ଗବେଷଣା ପାଇଁ ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କର ପରିବାରବର୍ଗ

ହଜିଯାଇଛି ତାଙ୍କ ଆତ୍ମା କିନ୍ତୁ ଅନ୍ୟମାନଙ୍କ ହୃଦୟକୁ ଜିତିଯାଇଛନ୍ତି । ଓଡ଼ିଶା-ମୋ ପରିବାର ସଂଯୋଜନାରେ ଶରୀରଦାନ କରି ପରିବାରବର୍ଗ ସମାଜ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ।

ଗବେଷଣା ପାଇଁ ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କର ପରିବାରବର୍ଗ

ଗବେଷଣା ପାଇଁ ଶରୀର ଦାନ କରି ପ୍ରେରଣା ସାଜିଲେ ଶ୍ରୀନିବାସଙ୍କର ପରିବାରବର୍ଗ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଜୀବନ ଯୁଦ୍ଧରେ ହାରିଯାଇ ସବୁଦିନ ପାଇଁ ଚିରନିଦ୍ରାରେ ଶୋଇଯାଇଛନ୍ତି, ହେଲେ ମୃତ୍ୟୁ ପରେ ମେଡ଼ିକାଲ ରିସର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଶରୀର ଦାନ କରି ସମସ୍ତଙ୍କ ଆଖିରେ ଅଲିଭା ଛବି ଆଙ୍କିଦେଇଛନ୍ତି ସେ । ହଜିଯାଇଛି ତାଙ୍କ ଆତ୍ମା କିନ୍ତୁ ଅନ୍ୟମାନଙ୍କ ହୃଦୟକୁ ଜିତିଯାଇଛନ୍ତି । ଓଡ଼ିଶା-ମୋ ପରିବାର ସଂଯୋଜନାରେ ଶରୀରଦାନ କରି ପରିବାରବର୍ଗ ସମାଜ ପାଇଁ ପ୍ରେରଣା ପାଲଟିଯାଇଛନ୍ତି ।  ସେ ଆଉ କେହି ନୁହେଁ, ଖୋର୍ଦ୍ଧା ଜିଲ୍ଲା ପାତ୍ରପଡ଼ା ଅଞ୍ଚଳର ଜଣେ ୬୪ ବର୍ଷିୟ ବୃଦ୍ଧ ଶ୍ରୀନିବାଶ ମିଶ୍ର ।



ଗତ କିଛି ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ ସ୍ଵାଇଁ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ପ୍ରାୟ ୮ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାରବର୍ଗ ତାଙ୍କୁ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଦୁର୍ଭାଗ୍ୟବଶତଃ, ଆଜି ସକାଳେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାରବର୍ଗ ତାଙ୍କ ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ସମାଜ ଆଖିରେ ତାଙ୍କ ସ୍ମୃତିକୁ ବଞ୍ଚାଇ ରଖିବା ପାଇଁ ଗବେଷଣା ନିମନ୍ତେ ଶ୍ରୀନିବାସଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଓଡ଼ିଶା-ମୋ ପରିବାର ପକ୍ଷରୁ ଅଙ୍ଗଦାନ ଅଭିଯାନ ସମ୍ପର୍କରେ ଖବର ପାଇବା ପରେ ପରିବାରବର୍ଗ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶଙ୍କୁ ଯୋଗାଯୋଗ କରିଥିଲେ ।

ଓଡ଼ିଶା-ମୋ ପରିବାର ପକ୍ଷରୁ ଏମ୍ସ ହସ୍ପିଟାଲ ସହିତ ସମନ୍ଵୟ ରକ୍ଷା କରାଯାଇ ଶ୍ରୀନିବାସଙ୍କର ଶରୀର ଗବେଷଣା ନିମନ୍ତେ ଦାନ କରାଯାଇଥିଲା । ଏ ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସୋମନାଥ ସ୍ଵାଇଁ ସଂଯୋଜନା କରିଥିଲେ। ସେପଟେ ସେବା ଓ ସମର୍ପଣର ଶକ୍ତ ସେତୁ ଓଡ଼ିଶା-ମୋ ପରିବାର ସର୍ବଦା ସାମାଜିକ ଦାୟିତ୍ଵବୋଧକୁ ସୁଚାରୁରୂପେ ତୁଲାଇଆସିଛି । ଯେତେବେଳେ କୌଣସି ଅଚିହ୍ନା, ଅଜଣା ଶବ ଅସହାୟ ଭାବେ ପଡ଼ିଥାଏ, ସେତେବେଳେ ଓଡ଼ିଶା-ମୋ ପରିବାର ତାକୁ ପ୍ରାଧାନ୍ୟ ଦେଇ ସସମ୍ମାନେ ଅନ୍ତିମ ସଂସ୍କାର କରିଥାଏ । ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ, ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ଦୃଷ୍ଟି ଗୋଚର ହେବା ପରେ  ସଂଗଠନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।

ଘଟଣାଟି ଏପରି, ବାରଙ୍ଗ ପୁରୁଣା ଷ୍ଟେସନ ନିକଟ ଏକ ଅଧ ନିର୍ମିତ ଘରେ ଜଣେ ଯୁବକଙ୍କର ମୃତଦେହ ଦେଖିବାକୁ ମିଳିଥିଲା । ବାରଙ୍ଗ ବଜାରରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ଏ ନେଇ କେହି ସୁରାକ ପାଇନଥିଲେ। ମୃତଦେହ ବାରଙ୍ଗ, ନନ୍ଦନକାନନ ଓ ରେଳବାଇ ଫାଣ୍ଡି ମଧ୍ୟରେ ସୀମା ବିବାଦ କାରଣରୁ ପାଖାପାଖି ୮ ଘଣ୍ଟା କାଳ ସେମିତି ପଡ଼ିରହିଥିଲା। ସ୍ଥାନୀୟ ପୋଲିସ୍ ସମସ୍ତ ତଦନ୍ତ କରିସାରିବା ପରେ ଏହି ଅଚିହ୍ନା ଶବକୁ ସତ୍କାର ପାଇଁ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ସାମନ୍ତରାୟ ସଙ୍ଗେ ସଙ୍ଗେ ଏହି ବିଷୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ । ପରେ ଅରୁପ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ପୋଲିସ୍ ଦ୍ୱାରା ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ନିଜେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।
Published by:Soubhagya Mishra
First published: