News 18 Odia Digital
ପୁରୀ; ଓଡ଼ିଶା ରାଜ୍ୟ ଅମିନ ସଂଘର ସମ୍ମିଳନୀ ଅନ୍ନପୂର୍ଣ୍ଣା ଥିଏଟରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର କର୍ମକର୍ତ୍ତାମାନେ ସରକାରଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଗ୍ରେଡ୍ ପେ ୧୮୦୦ ଟଙ୍କାରୁ ୨୮୦୦ ଟଙ୍କାକୁ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ କରି ଅମିନରୁ ଭୂନୀରିକ୍ଷକ ରଖିବା, ଅମିନଙ୍କୁ ଜବକାର୍ଡ ପ୍ରଦାନ ଜବକାର୍ଡ ମୁତାବକ କାର୍ଯ୍ୟ ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା +୨ରୁ +୩କୁ ବୃଦ୍ଧି କରିବା, ଠିକା ବ୍ୟବସ୍ଥାର ଉଚ୍ଛେଦ ଓ ୬ ବର୍ଷକୁ ଚାକିରି କାର୍ଯ୍ୟକାଳରେ ସାମିଲ୍ କରିବା ନେଇ ଦାବି କରାଯାଇଛି ।

ସଂଘର ସଭାପତି ମନୋଜ କୁମାର ଦାସ ଓ କାର୍ଯ୍ୟକାରୀ ସମ୍ପାଦକ ପଙ୍କଜ କୁମାର ନାୟକ କହିଛନ୍ତି, ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଆଶ୍ୱାସନା ଦେଇ ପ୍ରତାରଣା କରି ଆସୁଛନ୍ତି । ନଭେମ୍ବର ୧ ତାରିଖ ସୁଦ୍ଧା ଦାବି ପୂରଣ ନକଲେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।