ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ କାର୍ଯ୍ୟକ୍ରମରେ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

'ସୁରଭି ୨୦୨୨' ଉତ୍ସବରେ ଭୁବନେଶ୍ୱର ବିଧାୟକ, ମେୟରଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ଏହି ଉଦ୍ୟମକୁ ପ୍ରସଂଶା କରିଥିଲେ।

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ କାର୍ଯ୍ୟକ୍ରମରେ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ କାର୍ଯ୍ୟକ୍ରମରେ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ବି ୧୪ ବର୍ଷରୁ କମ ବୟସର ପିଲା ଯେଭଳି ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଏହାକୁ ସଫଳ କରିବା ପାଇଁ କେବଳ ସରକାରୀ ସ୍ତରରେ ନୁହେଁ, ବରଂ ପ୍ରତିଟି ଅଭିଭାବକ ସହଯୋଗ କରିବା ଦରକାର। ସବୁଠାରୁ ବଡ଼ କଥା ହେଲା ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏନେଇ ସହଯୋଗ କରିବା ଉଚିତ୍।

ନିଜ ଆଖ ପାଖରେ ଏଭଳି କୌଣସି ଶିଶୁ ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ ବା ସେଭଳି କିଛି ଘଟୁଥିଲେ ସେ ନେଇ ପିଲାମାନେ ମଧ୍ୟ ସ୍କୁଲ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଅବଗତ କରାଇବା ଉଚିତ୍। ଶିଶୁ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ ୯ ସରକାରୀ ବାଳକ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ଏହା ସମୟର ସବୁଠାରୁ ବଡ଼ ଆହ୍ୱାନ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ।

ମନ୍ତ୍ରୀ କହିଥିଲେ ଯେ, ଓଡ଼ିଆ ମିଡିୟମ ସ୍କୁଲରେ ଏବେ ଶିକ୍ଷା ଦାନର ମାନ ଖୁବ୍ ଉଚ୍ଚକୋଟୀର ହେଉଛି। ଏଥିରେ ସମସ୍ତଙ୍କର ମିଳିତ ଉଦ୍ୟମ ରହିଛି। ତେବେ ଏହା କିଭଳି ଅଧିକ ଉଚ୍ଚକୋଟୀର ଓ ସମୟପଯୋଗୀ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏହି ଉଦ୍ୟମ ଦ୍ୱାରା ରାଜ୍ୟରେ କ୍ରମାଗତ ଭାବେ ଆଦୃତ ହୋଇପାରିଛି। ସେ ଆହୁରି କହିଛନ୍ତି ଯେ, କୋଭିଡ କାରଣରୁ ୨୦୨୦ ଓ ୨୦୨୧ରେ ବନ୍ଦ ରହିଥିଲା ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ 'ସୁରଭି'। ଦୁଇ ବର୍ଷ ବ୍ୟବଧାନରେ ଏଥର ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଖୁବ୍ ଉତ୍ସାହର ସହିତ ଯୋଗ ଦେଇଥିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ।

ଶିଶୁ ମହୋତ୍ସବ ସୁରଭି-୨୦୨୨ କାର୍ଯ୍ୟକ୍ରମ


ସୋମବାର ସନ୍ଧ୍ୟାରେ ଏହି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'ର ଉଦଘାଟନୀ ସମାରୋହ ଭୁବନେଶ୍ୱରସ୍ଥିତ ୟୁନିଟ ୯ ବାଳକ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିଲା। ।

ଏହି କାର୍ଯ୍ୟକ୍ରମ ଶିଶୁ ଦିବସରୁ ଆରମ୍ଭ ହୋଇ ଥିବା ବେଳେ ଏହା ଆସନ୍ତା ୧୬ ତାରିଖ ଯାଏ ଚାଲିବ। ଉତ୍ସବର ଶେଷ ଦିନରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସକାରାତ୍ମକ ପ୍ରତିଯୋଗିତା ମନୋଭାବ ଆଣିବା ପାଇଁ ଚଳିତ ଶିକ୍ଷାବର୍ଷରୁ ‘ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର’ (CM award for education) ଯୋଜନା ଆରମ୍ଭ କରାଯାଇଛି। ଏହି ପ୍ରତିଯୋଗିତା ମହୋତ୍ସବ ଜରିଆରେ ରାଜ୍ୟର ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତଥା ଶିକ୍ଷା ପରିଚାଳନାରେ ସଂମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହନ ଏବଂ ସମ୍ବର୍ଦ୍ଧନା ଦିଆଯିବ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ


ରାଜ୍ୟସ୍ତରୀୟ ଏହି କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାରେ ୨୨୦୦ ବିଦ୍ୟାର୍ଥୀ ଏବଂ ୫୦୦ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶ ବୃଦ୍ଧିରେ ଏହା ସହାୟକ ହେବା ନେଇ ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

ଉତ୍ସବରେ ଭୁବନେଶ୍ୱର ବିଧାୟକ, ମେୟରଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ଏହି ଉଦ୍ୟମକୁ ପ୍ରସଂଶା କରିଥିଲେ।
Published by:Lipina Das
First published: