୨୦୨୪ ନିର୍ବାଚନ ପାଇଁ ଏବେଠୁ ଫାଇଟ୍ ମୁଡରେ ବିଜେପି ଓ ବିଜେଡି

ଓଡ଼ିଶାରେ ସରକାର କରିବ ବିଜେପି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ଏଭଳି ଆକଳନ ରାଜ୍ୟ ନେତୃତ୍ବକୁ ସଞ୍ଜିବନୀ ଦେଇଥିବା ବେଳେ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି।

୨୦୨୪ ନିର୍ବାଚନ ପାଇଁ ଏବେଠୁ  ଫାଇଟ୍ ମୁଡରେ ବିଜେପି ଓ ବିଜେଡି

୨୦୨୪ ନିର୍ବାଚନ ପାଇଁ ଏବେଠୁ ଫାଇଟ୍ ମୁଡରେ ବିଜେପି ଓ ବିଜେଡି

  • News18 Odia
  • Last Updated :
  • Bhubaneswar | Odisha (Orissa)
  • Share this:
News18 Odia Digital

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ନିର୍ବାଚନକୁ ଦେଢ଼ ବର୍ଷ ଭଳି ସମୟ ଥିବା ବେଳେ ଏବେଠୁ ଅଣ୍ଟା ଭିଡ଼ିଲେନି ତିନି ପ୍ରମୁଖ ଦଳ। ଏପରିକି ଆଗୁଆ ନିର୍ବାଚନ ନେଇ ବି ସଙ୍କେତ ଦେଇଛନ୍ତି ବିଜେପି ବରିଷ୍ଠ ନେତା ମନମୋହନ ସାମଲ। ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜନୀତିକ ଉଷ୍ମତା ବି ବାରି ହୋଇ ପଡ଼ିଲାଣି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ଓ ବିଜେଡି। ଉଭୟ ଦଳର ନେତାଙ୍କ ପୋଷ୍ଟର ବ୍ୟାନର ଛାଇ ଯାଇଥିବା ବେଳେ କଟକ କାର୍ଯ୍ୟକ୍ରମରେ ନିଜ ନେତାଙ୍କୁ ସ୍ଵାଗତ ପାଇଁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିଲେ ଦୁଇ ଦଳ ବିଜେପି ଓ ବିଜେଡ଼ି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସମୟରେ ଦଳୀୟ ପଦାଧିକାରୀଙ୍କ ସହ ଆଲୋଚନା କରି ଗୁରୁମନ୍ତ୍ର ଦେଇଛନ୍ତି। ଅଧିକ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି। ଦିନିକିଆ ଓଡ଼ିଶା ଗସ୍ତ ସମୟରେ ଦଳୀୟ ନେତୃତ୍ଵଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରୟାସ କରିଛନ୍ତି ଅମିତ ଶହ। ଦଳୀୟ କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କୁ ମନ୍ତ୍ର ଫୁଙ୍କିଥିବା ବେଳେ ମୋଦି@୨୦ ବୁକ୍ ରିଡ଼ିଂ କାର୍ଯ୍ୟକ୍ରମରେ ଅଧିକ ଉତ୍ସାହ ଭରିଥିଲେ।

କର୍ଣାଟକ, ମହାରାଷ୍ଟ୍ର ପରି ରାଜ୍ୟରେ ବିଜେପି ସରକାର ଗଢ଼ିଥିବା ବେଳେ ଆଗାମୀ ଦିନରେ ଓଡ଼ିଶାରେ ବି ବିଜେପି ସରକାର ଗଢ଼ିବ ବୋଲି ଶାହ କହିଛନ୍ତି। ଶାହଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ନେତାଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହଛନ୍ତି, "ଓଡ଼ିଶାରେ ନିଶ୍ଚିତ ଭାବରେ ବିଜେପି ସରକାର ଗଢ଼ିବ। ଏକଥା ମୁଁ କହୁନି। ଆମର କେନ୍ଦ୍ରୀୟ ନେତା ଅମିତ ଶାହ କହିଛନ୍ତି। ଏବେ ୧୮ଟି ରାଜ୍ୟରେ ବିଜେପି ସରକାର ଅଛି। ଆଗକୁ ଓଡ଼ିଶାରେ ମଧ୍ୟ ବିଜେପି ସରକାର ହେବ। ସୋମବାର ଦଳୀୟ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାରର ବିଚାର ବିମର୍ଶ ହୋଇଛି।’’

ସେ କହିଛନ୍ତି ବୁଥକୁ ଯାଅ। ଲୋକଙ୍କ ପାଖକୁ ଯାଅ। ଆମର ଯେଉଁ ପଥ ପ୍ରଦର୍ଶକ ଅଛନ୍ତି ତାଙ୍କ ନିର୍ଦ୍ଦେଶକୁ ଆଧାର କରି ଆମେ କାମ କରିବୁ। ସେ ଆହୁରି କହିଛନ୍ତି, "ବିଜେଡି ସରକାରରେ ଥିଲେ ବି ଆଗାମୀ ନିର୍ବାଚନ ଅଧିକ ସିଟ ଜିତିବାକୁ ଦଳ ଯୋଜନା କରିଛି। ସଙ୍ଗଠନକୁ ଅଧିକ ମଜବୁତ୍ କରିବାକୁ ଦଳ ରଣନୀତି କରିଛି।’’
ଏହାରି ଭିତରେ ମୁଖ୍ୟମନ୍ତ୍ରୀ ୧୨ ତାରିଖ ଦିନ ମୟୂରଭଞ୍ଜ ଗସ୍ତ କରିବେ ବୋଲି ସୂଚନା ମିଳିଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ସେଠାରୁ ୪୯ଟି ଜିଲ୍ଲା ପରିଷଦ ଜିତିଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନ ସାଂସଦ ସହ ୬ ବିଧାୟକ ଜିତିବାରେ ସକ୍ଷମ ହୋଇଥିଲା ଦଳ। କିନ୍ତୁ ବିଜେଡିର ରଣନୀତି ଯୋଗୁଁ ଚଳିତ ପଞ୍ଚାୟତ ନିର୍ବାଚନର ବିଜେପି ସେଠାରେ ମାଟି କାମୁଡ଼ିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଦ୍ରୌପଦୀ ମୁର୍ମୁଙ୍କୁ ସର୍ବୋଚ୍ଚ ଆସନରେ ବସାଇ ବିଜେପି ପୂର୍ବ ଭାରତ ସହ ଓଡ଼ିଶାକୁ ଫୋକସ କରିଥିବା ରାଜନୈତିକ ସମୀକ୍ଷକ ଚର୍ଚ୍ଚା କରୁଛନ୍ତି।

ଏତିକି ବେଳେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅନେକ ଗୁରୁତ୍ଵ ରଖୁଛି। ଏହା ସମ୍ପୂର୍ଣ ସରକାରୀ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ଵ ରଖୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ ୨୦୨୪ ପାଇଁ ମୂଳଦୁଆ ବୋଲି ଚର୍ଚ୍ଚା ହେଉଛି।
Published by:Lipina Das
First published: