ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ। ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଉକ୍ତ ଦୁଇ ପିଟିସନ ଦାୟର ହୋଇଛି।

 ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

ସୁପ୍ରିମକୋର୍ଟ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ। ଜଷ୍ଟିସ ବି.ଆର୍‌. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ ଏହାର ଶୁଣାଣି ହେବ। ପୁରୀ ମନ୍ଦିର ଚତୁଃପାର୍ଶ୍ବରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ବାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ବତନ୍ତ୍ର ଲିଭ ପିଟିସନ୍‌ (ଏସଏଲପି) ଉପରେ ଏହି ଶୁଣାଣି ହେବ।

ଓଡ଼ିଶା ହାଇକୋର୍ଟଙ୍କ ମେ ୯, ୨୦୨୨ ଆଦେଶ ବିରୋଧରେ ଉକ୍ତ ଦୁଇ ପିଟିସନ ଦାୟର ହୋଇଛି। ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ କରାଯାଉଥିବା ଦୁଇ ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି। ଏହି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଏଥିରେ ପ୍ରାର୍ଥନା କରାଯାଇଛି।

ଓଡ଼ିଶା ହାଇକୋର୍ଟଙ୍କ ଗତ ମେ’ ୯ ତାରିଖ ଆଦେଶକୁ ବିରୋଧ କରି ଦା‌ଖଲ କରାଯାଇଥିବା ଦୁଇଟି ଅଲଗା ଅଲଗା ଏସ୍ଏଲପିର ଶୁଣାଣି କେବେ ହେବ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ ହୋଇଛି। ଖଣ୍ଡପୀଠ ଆମିକସ୍‌ କ୍ୟୁରି ଓ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଆବେଦନର ନକଲ ପ୍ରଦାନ କରିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Published by:Soumya Das
First published: