News18 Odia Digital
ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ରାଜ।ମନ୍ଦିରର ବିଭିନ୍ନ ସ୍ଥାନରେ ବହୁ ମାତ୍ରାରେ ମୂଷା ଦେଖିବାକୁ ମିଳୁଛି। ମୂଷା ଅସରପାଙ୍କ ପ୍ରାଦୁର୍ଭାବ ଯୋଗୁଁ ଶ୍ରୀଅଙ୍ଗ ଶୃଙ୍ଗାରରା ଅସୁବିଧା ହେଉଛି ବୋଲି କହିଛନ୍ତି ସେବାୟତ।
ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବଡ଼ ଛୋଟ ମୂଷା ନିଜର ରାଜୁତି କରୁଛନ୍ତି। ସେବାୟତମାନେ ଶୃଙ୍ଗାର କରିବା ସମୟରେ ସେମାନଙ୍କ ପାଖ ଦେଇ ଯିବା ଯୋଗୁଁ ଭୟଭୀତ ହୋଇଯାଉଛନ୍ତି। ଏପରି କି ମୂଷା, ଝିଟିପିଟି ଓ ଅସରପାଙ୍କ ମଳ ପଡି ଶ୍ରୀ ଅଙ୍ଗ ଦିନକୁ ଦିନ ଖରାପ ହୋଇଯାଉଛି। ମହାପ୍ରଭୁଙ୍କ ଆଖି ଓ ଶ୍ରୀ ଅଙ୍ଗ କଳା ପଡିଯାଉଛି। କହିବାକୁ ଗଲେ ଏଥି ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଏନେଇ ଚେଷ୍ଟା ହୋଇଥିଲେ ବି ସେଥିରୁ ସୁଫଳ ମିଳିପାରିନାହିଁ।
ମୂଷା, ଝିଟିପିଟି ଓ ଅସରପାଙ୍କ ପାଇଁ ବାରମ୍ବାର ବନକଲାଗି ନୀତି ମଧ୍ୟ କରାଯାଉଛି। ସେମାନେ ମହାପ୍ରଭୁଙ୍କ ପାଟ ଓ ଅଳଙ୍କାର ଖରାପ କରିଦେଉଥିବାରୁ ପ୍ରତି ୧୫ଦିନକୁ ଥରେ ସେ ସବୁ ବଦଳା ଯାଉଛି। ଏଭଳି ହେଲେ କିଛି ଦିନ ମଧ୍ୟରେ ଶ୍ରୀଅଙ୍ଗ ନଷ୍ଟ ହୋଇଯିବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି ସେବାୟତ।
ଏଭଳି ସମସ୍ୟା ବିଗତ କିଛି ବର୍ଷ ହେବ ଲାଗି ରହିଛି। ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଏବାବଦରେ ଅବଗତ ଅଛି ବୋଲି କହିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିରର ଜଣେ ଶୃଙ୍ଗାର ସେବାୟତ।ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବ ହେଉନାହିଁ। ତେଣୁ ଶୃଙ୍ଗାରରେ ଅସୁବିଧା ସୃଷ୍ଟି ହେଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।