କେନ୍ଦ୍ର ଟିକସ ଛାଡ଼ କରିଥିବା ବେଳେ ରାଜ୍ୟ ସରକାର ବି କରନ୍ତୁ କହିଲା ରାଜ୍ୟ BJP
News18 Odia Digital
ସମ୍ବଲପୁର: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ହ୍ରାସ କରିଥିବାରୁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯ ଟଙ୍କା ୫୦ ପଇସା ଓ ଡିଜେଲ ମୂଲ୍ୟ ୭ ଟଙ୍କା କମ କରାଯିବା ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ୍ କରି ଶନିବାରେ ସୂଚନା ଦେଇଥିଲେ। ଏହା ସହ ରନ୍ଧନ ଗ୍ୟାସ ସିଲିଣ୍ଡାର ପିଛା ୨୦୦ ଟଙ୍କା ରହାତି ଘୋଷଣା କରିଥିଲେ। ବର୍ଷକୁ ୧୨ଟି ସିଲିଣ୍ଡର ଲାଗି ସେମାନଙ୍କୁ ଏହି ସୁବିଧା ମିଳିବ।
କେନ୍ଦ୍ରର ଏହି ଘୋଷଣା ପରେ ଓଡ଼ିଶରେ ପେଟ୍ରୋଲ ଦାମ ୧୦ ଟଙ୍କା ୨୩ ପଇସା ଓ ଡିଜେଲ ଦାମ ୭ ଟଙ୍କା ୩୭ ପଇସା ହ୍ରାସ ହୋଇଛି। ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୯୯ ପଇସାକୁ ଖସି ଆସିଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୪ ଟଙ୍କା ୯୯ ପଇସା କୁ ଖସି ଆସିଛି।
କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିଥିବାରୁ ରାଜ୍ୟ ସରକାର ଟ୍ୟାକ୍ସ କମାନ୍ତୁ ବୋଲି ସମ୍ବଲପୁରରେ ଏକ ସମ୍ବାଦିକ ସମ୍ମଳନୀରେ ବିଜେପି ପକ୍ଷରୁ କୁହଯାଇଛି। ରାଜ୍ୟରେ ବିଜେଡି ସରକାର ପକ୍ଷରୁ ବିଭିନ୍ନ ସମୟରେ ପେଟ୍ରୋଲ ପମ୍ପ ଗୁଡିକରେ ତୈଳ ଦର ବୃଦ୍ଧି ନେଇ ଆନ୍ଦୋଳନ କରାଯାଉ ଥିଲା।
କେନ୍ଦ୍ର ଟିକସ ଛାଡ଼ କରିଥିବାବେଳ ରାଜ୍ୟର ବିଜେଡି ସରକାର ମଧ୍ୟ ଟିକସ କମାଇ ମୂଲ୍ୟ ହ୍ରାସ କରୁ ବୋଲି ବିଜେପି ତରଫରୁ ଦାବି କରାଯାଇଛି। ଯଦି ଏବେ ରାଜ୍ୟ ସରକାର ତେଲ ଓ ଗ୍ୟାସର ମୂଲ୍ୟ ହ୍ରାସ କରନ୍ତି ତା ହେଲେ ଖାଉଟିମାନେ ଏହା ଦ୍ବାରା ଲାଭବାନ ହୋଇ ପାରିବ। ଏହା ସହ ଖାଉଟିମାନେ ଆହୁରି କମ ମୂଲ୍ୟରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ପାଇ ପାରିବେ ବୋଲି ବିଜେପି ପକ୍ଷରୁ କୁହା ଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ହ୍ରାସ କରାଯାବା ସହ ରନ୍ଧନ ଗ୍ୟାସରେ ଯେଉଁ ରିହାତି ପ୍ରାଦନ କରିବେ ଏହି ପଦକ୍ଷେପକୁ ଆମେ ସ୍ବାଗତ କରିବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ। ଏହା ଦ୍ବାରା ଖାଉଟିମାନେ ଲାଭବାନ ହୋଇ ପାରିବେ ବୋଲି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ କହିଛନ୍ତି।‘
କେନ୍ଦ୍ର ସରକାରଙ୍କ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ। ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଉତ୍ପାଦନ ଶୁକ୍ଳ କମ କରିଥିବାରୁ ରାଜ୍ୟର ବିଜେଡି ସରକାର ମଧ୍ୟ ଟ୍ୟାକ୍ସ କମ କରନ୍ତୁ ବୋଲି ରେଙ୍ଗାଳି ବିଧାୟକ ନାଉରୀ ନାୟକ କହିଛନ୍ତି।
ଏହି ସମ୍ବାଦିକ ସମ୍ମଳନୀରେ ବିଜେପି ରେଙ୍ଗାଳି ବିଧାୟକ ନାଉରୀ ନାୟକ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲଙ୍କ ସମେତ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।