Pipili Bypollରେ ମତଦାନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍

କରୋନା କଟକଣା ମଧ୍ୟରେ ଆସନ୍ତା ଅକ୍ଟୋବର ୩୦ରେ ପିପିଲି ବିଧାନସଭା ଉପନିର୍ବାଚନର ଭୋଟ ଗ୍ରହଣ ହେବ । ଇତିମଧ୍ୟରେ ସାମ୍ନାକୁ ଆସିଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍ ।

Pipili Bypollରେ ମତଦାନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍

Pipili Bypollରେ ମତଦାନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ପ୍ରେସମିଟ୍

  • News18 Odia
  • Last Updated :
  • Share this:
News18 Odia Digital

ପିପିଲି: ସୋମବାର ଶେଷ ହୋଇଛି ପିପିଲି ବିଧାନସଭା ଉପନିର୍ବାଚନ (Pipili Assembly bypoll) ପାଇଁ ପ୍ରଚାର। ଆସନ୍ତା ୩୦ ତାରିଖ ଗୁରୁବାର ଦିନ ପିପିଲି ଭୋଟ୍‌ ଗ୍ରହଣ ହେବ । ପ୍ରଚାରର ଶେଷ ଦିନରେ ପିପିଲି ବାଜି ଜିତିବାକୁ ମଇଦାନକୁ ଓହ୍ଲାଇଥିଲେ ତିନି ମୁଖ୍ୟ ଦଳର ହେଭିୱେଟ୍‌ ନେତାମାନେ । ଇତି ମଧ୍ୟରେ ପିପିଲିରେ ମତଦାନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।

ସେ ମଙ୍ଗଳବାର ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ ମାଇକ୍ରୋ ଅଭଜରଭର ନିୟୋଜିତ ହେବେ । ଏସବୁ ସମ୍ବେଦନଶୀଳ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯିବ । ଭୋଟରଙ୍କୁ ମିଳିବ ଗ୍ଲୋବ୍‌ସ ଓ ସାନିଟାଇଜର । ଗତ କାଲିଠୁ ସାଇଲେନ୍ସ ପିରିୟଡ ଆରମ୍ଭ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

ସେହିପରି ନିର୍ବାଚନ ପରିଚାଳନା ଓ ସୁରକ୍ଷା ପାଇଁ ୨,୦୦୦ ପୋଲିସ ନିୟୋଜିତ ହେବେ ।
ମୋଟ ୩୪୮ରୁ ୨୦୦ ପୋଲିଂ ପାର୍ଟି ନିର୍ବାଚନ ସ୍ଥାନକୁ ଯାଇ ସାରିଛନ୍ତି । ୩୨ଟି ମୋବାଇଲ ଭ୍ୟାନ୍ ରହିବ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ପାଇଁ ।

ପିପିଲିରେ ମତଦାନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀଙ୍କ ସୂଚନା ଅନୁଯାୟୀ, କୋଭିଡ କଟକଣା ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହେବ । ପୋଲିଂ କାର୍ଯ୍ୟରେ ୧,୪୯୦ କର୍ମଚାରୀ ନିୟୋଜିତ ହେବେ । ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି । ବୈଷୟିକ ତ୍ରୁଟି ପାଇଁ ୮ ଜଣ ଇଞ୍ଜିନିୟର ନିୟୋଜିତ ହେବେ ।

ଯଦି ପ୍ରଚାର ଶେଷ ଦିନ ବିଷୟରେ କଥା ହେବା ତାହାଲେ ପିପିଲିରେ ପ୍ରଚାର କରି ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ମୁନା ଖାଁ ଓ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କ ଭଳି ନେତାମାନେ । ରାଜ୍ୟର ବିପକ୍ଷ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ମଇଦାନକୁ ଓହ୍ଲାଇଥିଲେ ସାଂସଦ ଅପରିଜିତା ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର । କଂଗ୍ରେସ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ବିଧାୟକ ସୁରେଶ ରାଉତରାୟ ଓ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।
Published by:Lipina Das
First published: