ସୃଷ୍ଟି ନଙ୍ଗାଲିଆ(ପ୍ରତୀକାତ୍ମକ ଛବି)
News 18 Odia Digital
ଭୂବନେଶ୍ବର: ଶିକ୍ଷକତାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ (ଓଜେଇଇ) ଟପ୍ପର ହୋଇଛନ୍ତି ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ । ସେ କହିଛନ୍ତି ଯେ ମୁଁ ସ୍ୱତନ୍ତ୍ର ପ୍ରସ୍ତୁତି କରୁନଥିଲି, ଯେତେବେଳେ ମୁଁ ଦେଖିଲି ପ୍ରଥମ ଅଛି ମୋର ବିଶ୍ବାସ ହେଲା ନାହିଁ । ମୁଁ ବାରମ୍ବାର ଦେଖିଲି । ଦିନକୁ ମାତ୍ର 2 ରୁ 4 ଘଣ୍ଟା ପରିଶ୍ରମ କରୁଥିଲି କାରଣ ମତେ ସମୟ ନଥିଲା । ଯେହେତୁ ମୁଁ ଶିକ୍ଷକତା କରୁଛି ବୋଲି କହିଛନ୍ତି ସୃଷ୍ଟି । ପିଲ୍ଲାଙ୍କ ଡାଉଟ୍ କ୍ଲିୟର କରୁ କରୁ ଅଜାଣତରେ ହେଇଗଲା ପ୍ରସ୍ତୁତି, ଯାହା ମତେ ସାହାଯ୍ଯ କଲା ଭଲ ପ୍ରଦର୍ଶନ କରିବାରେ ବୋଲି ସେ କହିଛନ୍ତି । ଶିକ୍ଷକତା କରିବାରେ ତାଙ୍କର ଲକ୍ଷ୍ୟ ଅଛି ନେଇ ସୃଷ୍ଟି ପ୍ରତିକ୍ରିୟା ରଖିଛନ୍ତି ।
ଚଳିତ ବର୍ଷ ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ । ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି ।
ଚଳିତବର୍ଷ ଏମ୍ସିଏ/ଏସ୍ଏସ୍ସି(କମ୍ପ୍ୟୁଟର ସାଇନ୍ସ), ଏମ୍.ଟେକ୍, ଏମ୍.ଆର୍କିଟେକ୍, ଏମ୍.ପ୍ଲାନ, ଏମ୍.ଫାର୍ମା, ବି.କାଟ୍, ଏମ୍ବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଲାଟେରାଲ ଏଣ୍ଟ୍ରି(ବିଏସ୍ସି), ବି. କାଟ୍(ଫିଲ୍ମ ଏଡିଟିଂ), ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ଲାଟେରାଲ ଏଣ୍ଟ୍ରି ଟେକ୍ନୋଲୋଜି(ଡିପ୍ଲୋମା) ଓ ବି.ଫାର୍ମା ବିଷୟ ଲାଗି ୫୮ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।