ପୁଣି ଚର୍ଚ୍ଚାରେ ଅଲିମ୍ପିଆନ ଦୂତୀ ଚାନ୍ଦ: ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ।’’

ନିଜ ସମଲିଙ୍ଗୀ ସମ୍ପର୍କକୁ ସାହସର ସହ ଲୋକଲୋଚନକୁ ଆଣିଥିବା ଦୂତୀ ଏବେ ନିଜ ବାନ୍ଧବୀଙ୍କ ସହ ସାବିତ୍ରୀ ଓଷାରେ ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ।

ପୁଣି ଚର୍ଚ୍ଚାରେ ଅଲିମ୍ପିଆନ ଦୂତୀ ଚାନ୍ଦ: ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ।’’
ନିଜ ବାନ୍ଧବୀଙ୍କ ସହ ଦୂତୀ ଚାନ୍ଦ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଅଲିମ୍ପିଆନ ଦୂତୀ ଚାନ୍ଦ ପୁଣି ଚର୍ଚ୍ଚାରେ । ଏ ଥର କୌଣସି ପ୍ରତିଯୋଗିତାର ପଦକ ପାଇଁ ନୁହେଁ, ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଦୂତୀ । ସାବିତ୍ରୀ ଓଷାରେ ନିଜ ବାନ୍ଧବୀଙ୍କ ସହ ଏକ ଫଟୋ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ ସମସ୍ତଙ୍କ ଧ୍ୟାନ ପୁଣି ଥରେ ଦୂତୀଙ୍କ ଆଡ଼କୁ ଟାଣିହୋଇଯାଇଛି ।

ଫଟୋଟି ପୋଷ୍ଟ କରି ଦୂତୀ ଲେଖିଛନ୍ତି: ‘‘ସେ ମୋ’ ସାବିତ୍ରୀ, ମୁଁ ତା’ ସତ୍ୟବାନ।’’ ପୂର୍ବରୁ ନିଜ ସମଲିଙ୍ଗୀ ସମ୍ପର୍କକୁ ସର୍ବସାଧାରଣରେ ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ ଦୂତୀ । ଏବେ ନିଜ ବାନ୍ଧବୀଙ୍କ ସହ ଏହି ଫଟୋ ପୋଷ୍ଟ କରି ସେହି ଚର୍ଚ୍ଚାରେ ସେ ଯୋଡ଼ିଛନ୍ତି ଆଉ କିଛି ବେଗ ।

ସଧବା ନାରୀମାନେ ନିଜ ସ୍ୱାମୀଙ୍କ ମଙ୍ଗଳକମନା କରି ସାବିତ୍ରୀ ଓଷା କରନ୍ତି । ଏଥିରୁ ବାଦ ପଡ଼ିନାହାନ୍ତି ଅଲିମ୍ପିଆନ ଧାବିକା ଦୂତୀ ଚାନ୍ଦ। ହେଲେ ଦୂତୀ ସାବିତ୍ରୀ ହୋଇ ସତ୍ୟବାନଙ୍କ ପାଇଁ ପୂଜା କରି ନାହାନ୍ତି । ବରଂ ଦୂତୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିଛନ୍ତି ତାଙ୍କ ସାବିତ୍ରୀ । ପ୍ରଥମ ଥର ପାଇଁ ନିଜ ସାବିତ୍ରୀଙ୍କୁ ଲୋକଲୋଚନକୁ ଆଣିଛନ୍ତି ଦୂତୀ । ସୋସିଆଲ ମିଡିଆରେ ନିଜ ଜୀବନସାଥୀଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କ ସାବିତ୍ରୀ ବୋଲି ଲେଖିଛନ୍ତି ଦୂତୀ ।

ଦୂତୀ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିଥିବା ଫଟୋଗୁଡ଼ିକ


୨୦୧୯ରେ ପ୍ରଥମ ଥର ପାଇଁ ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ ସର୍ବସାଧାରଣରେ ପ୍ରକାଶ କରିଥିଲେ ଦୂତୀ । ବିଗତ କିଛି ବର୍ଷ ଧରି ତାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ସେ କହିଥିଲେ। ଦୂତୀଙ୍କ ଏହି ନିଷ୍ପତ୍ତିକୁ ନେଇ ଅନେକ ତାଙ୍କୁ ପ୍ରଶଂସା କରିଥିଲେ ତ ଆଉ କେତେକଙ୍କ ଆଗରେ ସେ ସମାଲୋଚନର ଶିକାର ହୋଇଥିଲେ । ତଥାପି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି ସେ । ବ୍ୟକ୍ତିଗତ ଜୀବନର ପ୍ରଭାବ କେବେ ତାଙ୍କ କ୍ରୀଡା କରିୟରରେ ପଡ଼ିବାକୁ ଦେଇ ନାହାନ୍ତି ସେ । ଅନେକ ସଙ୍ଘର୍ଷ କରି ସଫଳତା ସାଉଁଟିଛନ୍ତି ଦୂତୀ।

‘‘ପ୍ରେମରେ କେବେ ବାଛ ବିଚାର ନ ଥାଏ । ତାହା କେବେ କେତେ ବେଳେ କାହାକୁ କେଉଁଠି ହେଇ ଯାଏ, କେହି ଜାଣିପାରନ୍ତିନି । ପ୍ରେମ ସବୁବେଳେ ପବିତ୍ର,’’ କହିଛନ୍ତି ଦୂତୀ । ନିଜ ଜୀବନସାଥୀଙ୍କ ସହ ଦୂତୀଙ୍କ ଫଟୋକୁ ହଜାରରୁ ଅଧିକ ସମର୍ଥକ ପ୍ରଶଂସା କରିଛନ୍ତି । କିଛି ଲୋକ ସମାଲୋଚନା ବି କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ ଦୂତୀ ଏହି ପୋଷ୍ଟଟିକୁ ଡିଲିଟ କରିଦେଇଛନ୍ତି ।

ଦୂତୀ ପୋଷ୍ଟ କରିଥିବା ଆଉ ଏକ ଫଟୋ


କେତେବେଳେ ଶରୀରରେ ଅଣ୍ଡ୍ରୋଜେନ ମାତ୍ରା ଅଧିକ ନେଇ ତ ପୁଣି କେତେବେଳେ ଅଲିମ୍ପିକ ଟିକେଟ ହାତେଇ ଚର୍ଚ୍ଚାରେ ରହିଛନ୍ତି ଦୂତୀ ଚାନ୍ଦ। ଏସିଆନ ଗେମ୍ସ ହେଉ ଅବା ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ପଦକ ତାଲିକାରେ ସବୁଠି ଆଗରେ ରହିଛନ୍ତି ଦୂତୀ । ବ୍ୟକ୍ତିଗତ ଜୀବନରେ ଅନେକ ସଙ୍ଘର୍ଷ କରିଛନ୍ତି ସେ । ଆଉ ସେଇ ଅନୁସାରେ କ୍ରୀଡା କରିୟରରେ ସଫଳତା ସାଉଁଟିଛନ୍ତି ।

ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଦୂତୀଙ୍କ ପାଇଁ ପୁଣି ଏକ ସୁଯୋଗ ଆଣିଦେଇଥିଲା । କିନ୍ତୁ ଲକଡ଼ାଉନ ପାଇଁ  ବାତିଲ ହୋଇଛି ଅଲିମ୍ପିକ୍ସ। ହେଲେ ନିଜ ଅଭ୍ୟାସ ଜାରି ରଖିଛନ୍ତି ଦୂତୀ । ଷ୍ଟାଡିୟମ ବନ୍ଦ ଥିବାରୁ ଘରେ ବ୍ୟାୟାମ କରିବା ସହ ଅନଲାଇନରେ କୋଚଙ୍କ ସହ ଯୋଗାଯୋଗର ରହିଛନ୍ତି । କରୋନା କଟକଣା କୋହଳ ହେବା ପରେ ଏବେ ଷ୍ଟାଡିୟମରେ ଅଭ୍ୟାସ ପାଇଁ ଅନୁମତି ମିଳିଛି । ହେଲେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଇଛି।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: ଅହମଦାବାଦରେ ଲଜ୍ଜା: କରୋନା ମୃତକଙ୍କ ଦେହରୁ ଅଳଙ୍କାର ଚୋରି କରି ୨ ଜଣ ଗିରଫ ହେଲେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 10:38 PM IST
corona virus btn
corona virus btn
Loading