ମେକ ଇନ ଓଡ଼ିଶା ପାଇଁ ମୁମ୍ବାଇରେ ଅଛନ୍ତି CM ନବୀନ; ଓଡ଼ିଶାରେ ଟାର୍ଗେଟ କରୁଛନ୍ତି ବିରୋଧୀ

ମେକ ଇନ ଓଡ଼ିଶା ପାଇଁ ମାୟାନଗରୀ ମୁମ୍ବାଇରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇନଭେଷ୍ଟରମିଟ୍ ସହ ବଜାଇଲେ ଷ୍ଚକ୍ ମାର୍କେଟ ବେଲ୍। ପୂର୍ବ ଟ୍ରାକ ରେକର୍ଡକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ। ଟ୍ବିଟ କରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ନେତା।

CM ନବୀନଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ

CM ନବୀନଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ପ୍ରଥମେ ଦୁବାଇ, ପରେ ଦିଲ୍ଲୀ ଆଉ ଏବେ ମୁମ୍ବାଇ। ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ରେ ଭାଗ ନେବା ଲାଗି, ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିବେଶକ ସମ୍ମୀଳନୀ ଜରିଆରେ ଆମନ୍ତ୍ରଣ କରିଛନ୍ତି।

ଯେଉଁଥିରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରା ଓ ୱାରେ ଇଞ୍ଜିନିୟର୍ସ ଲିମିଟେଡ୍‌ର ଅଧ୍ୟକ୍ଷ ହିତେଶ ଦୋଷୀ, ଜେମ୍‌ ବକ୍ସି ଗ୍ରୁପ୍‌ର ଏମ୍‌ଡି ଧ୍ରୁବ କୋଟାକ ଭଳି ଶିଳ୍ପ ଜଗତର ୩୦୦ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଯାହାକୁ ଶିଳ୍ପ ବିକାଶର ନୂଆ ଅଧ୍ୟ୍ୟାୟ ବୋଲି କହିଛି ବିଜେଡି।

ସେପଟେ ଏହି ସବୁ ନିବେଶକାରୀମାନେ ଏମ୍‌ଓୟୁ ସ୍ବାକ୍ଷର କରିବା ପରେ ପ୍ରକଳ୍ପ କରିପାରିବେ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ। କାରଣ ଓଡ଼ିଶାରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ପାଇଁ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ପକ୍ଷରୁ ‘ବ୍ୟବସାୟ ସଂସ୍କାର ଯୋଜନା-୨୦୨୨’ ରେ ଯେଉଁ ସବୁ ସଂସ୍କାର ଆଣିବାକୁ କୁହାଯାଇଥିଲା ତାହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ରାଜ୍ୟ ସରକାର ସଫଳ ହୋଇପାରିନାହାଁନ୍ତି।

ରାଜ୍ୟ ସରକାରଙ୍କ ୧୪ଟି ବିଭାଗ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ପାଇଁ ୨୭୬ଟି ସଂସ୍କାର ଆଣିଥିବା କହୁଥିଲେ ହିଁ କେବଳ ୧୭୪ଟିକୁ କାର୍ଯ୍ୟକ୍ଷମ କରିପାରିଛନ୍ତି। ବିଡମ୍ବନାର ବିଷୟ ଏଥିରୁ ଅଧିକାଂଶ ପୁରୁଣା ସଂସ୍କାରକୁ କାର୍ଯ୍ୟକ୍ଷମ କରିବାର ପ୍ରମାଣ ଦେଇଛନ୍ତି ରାଜ୍ୟ ସରକାର। ତେବେ ମେକ ଇନ୍ ଓଡ଼ିଶା କେବଳ ପ୍ରହସନ ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ।

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଟ୍ବିଟ କରି କହିଛନ୍ତି, ‘‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ‘ନିବେଶକ ସମ୍ମିଳନୀ’ ନାଁରେ ଦେଶ ବିଦେଶକୁ ଯାତ୍ରା କରିବା ନୂଆ କଥା ନୁହେଁ। ଯେଉଁ ବ୍ୟକ୍ତିବିଶେଷଙ୍କୁ ଭେଟି ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁରୁଣା ମୁହଁ, ଯାହାଙ୍କ ସହ ମୁଖ୍ୟମନ୍ତ୍ରୀ ପୂର୍ବରୁ ବହୁତ ବାର ଫଟୋ ଉଠାଇଛନ୍ତି। ପୂର୍ବରୁ ଯେଉଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ହୋଇଛି, ସେହି କନକ୍ଲେଭରୁ ଯେଉଁ ସବୁ ପ୍ରତିଶ୍ରୁତି ମିଳିଥିଲା, ସେହି ପ୍ରତିଶ୍ରୁତିର ବିଶ୍ଲେଷଣ ରାଜ୍ୟ ସରକାର କରିଛନ୍ତି କି? ଓଡ଼ିଶାର ଜନସାଧାରଣମାନଙ୍କୁ ଏ ବିଷୟରେ ଯାହା ଜଣାନ୍ତି, ତାହା ପ୍ରେସବାର୍ତ୍ତା ମାଧ୍ୟମରେ ମିଛ ଲେଖି ଓଡ଼ିଶାବାସୀଙ୍କୁ ଭକୁଆ ବନାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ମୁଖ୍ୟ ଆନନ୍ଦ ମହିନ୍ଦ୍ରାଙ୍କୁ ଭେଟି ଖୁସିବ୍ୟକ୍ତ କରିଛନ୍ତି। ଏହି ସାକ୍ଷାତ କାଳରେ ମୁଖ୍ୟମନ୍ତ୍ରୀ ଆନନ୍ଦ ମହିନ୍ଦ୍ରାଙ୍କୁ ଓଡ଼ିଶାରେ ମହିନ୍ଦ୍ରା କମ୍ପାନୀ ଦ୍ୱାରା ଏକ ଇଲେକ୍ଟ୍ରିକ୍ ଗାଡ଼ି ତିଆରି କାରଖାନା ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଇଥିବେ ବୋଲି ଆମେ ଭାବୁଛୁ। ଯଦି ଦେଇ ନ ଥିବେ ତା’ ହାଲେ ଆଉ ଥରେ ପ୍ରସ୍ତାବ ଦେଇ ତାଙ୍କୁ ରାଜି କରାଇଲେ ଓଡ଼ିଶାର ଯୁବ ସମାଜ ଉପକୃତ ହେବେ ବୋଲି ଆଶା ରଖୁଛୁ।’’

ଅନ୍ୟପଟେ ସରକାରଙ୍କ ପୂର୍ବ ଟ୍ରାକ ରେକର୍ଡ ବି ରାଜ୍ୟକୁ ନିବେଶକଙ୍କ ଆଗମନ ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ୨ଟି ସଂସ୍କରଣରେ ଆସିଥିବା ମୋଟ ୨୮୬ଟି ଆଗ୍ରହ ପ୍ରସ୍ତାବ ମଧ୍ୟରୁ ୧୬୪ଟି ପ୍ରସ୍ତାବକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଥିବା ବେଳେ ସେଥିରୁ ମାତ୍ର ୧୬ଟି ବୃହତ ଶିଳ୍ପ ସ୍ଥାପନ ହୋଇ ଆଂଶିକ ତଥା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଆଉ ଏଥିରେ କୌଣସି ବି ବିଦେଶୀ ପୁଞ୍ଜିନେବଶକାରୀ ସଂସ୍ଥା ନାହାଁନ୍ତି ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।

ସେହିପରି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ୫ ହଜାର ୬୭୫ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବା ବେଳେ କେବଳ ୫ ହଜାର ୮୭୮ଟି ନିଯୁକ୍ତି ସୃଷ୍ଟିର ଆକଳନ କରାଯାଇଛି। ଏହା ବ୍ୟତୀତ ସବୁଠୁ ସାଙ୍ଘାତିକ କଥା ହେଉଛି ଶିଳ୍ପସଂସ୍ଥା ଲାଗି ଦିଆଯାଇଥିବା ସରକାରୀ ଜମିକୁ ବନ୍ଧକ ରଖି ଅନେକ ଶିଳ୍ପସଂସ୍ଥା ଋଣ ନେଇ ଯାଇଥିବା ବି ସାମ୍ନାକୁ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି।
Published by:Lipina Das
First published: