ଭୁବନେଶ୍ୱରରେ ଯୁବତୀଙ୍କୁ କମେଣ୍ଟ୍ ମାରି SSB ଯୱାନ୍ ନିର୍ଧୁମ୍‌ ଛେଚ଼ା ଖାଇଲେ, ତା’ପରେ ନିଲମ୍ବିତ ହେଲେ

ସେ କମେଣ୍ଟ ମାରିବା ପରେ ଯୁବତୀ ଦୁଇ ଜଣ ତାଙ୍କୁ ଧରି ପକାଇ ତାଙ୍କ ଉପରେ ଚ଼ଟକଣି ଓ ଗୋଇଠାର ବର୍ଷା ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକେ ବି ତାଙ୍କୁ ମାଡ଼ ମାରିବା ପାଇଁ ବଢ଼େଇଥିଲେ ସହଯୋଗର ହାତଗୋଡ଼ ।

ଭୁବନେଶ୍ୱରରେ ଯୁବତୀଙ୍କୁ କମେଣ୍ଟ୍ ମାରି SSB ଯୱାନ୍ ନିର୍ଧୁମ୍‌ ଛେଚ଼ା ଖାଇଲେ, ତା’ପରେ ନିଲମ୍ବିତ ହେଲେ
ଅଭଦ୍ର ଯୱାନଙ୍କୁ ଛେଚ଼ାଯାଉଥିବାର ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: February 17, 2020, 2:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୀମା ସୁରକ୍ଷା ବଳ (SSB) ର ଜଣେ ଯୱାନ୍‌ ରାଜଧାନୀ ଭୁବନେଶ୍ୱରର ଏକ ରାସ୍ତାରେ ଦୁଇ ଜଣ ଯୁବତୀଙ୍କୁ କମେଣ୍ଟ୍‌ ମାରିବା ପରେ ସେହି ଯୁବତୀ ଦ୍ୱୟ ଓ ସ୍ଥାନୀୟ ଲୋକଙ୍କ ଠାରୁ ଭୀଷଣ ମାଡ଼ ଖାଇଛନ୍ତି । ଘଟଣାର ଭିଡିଓ କ୍ଲିପ୍‌ ସୋସଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଯୱାନଙ୍କୁ ଏସ୍‌.ଏସ୍‌.ବି. କର୍ତ୍ତୃପକ୍ଷ ଚ଼ାକିରିରୁ ନିଲମ୍ବିତ କରିଛନ୍ତି ।

ଘଟଣା ଘଟିଛି କଳ୍ପନା ଛକ ନିକଟରେ । ରବିବାର ଅପରାହ୍ଣ ପାଖାପାଖି ୨ଟା ବେଳେ ଦୁଇ ଜଣ ଯୁବତୀ ରାଜମହଲ ଛକରୁ କଳ୍ପନା ଛକ ଆଡ଼େ ଯାଉଥିଲେ । ଅଭିଯୋଗ ଅନୁସାରେ କଳ୍ପନା ଭେଣ୍ଡିଂ ଜୋନ୍‌ ନିକଟରେ ଏସଏସବି ଯୱାନ ପ୍ରମୋଦ ବେହେରା ଯୁବତୀ ଦୁଇ ଜଣଙ୍କୁ ଅଟକାଇ କମେଣ୍ଟ କରିଥିଲେ । ବାସ୍ ଏତିକିରେ ଆରମ୍ଭ ହୋଇଯାଇଥିଲା ଯୁବତୀଙ୍କ ମାଡ଼ । ଚ଼ଟକଣି, ଗୋଇଠା ଓ ଲାତ ସହିତ ଆଉ କିଛି ବାକି ନ ଥିଲା । ସ୍ଥାନୀୟ ଲୋକେ ବି ତାଙ୍କୁ ମାଡ଼ ମାରିବା ପାଇଁ ବଢ଼େଇଥିଲେ ସହଯୋଗର ହାତଗୋଡ଼ ।

ଏହି ସମଗ୍ର ଘଟଣା ଘଟୁଥିବା ବେଳେ ସେଠାରେ ଜମିଥିବା ଭିଡ଼ ମୋବାଇଲ୍‌ ଫୋନରେ ତା’ର ଭିଡିଓ ସୁଟିଂ କରୁଥିଲେ । ସେହି ଭିଡିଓ ଆଗାମୀ କିଛି ମିନିଟ୍‌ ମଧ୍ୟରେ ସୋସଲ୍‌ ମିଡିଆରେ ଭାଇରାଲ ହୋଇଥିଲା । ପ୍ରମୋଦ ବେହେରାଙ୍କୁ ଧରି ପାଖାପାଖି ଦଶ ମିନିଟ୍‌ ନିର୍ଧୁମ ଛେଚ଼ିବା ପରେ କ୍ୟାପିଟାଲ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଲୋକେ ।

ସମ୍ପୃକ୍ତ ଯୱାନ ଜଣକଙ୍କ ଘର ଗଞ୍ଜାମର ଗୋଳନ୍ଥରାରେ ବୋଲି ଜଣା ପଡ଼ିଛି । ଭୁବନେଶ୍ବରରରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏସ୍‌.ଏସ୍‌.ବି.ରେ ଜଣେ ଯବାନ ଭାବେ ଚାକିରି କରନ୍ତି । ଦିନ ଦ୍ବିପ୍ରହରେ ସେ କରିଥିବା ନିନ୍ଦନୀୟ ଆଚ଼ରଣ ଓ ତା’ର ଭିଡିଓ କ୍ଲିପରେ ଘୁରିବୁଲୁଥିବା ଫଳକୁ ଦେଖିବା ପରେ ସଶସ୍ତ୍ର ସୀମାବଳର କମାଣ୍ଡାଣ୍ଟ ତାଙ୍କୁ ନିଲମ୍ବନ କରିଥିବା ଜଣା ପଡ଼ିଛି ।
First published: February 17, 2020, 2:01 AM IST