News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ଅଟନ୍ତି ତେବେ ବ୍ୟାଙ୍କରୁ ବର୍ତ୍ତମାନ ଆପଣଙ୍କୁ ଅନେକ ସୁବିଧା ଆପଣଙ୍କୁ ଘରେ ଯୋଗାଇ ଦିଆଯିବ । ଅର୍ଥାତ ଏହି ସମସ୍ତ କାର୍ଯ୍ୟ ପାଇଁ ଆପଣଙ୍କୁ ବ୍ୟାଙ୍କକୁ ଯିବାର ଆବଶ୍ୟକତା ନାହିଁ । ଷ୍ଟେଟ ବ୍ୟାଙ୍କ (SBI) ଦ୍ୱାରା ଗ୍ରାହକଙ୍କୁ ଡୋରଷ୍ଟେପ ବ୍ୟାଙ୍କିଙ୍ଗ ଯୋଗାଇ ଦିଆଯାଉଛି । ଏହି ସୁବିଧାରେ ଅଣ ଆର୍ଥିକ ସେବା ଯେପରିକି ଚେକ ଉଠାଇବା, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡର, ଆକାଉଣ୍ଟ ଷ୍ଟେଟମେଣ୍ଟ ଅନୁରୋଧ, ଟର୍ମ ଜମା ରସିଦ ଇତ୍ୟାଦି ବ୍ୟାଙ୍କରୁ ଘରେ ପହଞ୍ଚାଯାଇଥାଏ । ଏହି ବ୍ୟାଙ୍କିଙ୍ଗର ବିଶେଷତା ବିଷୟରେ ଜାଣନ୍ତୁ-
ଏସବିଆଇ ସୂଚନା ଦେଇଛି
ଏସବିଆଇର ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଗ୍ରାହକଙ୍କୁ ବ୍ୟାଙ୍କ ତରଫରୁ ଘରେ ନଗଦ ପିକଅପ୍, ନଗଦ ବିତରଣ, ଚେକ୍ ରସିଦ, ଚେକ୍ ରିସିଭେସନ୍, ଲାଇଫ୍ ସାର୍ଟିଫିକେଟ୍ ପିକଅପ୍, KYC ଡକ୍ୟୁମେଣ୍ଟ ପିକଅପ୍, ଡ୍ରାଫ୍ଟ ବିତରଣ, ଫର୍ମ ୧୫ ର ପିକଅପ୍ ପରି ଅନେକ ସୁବିଧା ମିଳିବ ।
ଏହା ବି ପଢ଼ନ୍ତୁ | ମାହାଙ୍ଗା BJP ନେତା ହତ୍ୟା: ଏତାଲାରେ ଆଇନ୍ ମନ୍ତ୍ରୀଙ୍କ ନାଁ; ୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ
କେତେ ଟଙ୍କା ଅର୍ଡର କରିପାରିବି କ୍ୟାସ?
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ବନିମ୍ନ ସୀମା ୧୦୦୦ ଟଙ୍କା ଓ ସର୍ବାଧିକ ସୀମା ୨୦,୦୦୦ ଟଙ୍କା ରହିଛି । ନଗଦ ପ୍ରତ୍ୟାହାର ପାଇଁ ଅନୁରୋଧ ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ବାଲାନ୍ସ ରହିବା ବାଧ୍ୟତାମୂଳକ ଅଟେ । ଯଦି ଏହା କରା ନ ଯାଏ ତେବେ କାରବାର ବାତିଲ ହୋଇଯିବ ।
ଏହା ବି ପଢ଼ନ୍ତୁ | ଯାଜପୁର: ଔଷଧ ଦୋକାନୀ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ର ପିଅନ୍
ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା କ’ଣ?
ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ମାଧ୍ୟମରେ ଗ୍ରାହକମାନେ ଚେକ୍ ଜମା କରିବା, ଟଙ୍କା ଉଠାଇ ପାରିବେ ଓ ଜମା କରିପାରିବେ, ଜୀବନ ପ୍ରମାଣପତ୍ର ନେବା ଭଳି ଅନେକ ସୁବିଧା ସୁଯୋଗ ନେଇପାରିବେ । ଏହି ସେବା ୭୦ ବର୍ଷରୁ ଅଧିକ ବୟସ୍କ, ଭିନ୍ନକ୍ଷମ ଓ ଦୃଷ୍ଟିହୀନ ଲୋକଙ୍କୁ ନିଜ ଘରେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ସାହାଯ୍ୟ କରିବ । ଡୋରଷ୍ଟେପ୍ ଅଧୀନରେ ଜଣେ ବ୍ୟାଙ୍କ କର୍ମଚାରୀ ଆପଣଙ୍କ ଘରକୁ ଆସି ଆପଣଙ୍କ କାଗଜ ନେଇ ବ୍ୟାଙ୍କରେ ଜମା କରିବେ ।
ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା
କେଉଁ ଗ୍ରାହକମାନେ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗର ଲାଭ ପାଇବେ ନାହିଁ-
>> ଜଏଣ୍ଟ ଆକାଉଣ୍ଟ୍ ଥିବା ଗ୍ରାହକ
>> ଛୋଟ ଆକାଉଣ୍ଟ୍ ଅର୍ଥାତ୍ ମାଇନର ଆକାଉଣ୍ଟ
>> ଅଣ-ବ୍ୟକ୍ତିଗତ ପ୍ରକୃତି ଆକାଉଣ୍ଟ
କିପରି ନେଇପାରିବେ ଏହି ସୁବିଧାର ଲାଭ
ବ୍ୟାଙ୍କର ମୋବାଇଲ୍ ଆପ୍ଲିକେସନ୍ ୱେବସାଇଟ୍ କିମ୍ବା କଲ୍ ସେଣ୍ଟର ମାଧ୍ୟମରେ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଜଣେ ପଞ୍ଜୀକୃତ କରିପାରିବ । ଏହା ବ୍ୟତୀତ ଟୋଲ୍ ଫ୍ରି ନମ୍ବର ୧୮୦୦୧୧୧୧୦୩ ରେ କାର୍ଯ୍ୟ ଦିନ ସକାଳ ୯ ଟାରୁ ୪ ଟା ମଧ୍ୟରେ କଲ କରାଯାଇପାରିବ । SBI ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ବିଷୟରେ ଅଧିକ ବିବରଣୀ ପାଇଁ ଗ୍ରାହକମାନେ https://bank.sbi/dsb ଭିଜିଟ କରିପାରିବେ ନଚେତ ଗ୍ରାହକ ନିଜ ହୋମ ବ୍ରାଞ୍ଚ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।