡିଟ କହିଥିବାବେଳେ ସେମାନଙ୍କୁ ମିଳୁଛି ବିଜେଡି ନେତାଙ୍କ ସୁରକ୍ଷା । ଅଭିଯୁକ୍ତମାନେ ଭୁବନେଶ୍ୱରରେ ଦୁଇ ମନ୍ତ୍ରୀ (ପ୍ରତାପ ଦେଵ ଓ ରଣେନ୍ଦ୍ର ସ୍ୱାଇଁ)ଙ୍କ ସହ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମିଳାମିଶା କରୁଥିବା ନେଇ ଅଭିଯୋଗ କରିଛି ବିଜେପି । ଚାଷୀଙ୍କ ଜମା ଟଙ୍କା ମିଳୁନଥିବା ବେଳେ ସେମାନଙ୍କୁ ଋଣ ମଧ୍ୟ ମିଳୁନାହିଁ । କେବଳ ସେତିକି ନୁହେଁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଲେ ବି ବାଚସ୍ପତି ରୁଲିଂ ଦେଉନଥିବା ଅଭିଯୋଗ କରିଛନ୍ତି ବିଧାୟିକା କୁସୁମ ଟେଟେ । ଏହା ସହ ସମବାୟ ନିର୍ବାଚନରେ ଶାସକ ଦଳ ବ୍ୟାପକ କଳ, ବଳ ଓ ଅର୍ଥ ବ୍ୟବହାର କରିଥିବା ନେଇ ମଧ୍ୟ ଯୁକ୍ତି ବାଢିଛନ୍ତି କୁସୁମ ଟେଟେ। ସରକାରୀ ଅଧିକାରୀମାନେ ଲୋକପ୍ରତିନିଧିଙ୍କୁ ବି ମାନୁ ନଥିବା ବେଳେ ବିଧାନସଭାରେ ସରକାରୀ ଦଳର କିଛି ସ୍ୱାଭିମାନୀ ବିଧାୟକ ବି ସେହି କଥା କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।