କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବ ପାରିତ; ଶିକ୍ଷା ସହାୟକଙ୍କୁ କରାଯିବ ରେଗୁଲାର: ମୁଖ୍ୟ ଶାସନ ସଚିବ

ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବ ପାରିତ ହୋଇଛି।

୧୩ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି (ପ୍ରତୀକାତ୍ମକ ଛବି)

୧୩ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୂବନେଶ୍ୱର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୁକ୍ରବାର ବସିଥିବା କ୍ୟାବିନେଟ୍ ବୈଠକରେ ୧୩ଟି ପ୍ରସ୍ତାବ ପାରିତ ହୋଇଛି। ତେବେ ଏହି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗଣମାଧ୍ୟମକୁ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ଗଣଶିକ୍ଷା ବିଭାଗ ଅଧୀନରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ ନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ୬ ବର୍ଷ ପରେ ଶିକ୍ଷା ସହାୟକଙ୍କୁ ରେଗୁଲାର କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହାଦ୍ୱାରା ରାଜ୍ୟର ଆଦିବାସୀ ଅଞ୍ଚଳରେ ପାଠ ପଢୁଥିବା ପିଲାମାନେ ଉନ୍ନତ ଧରଣ ଶିକ୍ଷା ପାଇପାରିବେ । ତା ସହିତ ରାଜ୍ୟର ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ୍ ଶିକ୍ଷକମାନେ ମଧ୍ୟ ଏହାଦ୍ୱାରା ରେଗୁଲାର ହୋଇପାରିବେ ବୋଲି ସୂଚନା ମିଳିଛି ।

କେବଳ ସେତିକି ନୁହେଁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ର ଦୁତ୍ତା ଗାଁ ନିକଟରେ ସାନ୍ଦୁଲ ନଦୀ ଉପରେ ବ୍ଯାରେଜ ନିର୍ମାଣ ହେବ। ଏହି ବ୍ୟାରେଜର ନିର୍ମାଣ କାର୍ଯ୍ୟ ଅଢ଼େଇ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କ୍ଯାବିନେଟରେ ନିଷ୍ପତ୍ତି ନିଆଯାଇଛି । କଟକ SCBର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯାଇଛି।

ଆଜି ରାଜ୍ୟ କ୍ୟାବିନେଟରେ ଲୋକଙ୍କୁ ଉନ୍ନତ ମାନର ବିଜୁଳି ଦେବାକୁ କରାଯାଇଥିବା ପ୍ରକଳ୍ପରେ କ୍ୟାବିନେଟରେ ସ୍ଥିର ହୋଇଛି । ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ଟ୍ରାନ୍ସମିସନ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏଥିପାଇଁ ମୋଟ ୨୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ଲୋକମାନେ ଭଲ ବିଜୁଳି ପାଇପାରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଖାଲି ସେତିକି ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଡ ସବଷ୍ଟେସନ ମଧ୍ୟ ପ୍ରତିଷ୍ଠା କରାଯିବ । ଯାହା ଫଳରେ ଗ୍ରାମାଞ୍ଚଳର ଲୋକମାନେ ଭଲ ବିଦ୍ୟୁତ ପାଇପାରିବେ ।
Published by:Soumya Das
First published:
)}