ପାଳନ ହେବ ବାଜପେୟୀଙ୍କ ୯୮ତମ ଜୟନ୍ତୀ; ଅଟଳ ସମ୍ମାନରେ ସମ୍ମାନୀତ ହେବେ ଏହି ଲୋକ

ତିନୋଟି କ୍ଷେତ୍ରରେ ଖାତ୍ୟ ଲାଭ କରିଥିବା ଵ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯିବ।

ଅଟଳ ସମ୍ମାନରେ ସମ୍ମାନୀତ ହେବେ ଏହି ଲୋକ

ଅଟଳ ସମ୍ମାନରେ ସମ୍ମାନୀତ ହେବେ ଏହି ଲୋକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ଅବସରରେ ଚଳିତ ବର୍ଷ ‘ଅଟଳ ସମ୍ମାନ-୨୦୨୨’ରେ ସମ୍ମାନୀତ ହେବେ ସମାଜସେବୀ ସଙ୍ଗଠକ, ପୂର୍ବତନ ବିଧାୟକ ଏବଂ ବନବାସୀ ଜନନେତା ପୁରୁଷୋତମ ନାଏକ।

ସେହିପରି ଗୀତିକବି, ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶଚନ୍ଦ୍ର ଦାସ ପାଇବେ ‘ଅଟଳ କବିତା ସମ୍ମାନ-୨୦୨୨’ । ବରିଷ୍ଠ ସମାଜସେବୀ, ସଙ୍ଗଠକ, ସମବାୟବିତ୍ ଏବଂ ଦୁଃଖୀ ଜନତାର ବନ୍ଧୁ ପରମେଶ୍ୱର ଦାଶ ପାଇବେ ‘ଅଟଳ ସମାଜ ସେବୀ ସମ୍ମାନ-୨୦୨୨’।

ଡିସେମ୍ବର ୨୫ରେ ସପ୍ତମ ଅଟଳ ସମ୍ମାନ କାର୍ଯ୍ୟକ୍ରମ କରିବ ବିଜେପି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜୟନ୍ତୀ ପାଳନ ହେବ। ରବିବାର ସନ୍ଧ୍ୟା ୫ଟାରେ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ। ତିନୋଟି କ୍ଷେତ୍ରରେ ଖାତ୍ୟ ଲାଭ କରିଥିବା ଵ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯିବ। ସପ୍ତମ ଅଟଳ ସମ୍ମାନ ପାଇବେ ବାଙ୍ଗିରିପୋଷିର ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ। ସମାଜ ସେବା ପାଇଁ ଯାଜପୁର ଜିଲ୍ଲାର ପରମେଶ୍ବର ଦାସଙ୍କୁ ସମ୍ମାନିତ କରାଯିବ। ବାଲେଶ୍ୱର ସୋର ଅଞ୍ଚଳର ବିଶିଷ୍ଟ ରାଷ୍ଟ୍ରବାଦୀ କବି ଯୋଗେଶ ଚନ୍ଦ୍ର ଦାସଙ୍କୁ ଅଟଳ କବିତା ସମ୍ମାନରେ ସମ୍ମାନିତ କରାଯିବ।

୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଏ।

ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମ ଦିବସ ପାଳନ ସହ ୭ମ ତମ ‘ଅଟଳ ସମ୍ମାନ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସାଂସ୍କୃତିକ ପ୍ରକୋଷ୍ଠର ଅଧ୍ୟକ୍ଷ ଗୀତିକାର ପଞ୍ଚାନନ ନାୟକ ସୂଚନା ଦେଇଛନ୍ତି।

ସମାଜସେବୀ ସଙ୍ଗଠକ, ପୂର୍ବତନ ବିଧାୟକ ଏବଂ ବନବାସୀ ଜନନେତା ପୁରୁଷୋତମ ନାଏକଙ୍କୁ ‘ଅଟଳ ସମ୍ମାନ ୨୦୨୨’ ସମ୍ମାନରେ ସମ୍ମାନୀତ କରାଯିବ। ଗୀତିକବି, ରାଷ୍ଟ୍ରବାଦୀ କବି, ବ୍ୟଙ୍ଗ ଲେଖକ ତଥା କାର୍ଟୁନିଷ୍ଟ ଯୋଗେଶଚନ୍ଦ୍ର ଦାସଙ୍କୁ ‘ଅଟଳ କବିତା ସମ୍ମାନ ୨୦୨୨’ରେ ପ୍ରଦାନ କରାଯିବା ସହ ବରିଷ୍ଠ ସମାଜସେବୀ, ସଙ୍ଗଠକ, ସମବାୟବିତ୍ ଏବଂ ଦୁଃଖୀ ଜନତାର ବନ୍ଧ ପରମେଶ୍ୱର ଦାସଙ୍କୁ ମଧ୍ୟ ‘ଅଟଳ ସମାଜସେବୀ ସମ୍ମାନ ୨୦୨୨’ରେ ସମ୍ମାନୀତ କରାଯିବ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ସୂଚନାରେ କୁହାଯାଇଛି। ଏହି ଅବସରରେ ଓଡ଼ିଶା ଚଳଚିତ୍ର ଜଗତର ଚର୍ଚ୍ଚିତ ଚେହେରା ଅଶ୍ରୁମୋଚନ ମହାନ୍ତି, ସାଂସ୍କୃତିକ ପ୍ରକୋଷ୍ଠର ସହ ସଂଯୋଜକ ଅର୍ଚ୍ଚନା ପଲାଇ, ସଞ୍ଜୀବ ମିଶ୍ର ଉପସ୍ଥିତ ରହିବେ।
Published by:Lipina Das
First published: