News18 Odia Digital
ଭୁବନେଶ୍ବର: ୨୦୨୪ ପାଇଁ ବିଜେପି ହେଉଛି ସଜବାଜ। ବିଗ୍ ବ୍ୟାଟେଲ୍ ବିଗ ଫାଇଟ। ଯାହାକୁ ନେଇ ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିବା ସୁନୀଲ ବଂଶଲ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରଣନୀତି ପ୍ରସ୍ତୁତ କରିଛନ୍ତି। ୟୁପି ଫତେ କରିବା ପରେ ବଂଶଲଙ୍କ ଆଗାମୀ ଟାର୍ଗେଟ ଓଡ଼ିଶା।
ସୁନୀଲ ଏନେଇ ଦଳୀୟ ନେତାଙ୍କୁ ଦେଇଛନ୍ତି ପଞ୍ଚସୁତ୍ରୀ ଫର୍ମୁଲା। ଏପରିକି ଓଡ଼ିଶାରେ ୟୁପି ଫର୍ମୁଲା ଲାଗୁ କରିବା ନେଇ ବଂଶଲ କରିଛନ୍ତି ବ୍ଲୁ ପିଣ୍ଟ।
ବିଜେପି ଟାର୍ଗେଟରେ ଓଡ଼ିଶା। ୨୦୨୪ରେ ଓଡ଼ିଶା ଦଖଲ ପାଇଁ ବିଜେପିର ମାଷ୍ଟର ପ୍ଲାନ। ମିଶନ ୧୨୦ ପାଇଁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ଯାହାର ମଙ୍ଗ ଧରିଛନ୍ତି ନୂଆ କରି ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିବା ସୁନୀଲ ବଂଶଲ।
ୟୁପି ଫତେ କରିବା ପରେ ବଂଶଲଙ୍କ ଆଗାମୀ ଟାର୍ଗେଟ ଓଡ଼ିଶା। ଏନେଇ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବଂଶଲ। ଏହି ଅଵସରରେ ସୋମବାର ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀଙ୍କ ସହ ବୈଠକରେ ଦଳର ତୁଙ୍ଗ ନେତାଙ୍କ ସହ କରିଛନ୍ତି ଆଲୋଚନା।
ବିଜେପି ରାଜ୍ୟ ସଭାପତି, ସାଧାରଣ ସମ୍ପାଦକଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ରିପୋର୍ଟ ନେଇଛନ୍ତି। ତା ସହ ଅମିତ ଶାହ ଓଡ଼ିଶା ଗସ୍ତ କାଳରେ ଦଳୀୟ ନେତାଙ୍କୁ ଦେଇଥିବା ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି ତାହା ବୁଝିଛନ୍ତି। ତେବେ ଦଳ କିଭଳି ୨୦୨୪ରେ କ୍ଷମତାକୁ ଆସିବ ସେଥିପାଇଁ ବଂଶଲ ପଞ୍ଚସୁତ୍ରୀ ଫର୍ମୁଲା ମଧ୍ୟ ଦେଇଛନ୍ତି।
ସୁନୀଲ ବଂଶଲଙ୍କ ପଞ୍ଚସୁତ୍ରୀ ଫର୍ମୁଲା ଗୁଡ଼ିକ ହେଲା
୧- ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ।
୨- ବୁଥ ସ୍ତରକୁ ଯାଇ ସଙ୍ଗଠନକୁ ମଜବୁତ କରିବେ ଦଳୀୟ କର୍ମୀ।
୩- ମୋଦି ସରକାରଙ୍କ ସଫଳତାକୁ ଲୋକଙ୍କୁ ଜଣାଇବେ ଦଳୀୟ ନେତା।
୪- ଦଳର ବିଶୃଙ୍ଖଳାକାରୀ ବିରୋଧରେ ହେବ ଆକ୍ସନ।
୫- ଓଡ଼ିଶାରେ ୟୁପି ଫର୍ମୁଲା।
ସୁନୀଲ ବଂଶଲ ରାଜ୍ୟ ପ୍ରଭାରୀ ଦାୟିତ୍ବ ନେବା ପରେ ବିଜେପିରେ ବଡ଼ ଧରଣର ପତିବର୍ତ୍ତନ ଆସିବ ବୋଲି ଦଳୀୟ ନେତା ଆଶା ରଖିଛିନ୍ତି। ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ନବୀନ ବାବୁଙ୍କୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି ବିଜେପି।
ଆକ୍ସନ ମୋଡ଼ରେ ବିଜେପି। ପଞ୍ଚାୟତ ଓ ପୌର ଭୋଟରେ ବଜେପି ମାଟି କାମୁଡିବା ପରେ। ଦଳର କେନ୍ଦ୍ରୀୟ ନେତାଙ୍କ ଫୋକସରେ ଓଡିଶା। ତେବେ ଏନେଇ ବଂଶଲଙ୍କ ଷ୍ଟାଟେଜି ଟିକେ ଅଲଗା। ତାକୁ ନେଇ ଓଡ଼ିଶାରେ ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି ବିଜେପିର ନୂଆ ପ୍ରଭାରୀ।
ସୋମବାର ବସିଥିବା ବୈଠକରେ ରାଜ୍ୟ ସଭାପତି, ସାଧରଣ ସମ୍ପାଦକ ଓ ପଦାଧିରୀଙ୍କ କରିଛନ୍ତି ଆଲୋଚନା। ମଙ୍ଗଳବାର ଦଳର ବିଧାୟକ, ସାଂସଦ ଓ ବିଭିନ୍ନ ମୋର୍ଚ୍ଚା ପଦାଧିକାରୀଙ୍କ ସହ ସିଧାସଳଖ କରିବେ ୱାନ ଟୁ ୱାନ। ୨୦୨୪ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ।
ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ବିରୋଧରେ ଖୁବ୍ ଶୀଘ୍ର ରାଜ୍ୟବ୍ୟାପି ବଡ଼ ଧରଣର ଆନ୍ଦୋଳନ କରିବ ବିଜେପି। ଓଡ଼ିଶାରେ ୟୁପି ଫର୍ମୁଲା ଲାଗୁ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନୂଆ ପ୍ରଭାରୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।