ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ଅନୁମୋଦନ
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ (Cabinet meeting ) ବସିଥିଲା । ବୈଠକରେ ସମୁଦାୟ ୧୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ଯେଉଁ ଘରୋଇ କଲେଜ ଗୁଡିକୁ ସରକାରୀ ସ୍ତରରେ ଅନୁମୋଦନ ମିଳିଛି ସେହି କଲେଜ କର୍ମଚାରୀଙ୍କ ପାଇଁ ଗ୍ରାଣ୍ଟ-ଇନ ଏଡ୍ ବଢାଯାଇଛି । ତେବେ ଏହାର ସୁଫଳ ପ୍ରାୟ ୧୫ ହଜାର ୭୭୧ ଜଣ କର୍ମଚାରୀ ପାଇବେ । ଏମାନଙ୍କ ମଧ୍ୟରେ ଶିକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀ ମଧ୍ୟ ରହିଛନ୍ତି । ଏନେଇ ବର୍ଷକୁ ୨ଶହ ୯୦କୋଟିରୁ ଅଧିକ ଟଙ୍କା ରାଜ୍ୟ ସରକାର ବହନ କରିବେ । ତେବେ ସୂଚନା ମୁତାବକ ଏହା ପଛୁଆ ଭାବରେ ଗତବର୍ଷ ଅର୍ଥାତ ୨୦୨୨ ଜାନୁଆରୀ ୧ରୁ ଲାଗୁ ହେବାକୁ ଯାଉଛି ।
ସେହିପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଅନୁମୋଦନ ମିଳିଛି । ଯାଜପୁରର କୋରେଇ ଏବଂ ବରୀରେ ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ହେବ ବୋଲି ଅନୁମୋଦନ ମିଳିଛି । ଏଥିସହ ନୟାଗଡ, ମାଲକାନାଗିରି ଅଞ୍ଚଳରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । କ୍ୟାନସର ରୋଗୀଙ୍କ ରହଣୀ ପାଇଁ ୨ଏକର ସ୍ଥାନ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ଓବିସି କମିଶନରେ ସଂଶୋଧନ, ରାଜ୍ୟ ସରକାରଙ୍କ ଗୃପ୍ ବି ବିଭାଗରେ ନିଯୁକ୍ତି ଓ କାର୍ଯ୍ୟରେ ସଂଶୋଧନ ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହୋଇଛି ।
ଅଧିକ ଖବର ପଢ଼ନ୍ତୁ -
http://ଭାରତ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ; ଭାରତ ଆଗରେ ୧୦୯ ଟାର୍ଗେଟPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।