ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଜେ.ଟି.ପି. କର୍ମୀ ନିଲମ୍ବିତ ହେଲେ

ଭିତରକାଠ ନିକଟରେ ଦୁଇ ଜେ.ଟି.ପି. କର୍ମୀଙ୍କ ମଧ୍ୟରେ ଡ୍ୟୁଟି ସମୟରେ ସାମାନ୍ୟ ବଚସାରୁ ଘଟିଥିଲା ହିଂସାକାଣ୍ଡ । ଭିତରକାଠ ନିକଟରେ ରକ୍ତ ଛିଟା ପଡି଼ବାରୁ ମହାପ୍ରଭୁଙ୍କର ବଡ଼ମହାସ୍ନାନ ହୋଇଥିଲା । ଫଳରେ ଦେଢ଼ ଘଣ୍ଟା ନୀତି ବିଳମ୍ବ ହୋଇଥିଲା ।

ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଜେ.ଟି.ପି. କର୍ମୀ ନିଲମ୍ବିତ ହେଲେ
ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଜେ.ଟି.ପି. କର୍ମୀ ନିଲମ୍ବିତ ହେଲେ
  • News18 Odia
  • Last Updated: April 24, 2021, 11:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଏପ୍ରିଲ୍‌ ୧୮ ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମ୍ମୁଖରେ କାଠ ଫାଳିଆରେ ମାଡ଼ ମରାମରି ହେବା ପରେ ରକ୍ତ ପଡି଼ବାରୁ ବଡ଼ମହାସ୍ନାନ ନୀତି ହୋଇଥିଲା । ଏହାକୁ ନେଇ ନୀତି ବିଳମ୍ବ ହେବାରୁ ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍‌ କୁମାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ ଆଦେଶ ଦେଇଥିଲେ । ଘଟଣାର ତଦନ୍ତ କରି ଶ୍ରୀମନ୍ଦିରର ସୁରକ୍ଷା ପ୍ରଶାସକ କାଠ ଫାଳିଆରେ ସହକର୍ମୀ ଜେଟିପି କର୍ମୀ (ବରକନ୍ଦାଜ) ମନୋଜ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ତାଙ୍କ ସହକର୍ମୀ ଗଙ୍ଗାଧର ପ୍ରଧାନଙ୍କୁ ସର୍ଭିସ ନିୟମ ଅନୁସାରେ ନିଲମ୍ବିତ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଏମିତି କହିବୁ ଦୁଇ ଚାପୁଡ଼ ଖାଇବୁ’: ଅକ୍ସିଜେନ୍ ଅଭାବରୁ ହତାଶ ବ୍ୟକ୍ତିକୁ କହିଲେ କେନ୍ଦ୍ର ମନ୍ତ୍ରୀ

ଶ୍ରୀମନ୍ଦିର ଭିତରେ ଘଟିଥିବା ଏହି ଅଭାବନୀୟ ଘଟଣାରେ ଜେଟିପି କର୍ମୀ ମନୋଜ ପାଣିଗ୍ରାହୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ଭାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଆଦେଶ କ୍ରମେ ନୀତି ପ୍ରଶାସକ ସୁରକ୍ଷା ପ୍ରଶାସକଙ୍କୁ ଦେଇଥିଲେ । ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ୧୮ ତାରିଖ ଦିନ ପ୍ରାୟ ୧.୫୦ ମିନିଟ୍‌ ସମୟରେ ଶ୍ରୀମନ୍ଦିର ଭିତରେ ଘଟିଥିଲା ଏହି ଅଭାବନୀୟ ଘଟଣା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଭାଉଜ ପଞ୍ଚମ ଥର ମାହୋଇପାରିଲେନି ବୋଲି ଭଉଣୀ ଗର୍ଭବତୀ ହେଲେ, ଭାଇର ପିଲାକୁ ଜନ୍ମ ଦେଲେ

ଭିତରକାଠ ନିକଟରେ ଦୁଇ ଜେଟିପି କର୍ମୀଙ୍କ ମଧ୍ୟରେ ଡ୍ୟୁଟି ସମୟରେ ସାମାନ୍ୟ ବଚସାରୁ ଘଟିଥିଲା ହିଂସାକାଣ୍ଡ । ଜେଟିପି କର୍ମୀ ଗଙ୍ଗାଧର ପ୍ରଧାନ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ସହକର୍ମୀ ମନୋଜ ପାଣିଗ୍ରାହୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ । ଫଳରେ ତାଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା ଓ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ସଦର ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ୍ କୁମାର


‘‘ଏହି ହିଂସାକାଣ୍ଡ ଫଳରେ ଭିତରକାଠ ନିକଟରେ ରକ୍ତ ଛିଟା ପଡି଼ଥିଲା । ସେଥି ପାଇଁ ମହାପ୍ରଭୁଙ୍କର ବଡ଼ମହାସ୍ନାନ ହୋଇଥିଲା । ଫଳରେ ଦେଢ଼ ଘଣ୍ଟା ନୀତି ବିଳମ୍ବ ହୋଇଥିଲା । ଏହାକୁ ଗୁରୁତ୍ୱର ସହ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ୨୦ ତାରିଖ ଦିନ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମୋତେ ଦାୟିତ୍ୱ ଦେଇଥିଲେ,’’ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ ସ୍ୱପ୍ନରଞ୍ଜନ ମହାପାତ୍ର ।

ଏହା ବି ପଢ଼ନ୍ତୁ | Reliance କମ୍ପାନୀ ଅକ୍ସିଜେନ୍ ଉତ୍ପାଦନ ବଢ଼ାଇଲା; କରୋନା ପ୍ରଭାବିତ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଉଛି

ଏହି ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ୍‌ କୁମାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ‘‘ପ୍ରଥମ ଥର ଓଡି଼ଶା ସର୍ଭିସ ରୁଲ୍‌ ଅନୁସାରେ ଦଣ୍ଡବିଧାନ କରାଯାଇଛି । ଓଡି଼ଶା ସିଭିଲ ସର୍ଭିସ ରୁଲ୍, ୧୯୬୨ର ରୁଲ୍‌ ୧୨ ସବ୍‌-ରୁଲ୍ (୧)(କ) ଅନୁସାରେ କାଠ ଫାଳିଆରେ ମାଡ଼ ମାରିଥିବା ବରକନ୍ଦାଜ ଆକ୍ରମଣକାରୀ ଗଙ୍ଗାଧର ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଓଡି଼ଶା ସିଭିଲ ସର୍ଭିସ ରୁଲ୍ ୧୯୬୨ର ରୁଲ ୧୫ ଅନୁସାରେ ଉଭୟ ଅଭିଯୁକ୍ତ ଗଙ୍ଗାଧର ପ୍ରଧାନ ଓ ପୀଡ଼ିତ ମନୋଜ ପାଣିଗ୍ରାହୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି ସେ,’’ କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।



ଶ୍ରୀମନ୍ଦିର ଭିତରେ ହିଂସାକାଣ୍ଡରେ ଜଡି଼ତ ହେବା ସହ ନୀତିରେ ବିଳମ୍ବ କରାଇବା ଜଣେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ଅକ୍ଷମଣୀୟ କାର୍ଯ୍ୟ ବୋଲି କହିଛନ୍ତି ଡଃ କ୍ରୀଷନ୍‌ କୁମାର । ‘‘ପ୍ରାଥମିକ ପର୍ଯ୍ୟାୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପରେ ଚାର୍ଜ ଟ୍ରାଫ୍ଟ ହେବ । ତା’ ପରେ ମାମଲାରେ ଜବାବ ଦାଖଲ କରାଯିବ । ଶେଷରେ ଶୁଣାଣି କରି ଦଣ୍ଡ ବିଧାନ କରାଯିବ । ହେଲେ ଶୁଣାଣି ନ ସରିବା ପର୍ଯ୍ୟନ୍ତ ସେମାନଙ୍କ ନିଲମ୍ବନ ଆଦେଶ ବଳବତ୍ତର ରହିବ,’’ ସେ କହିଛନ୍ତି ।
Published by: Anand ST Das
First published: April 24, 2021, 11:50 PM IST