News18 Odia Digital
କଟକ: ମକର ସଂକ୍ରାନ୍ତିରେ ଘଟିଲା ବଡ଼ ଅଘଟଣ। ବଡ଼ମ୍ବା ସିଂହନାଥ ପୀଠକୁ ପ୍ରସିଦ୍ଧ ମକର ମେଳା ଦେଖିବାକୁ ଯାଇଥିବା ବେଳେ ଟି- ବ୍ରିଜ ଉପରେ ଦଳାଚକଟା ଘଟଣା ସାମ୍ନାକୁ ଆସିଛି।
ଏଥିରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ହୋଇଛନ୍ତି। ଶନିବାର ମକର ସଂକ୍ରାନ୍ତି ଥିବାରୁ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। କିଛି ମହିଳା ଶ୍ରଦ୍ଧାଳୁ ଗହଳି ଯୋଗୁ ଅଚେତ ହୋଇପଡ଼ିଥିଲେ। ଅସମ୍ଭାଳ ଭିଡ଼ ଯୋଗୁ ଏହି ଅଘଟଣ ଘଟିଛି।
ମୃତକ ଜଣକ ହେଲେ ୫୦ ବର୍ଷୀୟା ଅଞ୍ଜନା ସ୍ୱାଇଁ। ଏନେଇ ବଡ଼ମ୍ବା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି। କିଛି ଲୋକ ଦଳାଚକଟାରୁ ନିଜକୁ ବଞ୍ଚାଇବା ପାଇଁ ପୋଲ ତଳକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ମହାନଦୀ ଉପରେ କିଛି ମାସ ତଳେ ଟି-ବ୍ରିଜ ଲୋକାର୍ପିତ ହୋଇଥିଲା। ମହାନଦୀ ସେତୁରୁ ସିଂହନାଥ ପୀଠକୁ ଟି-ବ୍ରିଜ ସଂଯୋଗ କରିଥାଏ। ମକର ମେଳା ପାଇଁ ସିଂହନାଥ ପୀଠରେ ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁ ଦଳାଚକଟା ହୋଇଥିବା ନେଇ ସୂଚନା ମିଳିଛି।
ଏ ଖବର ବି ପଢ଼ନ୍ତୁhttps://odia.news18.com/news/odisha/pradhan-mantri-garib-kalyan-yojna-is-a-historic-decision-sameer-mohanty-tv-4srm-130123-srm-dbb-147979.htmlବ୍ରିଜ ଉପରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତ ଶ୍ରଦ୍ଧାଳୁଙ୍କୁ ବାଙ୍କୀ, ବୈଦେଶ୍ୱର, ଗୋପୀନାଥପୁର ଓ ବଡ଼ମ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଶ୍ରଦ୍ଧାଳୁଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ମହାନଦୀ ଉପରେ ନିର୍ମିତ ଟି-ବ୍ରିଜ ଉପରେ ଏହି ଅଘଟଣ ପରେ ଘଟଣାସ୍ଥଳରେ ବୈଦେଶ୍ବର ଆଇଆଇସି, ଆଠଗଡ଼ ଏସଡିପିଓ ପହଞ୍ଚିଥିଲେ। ଏସଡିପିଓଙ୍କ ସମେତ ୩ ପ୍ଲାଟୁନ ଫୋର୍ସ ମୁତୟନ ମଧ୍ୟ ହୋଇଛି। ଘଟଣାସ୍ଥଳରେ ଆଠଗଡ଼ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି। ବାଙ୍କୀ ଉପଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ଆହତଙ୍କ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ସେହିପରି ବଡ଼ମ୍ବା ସିଂହନାଥ ପୀଠରେ ଦଳ ଚକଟା ଘଟଣାରେ କଟକ ସ୍ଥାନାନ୍ତର ହେଉଥିବା ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ବଡ଼ ମେଡିକାଲର ସମ୍ପୁର୍ଣ୍ଣ ପ୍ରସ୍ତତ ରହିଛି। ସର୍ଜରୀ, ଅର୍ଥପେଡିକ ଓ ନ୍ୟୁରୋସର୍ଜରୀ ବିଭାଗ ଆଲର୍ଟ ଅଛନ୍ତି।ଅତ୍ୟନ୍ତ ଗୁରୁତରଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖାଯାଇଛି। ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।