ମୁଣ୍ଡଳିରେ କମୁଛି ଜଳସ୍ତର; ୪.୬୭ ଲୋକ ପ୍ରଭାବିତ ହୋଇଛନ୍ତି: ଏସଆରସି

ମୁଣ୍ଡଳିରେ ବନ୍ୟା ଜଳ କମୁଛି। ଆସନ୍ତାକାଲି ସକାଳୁ ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ। ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି: ଏସଆରସି

ଏସଆରସି

ଏସଆରସି

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ମୁଣ୍ଡଳିରେ ବନ୍ୟା ଜଳ କମୁଛି। ଆଜି ସକାଳେ ୧୨ ଲକ୍ଷ ହଜାର ଥିଲା ସନ୍ଧ୍ୟା ୭ ଟାରେ ୧୦ ଲକ୍ଷ ୪୯ ହଜାର ଥିଲା। ଏବେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ଏହା ୯ ଲକ୍ଷ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି।

ଏସ୍‌ଆରସି ଆହୁରି ମଧ୍ୟ କହିଛନ୍ତି, ଗେଟ୍ ଖୋଲିବା ଦ୍ଵାରା ଆସନ୍ତକାଲି ପାଣି ବଢିବ। ପ୍ରାୟ ୯ ଲକ୍ଷ ୫୦ ହଜାରରୁ ରୁ ୧୦ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। ୨ ଘଣ୍ଟା ପରେ କମିବ। ଏବେ ୪ ଜିଲ୍ଳା କେନ୍ଦ୍ରପାଡା, ଜଗତସିଂହ ପୁର, କଟକ, ପୁରୀରେ ବନ୍ୟା ପିକରେ ରହିଛି। ଆସନ୍ତାକାଲି ସକାଳୁ ସବୁ ଅଞ୍ଚଳରୁ ପାଣି କମିବା ଆରମ୍ଭ ହେବ। ରାଜ୍ୟରେ ୬ ଟି ଘାଇ ସୃଷ୍ଟି ହୋଇଛି। କୁଜଙ୍ଗ ପାଇକା ନଦୀରେ କାଠକୋଟ୍ ଠାରେ ଘାଇ ହୋଇଛି। ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଲୁଣା ଅଞ୍ଚଳରେ ବଡ ଘାଇ ହେବାରୁ ବର୍ତ୍ତି ଯାଇଛି।

ଆସନ୍ତାକାଲି ବର୍ଷା ନେଇ ସମସ୍ତ ଜିଲ୍ଳାପାଳ ମାନଙ୍କୁ ସତର୍କ କରାଯାଇଛି। ସ୍ଥାନ୍ତାନ୍ତରଣ ପାଇଁ ଅଧିକ ଗୁରୁତ୍ଵ ଦେବାକୁ କୁହାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ଠିକ୍ ଭାବେ ଖାଦ୍ୟପେୟ ଦିଆଯାଉଛି। ୪ ଲକ୍ଷ ୬୭ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ୫୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ୬୦ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ପାଣି ଛାଡିବାର ୪୮ ଘଣ୍ଟା ପରେ ଘର ଓ ଚାଷ ଜମି କ୍ଷୟକ୍ଷତି ଆକଳନ କରାଯିବ। ଦୁଇ ଆଇଏଏସ ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଓ ଜି ରଘୁଙ୍କୁ କେନ୍ଦ୍ରାପଡା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି।

ଛତିଶଗଡ଼ରେ ବର୍ତ୍ତମାନ ଇନଫ୍ଲୋ ୫ ଲକ୍ଷ ୮୦ ହଜାର ୬୪୦ ଓ ଆଉଟଫ୍ଲୋ ୬ ଲକ୍ଷ ୬୯ ହଜାର ୨୯୫ ରହିଛି। ଏବେ ୪୦ ଟି ଗେଟ୍ ଖୋଲା ରହିବ। କାଲିଠୁ ବର୍ଷା ସମ୍ଭାବନା ଥିବାରୁ। ବର୍ଷା ପରେ ଆମେ ହୀରାକୁଦରେ ଜଳ ସ୍ତର ୬୨୨ ଫୁଟ୍ ରଖିବାକୁ ଲକ୍ଷ୍ୟ ରଖିଛୁ।
Published by:Soumya Das
First published: