News18 Odia Digital
ଭୁବନେଶ୍ୱର: ରାଜଧାନୀର ଶିଶୁପାଳଗଡ଼ ଅଞ୍ଚଳରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମକୁ ଲୁଟିନେଲେ ଦୃବୁର୍ତ୍ତ । ସୋମବାର ବିଳମ୍ବିତ ରାତିରେ ଦୃବୁର୍ତ୍ତ ମାନେ ସମ୍ପୂର୍ଣ୍ଣ ଏଟିଏମକୁ ଉଠାଇ ନେଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ଧଉଳି ଥାନା ପୋଲିସ ଓ ବ୍ୟାଙ୍କ କତ୍ତୃପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଭୁବନେଶ୍ୱର ଉପକଣ୍ଠରୁ ସିଧାସଳଖ ଏଟିଏମ୍ ମେସିନ ଲୁଟ୍ କରିଛନ୍ତି ଲୁଟେରା। ଶିଶୁପାଳଗଡ଼ ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍ରୁ ଏପରି ଲୁଟ୍ ହୋଇଛି। ଦୃବୁର୍ତ୍ତମାନେ ଏଟିଏମକୁ ଘୋଷାଡ଼ି ଘୋଷାଡ଼ି କିଛି ବାଟ ନେଇଥିବା ଅନୁମାନ କରାଯାଉଛି। ଏଟିଏମ ମେସିନର ଆନୁମାନିକ ଓଜନ ୩ କୁଇଣ୍ଟାଲ ଓ ପ୍ରାୟ ୨୩ଲକ୍ଷ ଟଙ୍କା ଥିବାରୁ କିପରି ଏପରି ଲୁଟ୍ ହେଲା ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସିସିଟିଭିରେ ଲୁଟ ବେଳକ ଦୃଶ୍ଯ
"ରାତି ପ୍ରାୟ ୨ଟା ସମୟରେ ଦୃବୁର୍ତ୍ତ ଲୁଟିଛନ୍ତି । ୩ଜଣ ଲୁଟେରା ଆସିଥିବା ନେଇ ସିସିଟିଭିରେ ଚିତ୍ର କଏଦ ହୋଇଛି । ଲୁଟେରା ମାନେ ଏଟିଏମରେ ପଶିବା ପରେ ପ୍ରଥମେ ଭିତରେ ଥିବା ସିସିଟିଭିର ତାରକୁ କାଟିଥିଲେ। ପରେ ବାହାରେ ଥିବା ଏଟିଏମକୁ ଭାଙ୍ଗିଥିଲେ। ଗ୍ୟାସ କଟର ସାହାଯ୍ୟରେ କାଟିବା ଅସଫଳ ହେବାପରେ ସମ୍ପୂର୍ଣ୍ଣ ଏଟିଏମକୁ ଉଠାଇ ନେଇଥିଲେ । ଏଟିଏମ ଓଜନ ପ୍ରାୟ ୩ କୁଇଣ୍ଟାଲ ହୋଇଥିବା ବେଳେ ଏଟିଏମରେ ୨୩ ଲକ୍ଷ ଟଙ୍କା ଥିବା ସନ୍ଦେହ କରାଯାଉଛି," କହିଛନ୍ତି ବ୍ୟାଙ୍କ କତ୍ତୃପକ୍ଷ ।
ଖବର ପାଇ ଘଟଣା ସ୍ଥଳରେ ଧଉଳି ଥାନା ପୋଲିସ ଓ ବ୍ୟାଙ୍କ କତ୍ତୃପକ୍ଷ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଖପାଖରେ ଲାଗିଥିବା ସିସିଟିଭିକୁ ପୋଲିସ ଯାଞ୍ଚ କରୁଛି । ଏଟିଏମ ନେବାବେକେ ଦୃବୁର୍ତ୍ତ ମାନେ ଘୋଷାଡରି ଘୋଷାରି ନେଇଥିବା ଦେଖିବାକୁ ମିଳିଛି । ହେଲେ ଦୃବୁର୍ତ୍ତମାନେ ଏଟିଏମକୁ ନେଇ କେଉଁ ଆଡ଼କୁ ପଳାଇଛନ୍ତି ତାହା ଜଣା ପଡ଼ିନି ।
"ଆମେ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛୁ । ବ୍ୟାଙ୍କ କତ୍ତୃପକ୍ଷ, ସିକ୍ୟୁରୁଟି ସଂସ୍ଥା ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରାଯାଇଛି। ବିଭିନ୍ନ ସ୍ଥାନର ସିସିଟିଭିକୁ ଯାଞ୍ଚ ଜରାଯାଇଚି । ଏକ ଅଟୋ ଓ ବାଇକରେ ଆସି ଦୃବୁର୍ତ୍ତମାନେ ଲୁଟ କରି ପୁରୀ ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି," କହିଛନ୍ତି ଭୁବନେଶ୍ୱର ଜୋନ-୨ ଏସିପି ଅନିରୁଦ୍ଧ ରାଉତରାୟ ।
ସୂଚନାଯୋଗ୍ୟ, ରାଜଧାନୀରୁ ଏଟିଏମରୁ ଟଙ୍କା ଲୁଟ ଘଟଣା ନୂଆ ନୁହେଁ । ପୂର୍ବରୁ ପଟିଆ ନିକଟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ, ନୟାପଲି, ପୁରୁଣା ଭୁବନେଶ୍ୱର ଆଦି ଅଞ୍ଚଳ ଏଟିଏମ ଭାଙ୍ଗି ଟଙ୍କା ଲୁଟିଛନ୍ତି ଦୃବୁର୍ତ୍ତ। ହେଲେ ପ୍ରଥମଥର ପାଇଁ ଅଭିନବ ଉପାୟରେ ଏଟିଏମ କୁ ଉଠାଇ ନେବା ପ୍ରଥମ ଘଟଣା ଦେଖିବାକୁ ମିଳିଛି।